ମୁମ୍ବାଇ,୯|୦୬:ଭାରତୀୟ ଦଳର ଟି୨୦ ଅଧିନାୟକ ପଦରୁ ବିଦା ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ । ତାଙ୍କୁ ଇଂଲଣ୍ଡ ଏବଂ ଆୟରଲ୍ୟାଣ୍ଡ ଗସ୍ତ ପାଇଁ ଚୟନ କରାଯାଇ ନାହିଁ । ଦୀର୍ଘଦିନ ଧରି ଖରାପ ଫର୍ମ ଏବଂ ଆଇପିଏଲରେ ବିଫଳତା କାରଣରୁ ତାଙ୍କର ପକ୍ଷଚ୍ଛେଦନ ହୋଇଛି । କିନ୍ତୁ ଦଳରୁ ଆଉଟ୍ ହେଲା ପରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି ସ୍କାଏ ।

ମୁମ୍ବାଇରେ ଆୟୋଜିତ ହେଉଥିବା ଟି୨୦ ଲିଗରେ ସୂର୍ଯ୍ୟଙ୍କ ବ୍ୟାଟ୍ ରୁ ରନ୍ ବର୍ଷା ହୋଇଛି । ମୁମ୍ବାଇ ଟି୨୦ ଲିଗରେ ଟ୍ରିୟୁମ୍ପ୍ ନାଇଟ୍ସ ପକ୍ଷରୁ ଖେଳୁଥିବା ସୂର୍ଯ୍ୟ ଏମଏସସି ମରାଠା ବିପକ୍ଷରେ ୩୬ ବଲରୁ ୭୨ ରନ୍ ସ୍କୋର୍ କରିଛନ୍ତି । ଏହାସହ ନିଜ ଦଳକୁ ସିଜନର ପ୍ରଥମ ବିଜୟ ଉପହାର ଦେଇଛନ୍ତି ।

୩୫ ବର୍ଷୀୟ ସୂର୍ଯ୍ୟ ବିସ୍ଫୋରକ ବ୍ୟାଟିଂ କରି ଏବେବି ଟି୨୦ ଫର୍ମାଟରେ ତାଙ୍କର ଚମକ କମିନଥିବା ପ୍ରମାଣିତ କରିଛନ୍ତି । ଏହାପୂର୍ବରୁ ସେ ଟି୨୦ ଲିଗରେ ଶ୍ରେୟସ ଆୟରଙ୍କ ଟିମରୁ ସେ ପରାସ୍ତ ହୋଇଥିଲେ । ହେଲେ ସୂର୍ଯ୍ୟ ଦମଦାର ବ୍ୟାଟିଂ କରିଥିଲେ । ୨୦୦ ଷ୍ଟ୍ରାଇକ ରେଟରେ ସେ ୨୪ ବଲରୁ ୪୮ ରନ୍ କରିଥିଲେ । 

Also Read :-କ'ଣ ଅଭିଷେକ ଶର୍ମାଙ୍କୁ ଡେଟ୍ କରୁଛନ୍ତି ମାହିରା ଶର୍ମା ? ଇନଷ୍ଟାଗ୍ରାମ ସିକ୍ରେଟ୍ ପୋଷ୍ଟକୁ ନେଇ ଚର୍ଚ୍ଚା

ଏମିତି ଥିଲା ମ୍ୟାଚ୍

ମୁକାବିଲାରେ ପ୍ରଥମେ ମରାଠା ଟିମ୍ ବ୍ୟାଟିଂ କରିଥିଲା । ତେବେ ରନ୍ ଚେଜ୍ ବେଳେ ନାଇଟ୍ସ୍ ର ଆରମ୍ଭ ଭଲ ନଥିଲା । ଦଳ ଆରମ୍ଭରୁ ଶୀଘ୍ର ଓ୍ୱିକେଟ୍ ହରାଇଥିଲା । ଏହାପରେ ସୂର୍ଯ୍ୟକୁମାର ବ୍ୟାଟିଂର ମଙ୍ଗ ସମ୍ଭାଳିଥିଲେ । ସେ ପ୍ରଥମ ଦୁଇଟି ବଲରେ ଦୁଇଟି ଚଉକା ଲଗାଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଫଳରେ ଦଳ ୧୨ ଓଭରରେ ୧୦୦ ରନ୍ କରିପାରିଥିଲା ।

ସୂର୍ଯ୍ୟ ୨୯ ବଲରେ ନିଜର ଅର୍ଧଶତକ ପୂରଣ କରିଥିଲେ । ଅନ୍ୟ ଦିଗରେ ନୂତନ ଗୋଏଲ ୩୬ ବଲରୁ ଅର୍ଧଶତକ ହାସଲ କରିଥିଲେ । ଉଭୟ ବ୍ୟାଟର୍ ମ୍ୟାଚକୁ ନିଜ ହାତମୁଠାକୁ ନେଇ ଆସିଥିଲେ । ମ୍ୟାଚ୍ ରେ ସୂର୍ଯ୍ୟକୁମାର ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଟ୍ରଫି ହାତେଇଛନ୍ତି ।