ଭୁବନେଶ୍ୱର ୧୧।୦୪ : ରାଜ୍ୟରେ ଗଠନ ହେବ ପାନୀୟ ଜଳ ନିଗମ । ଗ୍ରାମ୍ୟ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ କରିବାରେ ରହିବ ବଡ଼ ଭୂମିକା । ନିଗମ ଗଠନ ନେଇ ଖୁଵ ଶୀଘ୍ର ଦୁଇଟି ରାଜ୍ୟକୁ ଯିବ ଓଡିଶା ଟିମ । ଏନେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ।

Also Read:-ଦଲାଲି କରୁଛି ପାକିସ୍ତାନ ! ମୁଣ୍ଡ ଟେକିଲାଣି ବିଦ୍ରୋହ, ପୂର୍ବରୁ ପର୍ଦ୍ଦାଫାଶ କରିଥିଲେ ଜୟଶଙ୍କର

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକକୁ ଟିମ୍ ଯାଇ ନିଗମର ରୂପରେଖ କେମିତି ହେବ । ସେ ବାବଦରେ ଅନୁଧ୍ୟାନ କରିବେ । ଆଇଟି ଏବଂ ଡିଜିଟାଲ ପ୍ଲାଟଫର୍ମ ସହ ନିଗମ କାମ କରିବ । ୨୦୭ ମେଗା ପ୍ରକଳ୍ପ,୧୮୭୦୦ ସିଙ୍ଗଲ ଭାଲଭ, ୬୫୫୧ ସୋଲାର ସିଷ୍ଟମ ପ୍ରକଳ୍ପକୁ ପରିଚାଳନା ନିଗମ ନିରୀକ୍ଷଣ କରିବ । ନୂଆନୀତିରେ ମେଗା ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ୫ ବର୍ଷ ପାଇଁ ଗୋଟିଏ ଏଜେନ୍ସୀକୁ ଦିଆଯିବ । ପାଞ୍ଚ ବର୍ଷ ପରେ ଦାୟିତ୍ୱ ପଞ୍ଚାୟତର ସରପଞ୍ଚକୁ ହସ୍ତାନ୍ତର କରିବୁ । ଭିଲେଜ ୱାଟର ସାନିଟେସନ କମିଟିର ଭାଗିଦାରୀରେ ହେବ । ପାଣି ପହଂଚିଲାଣି କି ନାହିଁ, କେଉଁଠି ବିଶୋଧନ ହେବ । ଏହା ଗାଁ କମିଟି ବ୍ଲକକୁ ଅବଗତ କରିବ । ବ୍ଲକ ଜିଲ୍ଲା ତଥା ଭିଲେଜ ୱାଟର ସାନିଟେସନ କମିଟିରେ ଥିବା ମ୍ୟାନେଜରଙ୍କୁ ଜଣାଇବାକୁ ମଧ୍ୟ ଦାୟିତ୍ୱ ଦିଆଯିବ । ୧୯ଟି ପଏଣ୍ଟ ଭାରତ ସରକାର ଦେଇଛନ୍ତି ତାକୁ ଆଧାର କରିକି ସରକାର ନୀତି ପ୍ରଣୟନ କରିଛନ୍ତି ।