ନୂଆଦିଲ୍ଲୀ,୧୩/୦୮: ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜରିଆରେ ଟିମ ଇଣ୍ଡିଆ ଅଧିନାୟକଙ୍କ ପାଖରେ ଏକ ରେକର୍ଡ ସ୍ଥାପନ କରିବାର ସୁଯୋଗ ରହିଛି। ସେ ପ୍ରଥମ ଭାରତୀୟ ଭାବେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପରେ ୩୦୦୦ ରନ ପୂରଣ କରିପାରିବେ। ଏଥିପାଇଁ ତାଙ୍କୁ ଉଭୟ ଟେଷ୍ଟରେ ମୋଟ୍ ୧୫୭ ରନ ସଂଗ୍ରହ କରିବାକୁ ହେବ ।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଗିଲ୍ ୪୦ଟି ଟେଷ୍ଟ ଖେଳି ୨୮୪୩ ରନ ସଂଗ୍ରହ କରିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ରିଷଭ ପନ୍ତ୨୭୮୦ଓ ରୋହିତ ଶର୍ମା ୨୭୧୬ ରନ ସଂଗ୍ରହ କରି ପରବର୍ତ୍ତୀ ୨ଟି ସ୍ଥାନରେ ରହିଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ ସର୍ବାଧିକ ରନ ରେକର୍ଡ ଇଂଲଣ୍ଡର ଜୋ ରୁଟଙ୍କ ନାମରେ ରହିଛି। ସେ ଇତି ମଧ୍ୟରେ ୬୬୫୧ ରନ ସଂଗ୍ରହ କରି ସାରିଛନ୍ତି। ସେହିପରି ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ୪୫୬୪ ରନ ସଂଗ୍ରହ କରି ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

Also Read :- ସାମାନ୍ୟ ଟିକିଏ ଭୁଲ୍ ପାଇଁ ଚାଲିଗଲା ଜୀବନ, ମୋବାଇଲ ପାଇଁ ଘଟିଲା ଅଘଟଣ...

ଗିଲ୍ ଚଳିତ ୨୦୨୫/୨୭ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଚକ୍ରରେ ମୋଟ୍ ୯୫୦ ରନ ସଂଗ୍ରହ କରି ସାରିଛନ୍ତି। ଫଳରେ ସେ ଆଉ ୫୦ ରନ କଲେ ପ୍ରଥମ ଭାରତୀୟ ଭାବେ ୧୦୦୦ ରନ ପୂରଣ କରିବେ।

ଚୂଡାନ୍ତ ଏକାଦଶକୁ ନେଇ ସସପେନ୍ସ

ଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟକୁ ନେଇ ଭାରତୀୟ ଟିମରସମ୍ଭାବ୍ୟ ଏକାଦଶକୁ ନେଇ ସସପେନ୍ସ।ଭାରତର ପୂର୍ବତନ ଅଫ୍-ସ୍ପିନ୍ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଅବସର ନେଇସାରିଛନ୍ତି।ୱାଶିଂଟନ ସୁନ୍ଦର ଆହତ।ଏଥିରୁ ସ୍ପଷ୍ଟ-ପ୍ରଥମ ଟେଷ୍ଟରେ ସ୍ପିନ୍ ବିଭାଗରେ ନୂଆ ସମୀକରଣ ଦେଖିବାକୁ ମିଳିପାରେ।ଏହା ପୂର୍ବରୁଶ୍ରୀଲଙ୍କାର ପୂର୍ବତନ ଅଲରାଉଣ୍ଡର ଫରଭିଜ୍ ମାହାରୁଫଙ୍କ ମତରେ,ଭାରତ ପ୍ରଥମ ଟେଷ୍ଟରେ ତିନିଜଣ ସ୍ପିନରଙ୍କୁ ନେଇମୈଦାନକୁ ଓହ୍ଲାଇପାରେ। ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କ ସହ ଯୁବ ବାମହାତୀ ସ୍ପିନର ମାନବ ସୁଥାରଙ୍କୁ ଦଳରେ ସ୍ଥାନ ମିଳିପାରେ।

ଅଶ୍ୱିନ ନଥିବା ଏବଂ ୱାଶିଂଟନ ସୁନ୍ଦର ଆହତ ଥିବାରୁ ଜାଡେଜା ଓ କୁଲଦୀପ ଭାରତର ପ୍ରଥମ ପସନ୍ଦର ସ୍ପିନର ହୋଇପାରନ୍ତି। ତେବେ ତୃତୀୟ ସ୍ପିନର ଭାବେ ମାନବ ସୁଥାର କିମ୍ବା ସାରାଂଶ ଜୈନଙ୍କ ମଧ୍ୟରୁ କାହାକୁ ଚୟନ କରାଯିବ,ତାହା ଉପରେ ନଜର ରହିଛି।