ନୂଆଦିଲ୍ଲୀ, ୦୪/୧୦ : ସେଣ୍ଟ୍ରାଲ ଭିସ୍ତା ଲାଇବ୍ରେରୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ ।୧୩୨ବର୍ଷ ପୁରୁଣା ସେଣ୍ଟ୍ରାଲ୍ ଭିସ୍ତା ଲାଇବ୍ରେରୀକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁନିଜ ଆଡୁ ଗୁରୁତର ସହ ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାର ଶୁଣାଣି ପାଇଁ କୋର୍ଟ ମାମଲାକୁ ତାଲିକାଭୁକ୍ତ କରିଛନ୍ତି ।

ରିପୋର୍ଟ ଅନୁସାରେ, କିଛିଦିନ ହେଲା ଲାଇବ୍ରେରୀର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଛି । ଶାସ୍ତ୍ରୀ ଭବନ ଭଙ୍ଗାଯିବା ପରେ ଏଠାରେ ଥିବା ବହି ଏବଂ ପୁରୁଣା ଦସ୍ତାବିଜକୁ କେଉଁଠି ରଖାଯିବ ବୋଲି ଆଲୋଚନା ହେଉଛି । ଏହି ଲାଇବ୍ରେରୀରେ ଅନେ ବହି ଏବଂ ପୁରୁଣା ଦସ୍ତାବିଜ ରହିଛି । ଏଠାରେ ପ୍ରାୟ ସାଢେ ଆଠ ଲକ୍ଷ ବହି ଅଛି । ଦୀର୍ଘଦିନ ଧରି ଏହା ସରକାରୀ ଦସ୍ତାବିଜ ଏବଂ ବହିର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ରହି ଆସିଛି ।

Also Read :- ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୨

ଅନ୍ୟ ଦିଗରେ ଶାସ୍ତ୍ରୀ ଭବନ ଭାଙ୍ଗିବା ପାଇଁ ଯୋଜନା ରହିଛି । ତେଣୁ ଲାଇବ୍ରେରୀର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କିପରି ବହିକୁ ସୁରକ୍ଷିତ ସ୍ଥାନାନ୍ତର କରାଯିବ ସେନେଇ ଅନେକ ସନ୍ଦେହ ପ୍ରକଟ କରିଛନ୍ତି । ସଂସ୍କୃଚି ମନ୍ତ୍ରାଳୟ ଏହାକୁ ସ୍ଥାନାନ୍ତର କରିବ ବୋଲି କହି ସାରିଛି ।

ସହର ବିକାଶ ମନ୍ତ୍ରାଳୟର ସୂଚନା ଅନୁସାରେ, ଲାଇବ୍ରେରୀ ପାଇଁ ନୂଆ ଜାଗା ଚିହ୍ନଟ କରାଯାଇଛି । କିନ୍ତୁ କେବେସୁଦ୍ଧା ଏବଂ କିପରି ବହିକୁ ସ୍ଥାନାନ୍ତର କରାଯିବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନେକ ବ୍ୟକ୍ତି ଲକ୍ଷାଧିକ ବହି ଏବଂ ଦସ୍ତାବିଜର ସୁରକ୍ଷିତ ସ୍ଥାନାନ୍ତର ନେଇ ଚିନ୍ତା ପ୍ରକଟ କରୁଛନ୍ତି ।