ନୂଆଦିଲ୍ଲୀ: ବଡ଼ ବଡ଼ ଆଇଟି କମ୍ପାନି ଏବଂ କର୍ମଚାରୀଙ୍କ ଉପରେ ଆମେରିକା କଡ଼ା ପଦକ୍ଷେପ ନେଇଛି । ଏଥିରେ ଭାରତୀୟ କମ୍ପାନିଗୁଡ଼ିକ ମଧ୍ୟ ସାମିଲ ଅଛନ୍ତି । ଆମେରିକାର ଶ୍ରମ ବିଭାଗ ଇନଫୋସିସ୍, ଟିସିଏସ୍, ୱିପ୍ରୋ ଏବଂ ଏଚସିଏଲ୍ ସମେତ ୮ ବଡ଼ ଆଇଟି କମ୍ପାନିଗୁଡ଼ିକୁ ପରମାନେଣ୍ଟ ଲେବର୍ ସାର୍ଟିଫିକେସନ ପ୍ରୋଗ୍ରାମରୁ ନିଲମ୍ୱିତ କରିଦେଇଛି । ଏହି ସୂଚୀରେ ମାଇକ୍ରୋସଫ୍ଟ ଏବଂ ଆଡୋବ ପରି କମ୍ପାନି ମଧ୍ୟ ସାମିଲ ଅଛି । ନିଷ୍ପତ୍ତି ପରେ ଏହି କମ୍ପାନିଗୁଡ଼ିକର ନୂତନ ପରମାନେଣ୍ଟ ଲେବର୍ ସାର୍ଟିଫିକେସନ୍ ଆବେଦନ ଆଗକୁ ବଢ଼ିପାରିବ ନାହିଁ । ଏହା ସହିତା ପୂର୍ବରୁ ପେଣ୍ଡିଂ ଆବେଦନ ପ୍ରକ୍ରିୟାକୁ ମଧ୍ୟ ରୋକାଯିବ । ଏହି କମ୍ପାନିଗୁଡ଼ିକ ଗ୍ରୀନ୍ କାର୍ଡର ଦୁରୁପଯୋଗ କରୁଥିବା ଆମେରିକୀୟ ଅଧିକାରୀମାନେ ଅଭିଯୋଗ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଆମେରିକାର ସ୍ଥାୟୀ ନିଯୁକ୍ତି ଆଧାରରେ ଗ୍ରୀନ କାର୍ଡ ନେବା ପ୍ରକ୍ରିୟାରେ ପରମାନେଣ୍ଟ ଲେବର୍ ସାର୍ଟିଫିକେସନ ପ୍ରୋଗ୍ରାମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା ଅଧିନରେ ଆମେରିକା ଶ୍ରମ ବିଭାଗର ମଞ୍ଜୁରି ନେବା ପରେ ଯେକୌଣସି କମ୍ପାନି କୌଣସି ବିଦେଶୀ କର୍ମଚାରୀଙ୍କୁ ଆମେରିକାର ଗ୍ରୀନ କାର୍ଡ ପାଇଁ ସ୍ପନସର୍ କରିପାରିବେ । ଏହି ପ୍ରକ୍ରିୟାରେ କମ୍ପାନିକୁ ଦର୍ଶାଇବାକୁ ପଡ଼ିଥାଏ ଯେ ସମ୍ୱନ୍ଧିକ ପଦ ପାଇଁ ଆମେରିକାରେ ଯୋଗ୍ୟ କର୍ମଚାରୀ ଉପଲବ୍ଧ ନାହାନ୍ତି । ଏହା ପରେ ବିଦେଶୀ କର୍ମଚାରୀଙ୍କୁ ଗ୍ରୀନ୍ କାର୍ଡ ମିଳିବା ପ୍ରକ୍ରିୟା ସହଜ ହୋଇଥାଏ ।

ଆମେରିକାର ଶ୍ରମ ସଚିବ କିଥ୍ ସୋଣ୍ଡରଲିଙ୍ଗ ଏହି କାର୍ଯ୍ୟାନୁଷ୍ଠାନର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ବଡ଼ କମ୍ପାନିଗୁଡ଼ିକ ପିଇଆରଏମ୍ ସିଷ୍ଟମର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏହି ପ୍ରୋଗ୍ରାମର ମାଇକ୍ରୋସପ୍ଟ ସବୁଠାରୁ ଅଧିକ ଦୁରୁପଯୋଗ କରିଛି ବୋଲି ସୋଣ୍ଡରଲିଙ୍ଗ କହିଛନ୍ତି ।

ତେବେ ଏହା ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ମାଇକ୍ରୋସଫ୍ଟ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ ମାଇକ୍ରୋସଫ୍ଟ ୨୦୨୫ରେ ପ୍ରାୟ ୬,୦୦୦ ଆମେରିକୀୟ କର୍ମଚାରୀଙ୍କୁ ଛଟେଇ କରିଥିଲା । ଏହା ପ୍ରମାଣିତ କରୁଛି ଯେ କମ୍ପାନିକୁ ଏହି ପଦବୀ ପାଇଁ ଯୋଗ୍ୟ ଆମେରିକୀୟ କର୍ମଚାରୀ ମିଳୁ ନାହାନ୍ତି । ଏହା ସତ୍ତ୍ୱେ, ମାଇକ୍ରୋସଫ୍ଟକୁ ୬,୦୦୦ରୁ ଅଧିକ H-1B ଭିସା ପ୍ରଦାନ କରାଯାଇଥିଲା ଏବଂ ୩,୬୮୨ ଗ୍ରୀନ କାର୍ଡ ଆବେଦନ ଦାଖଲ କରାଯାଇଥିଲା । ସେ ଦାବି କରିଥିଲେ ଯେ ଏହି ଆବେଦନଗୁଡ଼ିକ ମଧ୍ୟରୁ ପ୍ରାୟ ୧୦୦୦ଟି ସେହି ପଦବୀ ପାଇଁ ଥିଲା ଯେଉଁଠାରୁ ଆମେରିକୀୟ କର୍ମଚାରୀମାନଙ୍କୁ ଛଟେଇ କରାଯାଇଥିଲା ।