ଭୁବନେଶ୍ବର: ନି ଷ୍ଟ୍ରାଇକର ସଚିନ ବେହେରା ପୁଣି ଥରେ ରଚିଲେ ନୂଆ ଇତିହାସ । ଇଣ୍ଡିଆ ବୁକ ଅଫ ରେକର୍ଡରେ ପାଇଲେ ସ୍ଥାନ ।  ୧ ମିନିଟରେ ୧୦୩ ଥର କିକ କରି ନି ଷ୍ଟ୍ରାଇକର ସଚିନ ଏହି ସଫଳତା ପାଇଛନ୍ତି ।  ବଡ଼ କଥା ହେଲା ଏହି ସେ ଗୋଡରେ ୧ କେଜି ଲେଖାଏଁ ଓଜନ ବାନ୍ଧି କିକ୍ କରିଛନ୍ତି, ଯାହା ଇଣ୍ଡିଆନ ବୁକ୍‌ ଅପ୍‌ ରେକର୍ଡସରେ ପ୍ରଥମ । ସଚିନ ଓଡ଼ିଶା ପାଇଁ ପୂର୍ବରୁ ଗିନିଜ ଓ୍ବାର୍ଲ୍ଡ ବୁକ ରେକର୍ଡରେ ମଧ୍ୟ ସ୍ଥାନ ପାଇସାରିଛନ୍ତି । 

ସଚିନଙ୍କ ଲକ୍ଷ୍ୟ ପୁଣି ଥରେ ନିଜର ୨୦୧୯ ଗିନିଜ ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡକୁ ଭାଙ୍ଗି ଇତିହାସ ସୃଷ୍ଟି କରିବେ । ସେତେବେଳେ ସେ ଗୋଟିଏ ମିନିଟରେ ୧୩୭ ଥର ନି ଷ୍ଟ୍ରାଇକ କରି ଏହି ସଫଳତା ପାଇଥିଲେ । ତା’ ପରେ ୨୦୨୨ରେ ପୁଣି ଥରେ ସଚିନ ବିଶ୍ବ ରେକର୍ଡର ଅଧିକାରୀ ହୋଇସାରିଛନ୍ତି । ସଚିନ ଏଥିପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । କେବଳ ଆଙ୍କଲରେ ଅଧିକରୁ ଅଧିକ ଓଜନ ରଖି ନି ଷ୍ଟ୍ରାଇକ କରୁଛନ୍ତି । ନିଜର ୧୩୭ ଥର ଷ୍ଟ୍ରାଇକ୍‌ର ଗିନିଜ ଓ୍ବାର୍ଲ୍ଡ ରେକର୍ଡକୁ ୨୦୦ ଥର ଷ୍ଟ୍ରାଇକ କରିବା ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ରହିଛି । ସଚିନ ନୂଆପଡାର ବାସିନ୍ଦ ଏବେ ସେ ଭୁବନେଶ୍ବରରେ ରହି କାର୍ଯ୍ୟ କରୁଛନ୍ତି । ସଚିନଙ୍କୁ ଏହି ସଫଳତା ଚଳିତ ମାସ ୧୦ ତାରିଖରେ ଭୁବନେଶ୍ବରର ଓଭର ଅଲ ସ୍ପୋର୍ଟସ ଏକାଡେମୀରେ ମିଳିଥିଲା।

Also Read: ବଢ଼ିବନି ଅଗରକରଙ୍କ କାର୍ଯ୍ୟକାଳ, ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ୨ ନାଁ !​​​​​​​