ଭୁବନେଶ୍ୱର ୧୬/୦୧: ତଡା ଖାଇବେ ନନ୍ ପରଫର୍ମିଂ କଲେଜ ଶିକ୍ଷକ । ବାଧ୍ୟତାମୂଳକ ଅବସର ପାଇଁ ଶିକ୍ଷକମାନଙ୍କ ତାଲିକା ମାଗିଲା ଉଚ୍ଚ ଶିକ୍ଷା ବିଭାଗ । ରାଜ୍ୟର ସବୁ ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର, ସରକାରୀ ଡିଗ୍ରୀ କଲେଜର ପ୍ରିନ୍ସିପାଲ, ସରକାରୀ ଶିକ୍ଷଣ ତାଲିମ ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ ଓ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରିନ୍ସିପାଲ ମାନଙ୍କୁ ଚିଠି ଲେଖିଲା ଉଚ୍ଚ ଶିକ୍ଷା ବିଭାଗ ।

​​​​​​​

ସୂଚନା ଥାଉକି, ଅଧ୍ୟାପକ ଉପରେ ରାଜ୍ୟ ସରକାରଙ୍କ ବାଧ୍ୟତାମୂଳକ ଅବସର ଛାଟ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ । କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ଜାନୁଆରୀ ୩୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ହୋଇଛି । ଶିକ୍ଷା ମାନଦଣ୍ଡରେ ଉନ୍ନତି ସହ କାର୍ଯ୍ୟଶୈଳୀର ସମୀକ୍ଷା ପାଇଁ ପଦକ୍ଷେପ ।