ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ଆହ୍ଲାବାଦ ହାଇକୋର୍ଟଙ୍କ ସେହି ଆଦେଶକୁ ରଦ୍ଦ କରିଦେଇଛନ୍ତି, ଯେଉଁଥିରେ ସିବିଆଇ ଓ ଇଡିଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଆୟରୁ ଅଧିକ ସମ୍ପତ୍ତିର ଅଭିଯୋଗ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ପ୍ରଧାନବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠ ବିଜେପି ନେତା ବିଘ୍ନେନ ଶିଶିରଙ୍କ ଦ୍ୱାରା ରୁଜୁ ପିଟିସନକୁ ହାଇକୋର୍ଟଙ୍କ ନିକଟକୁ ଫେରସ୍ତ ପଠାଇ ଦେଇଛନ୍ତି, ଯାହାଦ୍ୱାରା ଏହା ଉପରେ ନୂଆ କରି ବିଚାର କରାଯାଇ ପାରିବ। ଆବେଦନ ଫେରସ୍ତ ପଠାଯିବା ପରେ ଏବେ ପ୍ରଶ୍ନ ଉଠୁଛି ଏହି ପିଟିସନ ଶୁଣାଣି ଯୋଗ୍ୟ କି ନୁହେଁ।

ତେବେ ସୁପ୍ରିମକୋର୍ଟ ଏହା ପୂର୍ବରୁ ମଧ୍ୟ ହାଇକୋର୍ଟଙ୍କୁ କହିଥିଲେ ଯେ ସେ କଂଗ୍ରେସ ନେତାଙ୍କ ବିରୋଧରେ ଆୟରୁ ଅଧିକ ସମ୍ପତ୍ତି ଅଭିଯୋଗ ସମ୍ପର୍କିତ ମାମଲାରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନ କରନ୍ତୁ। କୋର୍ଟ କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କୁ କହିଥିଲେ ଯେ ସେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୌଣସି ରିପୋର୍ଟ ଦଖାଲ ନ କରନ୍ତୁ। ଏହି ମାମଲା ଲୋକସଭାରେ ବିରୋଧୀ ଦଳ ନେତାଙ୍କ ବିରୋଧରୁ ରୁଜୁ କରାଯାଇଥିଲା। ରାହୁଲ ଗାନ୍ଧି ହାଇକୋର୍ଟଙ୍କ ଏହି ଆଦେଶକୁ ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ସିବିଆଇ ଓ ଇଡିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।

ସିବିଆଇ ଦ୍ୱାରା ଦାଖଲ ପିଛିଲା ଅଫିଡେଭିଟ୍ ପୂର୍ବ ଆଦେଶ ଅନୁରୂପ ନଥିଲା। ଏଥିରେ ଆବେଦନକାରୀ ଗାନ୍ଧିଙ୍କ ସମ୍ପତ୍ତିକୁ ନେଇ କରିଥିବା ଅଭିଯୋଗରେ ଏ ପର୍ଯ୍ୟନ୍ତ ହୋଇଥିବା ପ୍ରଗତି ସମ୍ପର୍କରେ ପର୍ଯ୍ୟପ୍ତ ସୂଚନା ଦିଆଯାଇନଥିଲା। ଏହା ଛଡା ହାଇକୋର୍ଟରେ ମାମଲାରେ ରାହୁଲ ଗାନ୍ଧିଙ୍କୁ ନ ଶୁଣି ଏଜେନ୍ସୀମାନଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଣୁ ସୁପ୍ରିମକୋର୍ଟ ରାହୁଲଙ୍କୁ ହାଇକୋର୍ଟ ପ୍ରଥମେ ପକ୍ଷ କରନ୍ତୁ ଓ ଏ ବାବଦେ କୌଣସି ଆଦେଶ ଦେବା ପୂର୍ବରୁ ତାଙ୍କ ପକ୍ଷ ଶୁଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ପୀଠ ୧୨ ମେ ୨୦୨୬ ଓ ୨୦ଜୁଲାଇ ୨୦୨୬ରେ ସିବିଆଇ ଓ ଇଡିଙ୍କୁ ଅଣାଯାଇଥିବା ଅଭିଯୋଗର ସତ୍ୟାପନ ରିପୋର୍ଟ ଓ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଥିଲେ।