ମୁମ୍ୱାଇ: ଦିନକ ପରେ ଫଟାଫଟ୍ କ୍ରିକେଟ ମହାକୁମ୍ଭ । ଦେଶର ସବୁଠାରୁ ବଡ଼ କ୍ରିକେଟ ଉତ୍ସବ 'ଇଣ୍ଡିଆନ ପ୍ରିମିୟର ଲିଗ୍' ୨୦୨୬ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଆରସିବି ଓ ହାଇଦ୍ରାବାଦ । ମୈଦାନ କମ୍ପିବ, ହେବ ଛକ୍କା, ଚଉକା ବର୍ଷା । ପ୍ରତିଟି ଦଳରେ ରହିଛନ୍ତି ବିସ୍ଫୋରକ ବ୍ୟାଟର । ତେବେ ଏମାନଙ୍କ ଭିତରେ ସବୁଠୁ ବେଶ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲର । କାରଣ ବିସ୍ପୋରକ ବ୍ୟାଟିଂ ପାଇଁ କାମ କରୁନି ସ୍ୱିଙ୍ଗ । ଏମିତିକି ୟାର୍କର ବି ଫେଲ ମାରୁଛି । ଖାସ୍ କିଛି ପ୍ଲେୟାରଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ଆସନ୍ତୁ ଜାଣିବା କିଏ କିଏ ?

ଅଭିଷେକ ଶର୍ମା (ସନ୍‌ରାଇଜର୍ସ): ୨୦୨୫ ଜୁନ୍ ମାସରୁ ତଥ୍ୟକୁ ବିଶ୍ଳେଷଣ କଲେ ଦେଖିବାକୁ ମିଳିଛି ଯେ ଅଭିଷେକ ଶର୍ମା ଏହି ସମୟରେ ପ୍ରତି ୨୯୯ ବଲ୍ରେ ଗୋଟିଏ ବାଉଣ୍ଡାରୀ ହିଟ୍ କରିଛନ୍ତି । ଏହି ସମୟରେ ଯେଉଁ ୫୭ଜଣ ବ୍ୟାଟର ସମସ୍ତ ପ୍ରକାର କ୍ରିକେଟରେ ୧୦୦ କିମ୍ବା ତା'ଠାରୁ ଅଧିକ ବାଉଣ୍ଡାରୀ ମାରିଛନ୍ତି ସେମାନଙ୍କ ମଧ୍ୟରେ ଅଭିଷେକ ପ୍ରଥମରେ ରହିଛନ୍ତି । ଅଫ୍‌ସାଇଡ୍‌ରେ ସେ ଜଣେ ଟାଣୁଆ ଖେଳାଳି ଭାବେ ପରିଚିତ । ସେ ସ୍କୋର କରିଥିବା ୫୦ ଶତକଡ଼ା ରନ୍ ଅଫ୍ ସାଇଡ୍‌ରେ ଆସିଛି । ଶୀର୍ଷ ଦଳ ବିପକ୍ଷରେ ଦେ ପ୍ରତି ୨.୬୪ ବଲ୍‌ରେ ଅଫ୍‌ସାଇଡ୍‌ରୁ ବାଉଣ୍ଡାରୀ ସଂଗ୍ରହ କରିଛନ୍ତି । ଅଭିଷେକଙ୍କ ପଛକୁ କେବଳ ଅଷ୍ଟ୍ରେଲିଆର ଜୋଶ ଇଂଲିଶ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Also read:IPL 2026ରେ ଭାଙ୍ଗିଲା ବର୍ଷ ବର୍ଷର ପୁରୁଣା ରେକର୍ଡ, ସବୁ ୧୦ ଅଧିନାୟକ ମିଶି ରଚିଲେ ଇତିହାସ

ଇଶାନ କିଶାନ (ସନ୍‌ରାଇଜର୍ସ): ଜୁନ୍ ୨୦୨୫ରୁ ୨୭ଜଣ ବ୍ୟାଟର ଟି-୨୦ରେ ସଂଗ୍ରହ କରିଥିବା ୧୦୦ ରନ୍ ମଧ୍ୟରୁ ଇଶାନ କିଶାନଙ୍କ ଷ୍ଟ୍ରାଇକ୍ ରେଟ୍ ସର୍ବାଧିକ । ସେ ଏହି ରନ୍ ୨୦୨. ୧୨ ହାରରେ ସଂଗ୍ରହ କରିଛନ୍ତି । ୨୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ କେବଳ ଅଭିଷେକ ଓ ଆଲେନ୍ ଏହି ସମୟରେ ରନ୍ ସଂଗ୍ରହ କରିଛନ୍ତି। ଲେଗ୍ ସାଇଡ୍‌ରେ ଇଶାନ ଟାଣୁଆ ଖେଳାଳି ହୋଇଥିଲାବେଳେ ସେ ୬୯.୧୭ ହାରରେ ଏହି ସାଇଡ୍‌ରେ ରନ୍ ସଂଗ୍ରହ କରିଛନ୍ତି । ଲେଗ୍ ସାଇଡ୍‌ରେ ସେ ୧୩୫ଟି ବଲ ହିଟ୍ କରିଥିଲାବେଳେ ଏହା ମଧ୍ୟରେ ରହିଛି ୬୧ ବାଉଣ୍ଡାରୀ । ଏହା ଫଳରେ ସେ ପ୍ରତି ୨.୨୭ ବଲ୍‌ରେ ଗୋଟିଏ ବାଉଣ୍ଡାରୀ ଲେଗ୍‌ସାଇଡ୍‌ରେ ହିଟ୍ କରିଛନ୍ତି ।

ବୈଭବ ସୂର୍ଯ୍ୟବଂଶୀ (ରୟାଲ୍ସ): ରାଜସ୍ଥାନ ରୟାଲ୍ସର ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଗତ ୧୦ଟି ଇନିଂସରେ ସର୍ବାଧିକ ୪୩୬ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ ରେଟ୍ ରହିଛି ୨୦୨.୭୯ ଓ ସେ ପ୍ରତି ୩.୦୩ ବଲ୍‌ରେ ଗୋଟିଏ ବାଉଣ୍ଡାରୀ ଓ ପ୍ରତି ୫୯୭ ବଲ୍ରେ ଗୋଟିଏ ଛକା ମାରିଛନ୍ତି। ଚଳିତ ଆଇପିଏଲ୍‌ରେ ସୂର୍ଯ୍ୟବଂଶୀଙ୍କ ସମେତ ୩ଜଣ ବ୍ୟାଟର ଗତ ୧୦ଟି ଇନିଂସରେ ପ୍ରତି ୬ଟି ବଲ୍‌ରେ ହାରାହାରି ଗୋଟିଏ ଛକା ମାରିବାରେ ସମର୍ଥ ହୋଇଛନ୍ତି । ସୂର୍ଯ୍ୟବଂଶୀ ପେସ୍ ବୋଲିଂ ବିପକ୍ଷରେ ୨୨୧୧୨। ହାରରେ ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ପେସ୍ ବୋଲରଙ୍କ ବିପକ୍ଷରେ ୭୧ଟି ବଲ୍ ଖେଳି ୨୭ଟି ବାଉଣ୍ଡାରୀ ମାରିଛନ୍ତି । ଏହା ମଧ୍ୟରେ ୧୬ଟି ଛକା ରହିଛି।

