ମସ୍କୋ,|୦୭:ୟୁକ୍ରେନ ଉପରେ ଋଷିଆ ଘନଘନ ଆକ୍ରମଣ କରୁଛି । ମସ୍କୋରେ ୟୁକ୍ରେନର ଡ୍ରୋନ୍ ଆଟାକ୍ ପରେ ଭ୍ଲାଦିମିର ପୁଟିନ ଅଧିକ ଆକ୍ରମଣାତ୍ମକ ହୋଇଯାଇଛନ୍ତି । କିଭ୍ ପକ୍ଷରୁ ମସ୍କୋର ବିଭିନ୍ନ ତୈଳ ରିଫାଇନାରୀକୁ ଟାର୍ଗେଟ୍ କରାଯାଇଥିଲା । ଯାହା ସେଠାରେ ଇନ୍ଧନ ସଙ୍କଟ ସୃଷ୍ଟି କରିଛି । ଫଳରେ ଭାରତ ସମେତ ଅନ୍ୟ ଦେଶରୁ ତେଲ ଆମାଦୀନ କରୁଛି ଋଷ୍ । ଏସବୁ ଭିତରେ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରାଯାଇଛି ।

ୟୁକ୍ରେନ ଦେଇଥିବା ଯୁଦ୍ଧ ବିରତ୍ତି ପ୍ରସ୍ତାବକୁ ଅଗ୍ରାହ୍ୟ କରି ପୁଟିନ୍ କହିଛନ୍ତି ଯେ, ଏବେବି ନିର୍ଧାରିତ ଲକ୍ଷ୍ୟ ପୂରଣ ହୋଇନାହିଁ । ଯୁଦ୍ଧ ଜାରି ରହିବ । ଋଷର ଶକ୍ତିକ୍ଷେତ୍ର ଉପରେ ଆକ୍ରମଣ କରି ୟୁକ୍ରେନ ସାରା ବିଶ୍ୱର ନଜର ହଟାଇବାକୁ ଚାହୁଁଛି । ୟୁକ୍ରେନ୍ ହାରୁଛି । ଋଷ ପାଇଁ ଏହା କଠିନ ସମୟ । କିନ୍ତୁ ତୈଳ ସଙ୍କଟକୁ ଶୀଘ୍ର ନିୟନ୍ତ୍ରଣ କରାଯିବ ।

Also Read :- BLA attack in Blochistan: ବେଲୁଚିସ୍ତାନରେ BLAର ଭୟଙ୍କର ବିସ୍ପୋରଣ, ୩୦ରୁ ଅଧିକ ସୁରକ୍ଷାକର୍ମୀ ମୃତ

କୋଷ୍ଟୟାନଟିଲିଭକାକୁ ଦଖଲ

ଋଷିଆ ଦାବି କରିଛି ଯେ, ସେମାନେ ପୂର୍ବ ୟୁକ୍ରେନରେ ଥିବା କୋଷ୍ଟୟାନଟିଲିଭକାକୁ କବଜା କରିନେଇଛନ୍ତି । ଏହା ୟୁକ୍ରେନର ପ୍ରମୁଖ ଯୁଦ୍ଧଭୂମି ଭାବେ ପରିଚିତ । ଏହାଦ୍ୱାରା ଋଷ ସୈନ୍ୟ କିଭର ଅଧିକ ନିକଟତର ହୋଇଛନ୍ତି । ଏହାସହ ଡୋନବାସ ମଧ୍ୟ ୟୁକ୍ରେନ ହାତରୁ ଖସିବା ଏକ ପ୍ରକାର ନିଶ୍ଚିତ । ଏହି ଅଞ୍ଚଳକୁ ୨୦୨୫ରୁ ଋଷ କବଜା କରିବାକୁ ପ୍ରୟାସ କରୁଛି ।

ପୁଟିନ କୋଷ୍ଟୟାନଟିଲିଭକାକୁ ସମ୍ପୂର୍ଣ୍ଣ ଅକ୍ତିଆର କରାଯାଇଥିବା ଦାବି କରିଛନ୍ତି । ଏହାସହ କ୍ରେମଲିନ୍ ମୁଖପାତ୍ର ଡେମିତ୍ରି ପେସକୋଭ୍ କହିଛନ୍ତି ଯେ, ପୁଟିନ ନିଜେ ଏକଥା ଘୋଷଣା କରିଛନ୍ତି । ଟେଲିଭିଜନରେ ସେ ଋଷ ସୈନ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ବିଜୟ ମସ୍କୋ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଡେମିତ୍ରି ପ୍ରକାଶ କରିଛନ୍ତି ।