ଭୁବନେଶ୍ବର: ବୁଧବାର ଠାରୁ ସମୂହ ଛୁଟିରେ ଯିବେ ରାଜ୍ୟ ଯୋଗାଣ ସହାୟକମାନେ । ଦରମା ବୃଦ୍ଧି ଦାବି ନେଇ ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସଂଘ କହିଛି ରାଜ୍ୟର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଗରିବ ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚାଇବାକୁ ଅହରହ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ ମଧ୍ୟ ଚାକିରି ସୁରକ୍ଷାରୁ ଏବେ ବି ବଞ୍ଚିତ ହେଉଛନ୍ତି। ଆହୁରି ମଧ୍ୟ ମାସକୁ ମାତ୍ର ୮ ହଜାର ଟଙ୍କା ଦରମା ମିଳୁଛି। ଯେଉଁଥିରେ ପରିବାର ଚଳାଇବା କଷ୍ଟକର ହେଉଛି ।

ତେଣୁ ରାଜ୍ୟ ସରକାର ଚାକିରି ନିୟମିତ କରିବା ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ସଂଘ ଦାବି କରିଛି । ଏହା ସହ ଆଗାମୀ ୬ ଦିନ ମଧ୍ୟରେ ଦରମା ବୃଦ୍ଧି ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ବୋଲି ସଂଘ ଚେତାବନୀ ଦେଇଛି। ଦାବି ପୂରଣ ନହେଲେ ୭ ତାରିଖରୁ ପୁଣି ଭୁବନେଶ୍ୱର ଲୋୟର ପିଏମଜିରେ ଧାରା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Also Read: ବିଡିଏ କର୍ମଚାରୀଙ୍କୁ ମନ୍ତ୍ରୀଙ୍କ ତାଗିଦ, କହିଲେ- ଦୁଷ୍ଟଙ୍କୁ ହେବ ପ୍ରହାର