ନୂଆଦିଲ୍ଲୀ: ପପ୍‌-ଷ୍ଟାର୍ ତଥା ଗ୍ରାମୀ ଆୱାର୍ଡ ବିଜୟିନୀ ଗାୟିକା ଟେଲର୍ ସ୍ୱିଫ୍ଟଙ୍କ  ନାମରେ ଏକ ନୂଆ ପ୍ରଜାତିର ପୋକ/କୀଟର ନାମକରଣ କରାଯାଇଛି। ବିଶ୍ୱବିଦ୍ୟାଳୟ ୟୁସି ରିଭରସାଇଡର ଗବେଷକମାନେ ଅଷ୍ଟ୍ରେଲିଆରେ ଆବିଷ୍କୃତ ଉଦ୍ଭିଦ-ଖାଉଥିବା କୀଟର ଏକ ନୂଆ ପ୍ରଜାତିର ନାମ ‘ସ୍ୱିଫ୍ଟିଫାଇଲସ୍’ (Swiftiephylus) ରଖିଛନ୍ତି।

ଟେଲର ସ୍ୱିଫ୍ଟଙ୍କ ପ୍ରଶଂସକମାନଙ୍କୁ ‘ସ୍ୱିଫ୍ଟି’ କୁହାଯାଏ। ଏହି  ଶବ୍ଦ ସହିତ କୀଟର ମୂଳ ନାମକୁ ସଂଯୋଗ କରାଯାଇ  ‘Swiftiephylus’ ରଖାଯାଇଛି। ଏହି ଜେନସ୍ ମଧ୍ୟରେ ୪ଟି ପ୍ରଜାତି ଅଛନ୍ତି, ଯାହାର ନାମ ଟେଲର ସ୍ୱିଫ୍ଟ ଏବଂ ତାଙ୍କର ପ୍ରସିଦ୍ଧ ଆଲବମ୍‌ ଗୁଡ଼ିକରୁ ଶବ୍ଦ ସଂଗ୍ରହ କରି ରଖାଯାଇଛି ।