ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଅଭିନେତାରୁ ନେତା ହୋଇଥିବା ଥାଲାପତି ବିଜୟ (C. Joseph Vijay) ଙ୍କ ନେତୃତ୍ୱରେ ଗଠିତ ‘ତାମିଲଗା ଭେଟ୍ରି କାଝଗମ’ (TVK) ସରକାରରେ ୧୦ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ବିଜୟ ନିଜ ପାଖରେ ଗୁରୁତ୍ୱପୂର୍ଣ୍ଣ ଗୃହ ଏବଂ ପୋଲିସ ବିଭାଗ ରଖିଛନ୍ତି।

ତାମିଲନାଡୁର ନୂତନ ମନ୍ତ୍ରୀ ଏବଂ ସେମାନଙ୍କ ବିଭାଗ

୧. ଜୋସେଫ୍ ବିଜୟ (ମୁଖ୍ୟମନ୍ତ୍ରୀ)- ଗୃହ, ପୋଲିସ, ସାଧାରଣ ପ୍ରଶାସନ, ମହିଳା କଲ୍ୟାଣ ଏବଂ ଯୁବ ବିକାଶ

୨. କେ.ଏ. ସେଙ୍ଗୋଟ୍ଟାଇୟାନ- ଅର୍ଥ ବିଭାଗ (Finance)

୩. ଆଧବ ଅର୍ଜୁନ- ପୂର୍ତ୍ତ ବିଭାଗ (PWD) ଏବଂ କ୍ରୀଡ଼ା ବିକାଶ

୪. ଏନ୍. ଆନନ୍ଦ- ଗ୍ରାମ୍ୟ ଉନ୍ନୟନ ଏବଂ ଜଳ ସମ୍ପଦ

୫. କେ. ଜି. ଅରୁଣ- ସ୍ୱାସ୍ଥ୍ୟ, ଚିକିତ୍ସା ଶିକ୍ଷା ଏବଂ ପରିବାର କଲ୍ୟାଣ

୬. ସିଟିଆର୍. ନିର୍ମଳ କୁମାର- ଶକ୍ତି ସମ୍ପଦ (Energy) ଏବଂ ଆଇନ ବିଭାଗ

୭. ରାଜମୋହନ- ଶିକ୍ଷା, ସୂଚନା ଓ ଲୋକସମ୍ପର୍କ ଏବଂ ତାମିଲ ସଂସ୍କୃତି

୮. ଏସ୍. କୀର୍ତ୍ତନା- ଶିଳ୍ପ ବିଭାଗ (Industries)

୯. ପି. ଭେଙ୍କଟରମଣ- ଖାଦ୍ୟ ଏବଂ ସାଧାରଣ ଯୋଗାଣ

୧୦. ଟି. କେ. ପ୍ରଭୁ- ପ୍ରାକୃତିକ ସମ୍ପଦ, ଖଣି ବିଭାଗ

୨୦୨୬ ବିଧାନସଭା ନିର୍ବାଚନରେ ବିଜୟଙ୍କ TVK ଦଳ ବହୁମତ ହାସଲ କରି ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଥିବା DMK ଏବଂ AIADMK ର ପ୍ରାଧାନ୍ୟକୁ ଶେଷ କରିଛି। ମୁଖ୍ୟମନ୍ତ୍ରୀ ବିଜୟ ନିଜେ ଗୃହ ଓ ପୋଲିସ ପ୍ରଶାସନ ଦାୟିତ୍ୱରେ ରହିଛନ୍ତି, ଯାହା ସୂଚାଉଛି ଯେ, ସେ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ସିଧାସଳଖ ନଜର ରଖିବେ। ବିଜୟ 'କ୍ରୀଡ଼ା ବିକାଶ'କୁ ଏକ ସ୍ୱତନ୍ତ୍ର ଏବଂ ସଶକ୍ତ ମନ୍ତ୍ରଣାଳୟ ଭାବେ ଗୁରୁତ୍ୱ ଦେଇଛନ୍ତି, ଯାହାର ଦାୟିତ୍ୱ ଆଧବ ଅର୍ଜୁନଙ୍କୁ ଦିଆଯାଇଛି।