ଭୁବନେଶ୍ୱର ୦୭।୦୩ : ରାଜ୍ୟରେ ମହଜୁଦ୍‌ ଅଛି ଡିଜେଲ ଓ ପେଟ୍ରୋଲ । ଯୁଦ୍ଧ ପାଇଁ ବିଭ୍ରାନ୍ତି କର ତଥ୍ୟ ସାମ୍ନାକୁ ଆସୁଛି । ରାଜ୍ୟରେ ଭରପୁର ମାତ୍ରାରେ ତେଲ ମହଜୁତ ଅଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏ ଖବର ବି ପଢନ୍ତୁ:- ଉତ୍କଳ ବାଳାଶ୍ରମରୁ ୨ ନାବାଳିକା ଫେରାର, ଆଶ୍ରମକୁ ଆସିବାର ଗୋଟିଏ ଦିନ ପରେ ମାରିଲେ ଚମ୍ପଟ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ତେଲ ନିଅଣ୍ଟ ହେବ ନାହିଁ । ରୁଷିଆ ଠାରୁ ତେଲ ଆସୁଛି। ରାଜ୍ୟବାସୀ ସରକାରୀ ତଥ୍ୟ ଉପରେ ଭରସା କରନ୍ତୁ । କେବେ ବି ତେଲକୁ ନେଇ ଅସୁବିଧା ହେବ ନାହିଁ। କଳାବଜାରୀ ଉପରେ ନଜର ରଖିଛନ୍ତି ରା ସରକାର। ଆବଶ୍ୟକ ପଡିଲେ ନିଆଯିବ ଆକ୍ସନ । ଯୁଦ୍ଧର ପ୍ରଭାବ ଭାରତରେ ପଡିବ ନାହିଁ। ଖାଇବା ପିଇବା ଜିନିଷ ମହଜୁତ ଅଛି। ବର୍ତ୍ତମାନ ସମୟରେ LPG ବଢିବ ଏବଂ କମିବ କିନ୍ତୁ ମହଜୁତ ଅଛି । ରେଟ ସାମୁହିକ ଭାବରେ ବଢିଛି।

ଏ ଖବର ବି ପଢନ୍ତୁ:- ରେଳ ଧାରଣାରେ ବୁଲୁଥିବା ବେଳେ ଧକ୍କା ଦେଲା ଟ୍ରେନ୍, ଚାଲିଗଲା ଯୁବକଙ୍କ ଜୀବନ