ଫିନ୍ ଆଲେନ୍ (ନାଇଟ୍ ରାଇଡର୍ସ୍): ଭାରତରେ ଶେଷ ହୋଇଥିବା ଟି-୨୦ ବିଶ୍ଵକପ୍ରେ ଦ୍ରୁତତମ ଶତକ ହାସଲ କରିଥିବା ନ୍ୟୁଜିଲାଣ୍ଡ/କୋଲକାତା ନାଇଟ୍ ରାଇଡର୍ସର ଫିନ୍ ଆଲେନ୍ ଜୁନ୍ ୨୦୨୫ରୁ ଏଯାଏ ୨୦୦୧୭ ଷ୍ଟ୍ରାଇକ୍ରେଟ୍ରେ ସବୁଠାରୁ ଅଧିକ ୧୧୭୭ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ସେ ସର୍ବାଧିକ ୯୯ଟି ଛକା ମାରିଛନ୍ତି। ପ୍ରତି ୫ ୯୩ ବଲ୍ରେ ଛକା ରହିଛି। ଲେଗ୍ସାଇଡ୍ରେ ଜଣେ ଟାଣୁଆ ଖେଳାଳି ଆଲେନ୍ ଏହି ସମୟରେ ପ୍ରତି ୩.୬୮ ବଲ୍ରେ ଛକା ମାରିଛନ୍ତି ।

ସଞ୍ଜୁ ସାମସନ (ସିଏସ୍): ଟି-୨୦ ବିଶ୍ଵକପ୍‌ରେ ସଞ୍ଜୁ ସାମସନଙ୍କ ବ୍ୟାଟିଂ ତାଙ୍କୁ ଏକ ସ୍ଵତନ୍ତ୍ର ସ୍ଥାନରେ ରଖୁଛି । ସେ ପ୍ରତି ୪.୧୪ ବଲ୍ରେ ବାଉଣ୍ଡାରୀ ମାରିଛନ୍ତି। ଏହା ମଧ୍ୟରେ ୩୫ଟି ଛକା ରହିଛି। ଉଭୟଅଫ୍ ଓ ଲେଗ୍ ସାଇଡ୍ରେ ସେ ଷ୍ଟ୍ରୋକ୍ ଖେଳିଥାନ୍ତି। ଅଫ୍ ସାଇଡ୍‌ରେ ପ୍ରତି ୨.୫୯ ବଲ୍‌ରେ ବାଉଣ୍ଡାରୀ ମାରିଛନ୍ତି । ବିଶ୍ଵକପ ୩ ୪୫ଟି ବଲ୍‌ରେ ଗୋଟିଏ ବାଉଣ୍ଡାରୀ ଥିଲା ।

ସିମରନ ହେଟ୍‌ମାୟର (ରୟାଲ୍ସ):ସାମସନ ସିଏସ୍‌କୁ ଯିବା ପରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୱେଷ୍ଟଇଣ୍ଡିଆନ୍ ସିମରନ ହେଟମାୟରଙ୍କ ବ୍ୟାଟିଂ ପୋଜିସନରେ ଉନ୍ନତି ହେବ । ସେ ନଂ-୩ରେ ବ୍ୟାଟିଂ କରିବେ, ଯାହା ଫଳରେ କିଛି ବଲ ଖେଳିବାକୁ ସୁଯୋଗ ପାଇବେ। ନଂ-୩ ପୋଜିସନରେ ସେ ଜୁନ୍ ୨୦୨୫ରୁ ବ୍ୟାଟିଂ କରି ୧୨ଟି ଇନିଂସରେ ୧୮୦ ଷ୍ଟ୍ରାଇକରେଟ୍ ଓ ୪୦.୮୦ ହାରରେ ରନ୍ ସଂଗ୍ରହ କରିଛନ୍ତି। ଆଇପିଏଲ୍ ୨୦୨୫ ପରେ ସେ ୫୧ଟି ଇନିଂସରେ ୧୦୫ଟି ଛକା ମାରିଛନ୍ତି । ଏହାର ଅର୍ଥ ପ୍ରତି ଇନିଂସରେ ୨ଟି ଲେଖାଏଁ ଛକା ରହିଛି। ସ୍ପିନରଙ୍କୁ ମିଡଲ ଅର୍ଡରରେ ଉଚିତ ମୁକାବିଲା କରୁଥିବା ହେୟର ଏହି ଆଇପିଏଲ୍‌ରେ କିଛି ନୂଆ ରେକର୍ଡ କରିବେ ବୋଲି ଆଶା କରାଯାଉଛି।