Sri Lanka refused US's request; ଡୋନାଲ୍ଡ ଟ୍ରମ୍ପ ଧମକରେ ବଡ଼ ବଡ଼ ଦେଶ ସାଲିସ୍ କରୁଥିବା ବେଳେ ଶ୍ରୀଲଙ୍କା କିନ୍ତୁ ସମ୍ମାନ ଓ ସ୍ୱାଭିମାନ ସହ ସାଲିସ ନ କରି ରୋକଠୋକ ଶୁଣାଇଛି। ଯୁଦ୍ଧ ସମୟରେ ଆମେରିକା ଶ୍ରୀଲଙ୍କା ବିମାନବନ୍ଦରରେ ଯୁଦ୍ଧ ଜାହାଜ ଓହ୍ଲାଇବାକୁ ଅନୁମତି ମାଗିଥିଲା। ହେଲେ ଶ୍ରୀଲଙ୍କା ସିଧା ସିଧା ମନା କରି ଦେଇଥିଲା। ଏବଂ ଚାପ ଆଗରେ ନଇଁବୁ ନାହିଁ ବୋଲି ଶ୍ରୀଲଙ୍କା ସ୍ପଷ୍ଟ କରିଦେଇଛି। ଏନେଇ ଶୁକ୍ରବାର ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ କଲମ୍ବୋ ସଂସଦରେ ସୂଚନା ଦେଇଛନ୍ତି।

ସଂସଦକୁ ସମ୍ବୋଧନ କରି ଦିସାନାୟକେ କହିଛନ୍ତି ଯେ ମାର୍ଚ୍ଚ ଆରମ୍ଭରେ ମଟାଲା ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାର ଦୁଇଟି ଯୁଦ୍ଧ ବିମାନ ଅବତରଣ କରିବାକୁ ଅନୁମତି ମାଗିଥିଲା। ହେଲେ ତାଙ୍କୁ ଅନୁମତି ଦିଆଯାଇ ନଥିଲା। ମାର୍ଚ୍ଚ ୪ ଏବଂ ୮ ତାରିଖରେ ଲୋହିତ ସାଗର ଏବଂ ଆଡେନ ଉପସାଗର ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପ୍ରବେଶ ପଥ ଜିବୁତିରେ ଅବସ୍ଥିତ ଆମେରିକୀୟ ଯୁଦ୍ଧ ବିମାନଗୁଡ଼ିକ ଏହି ଅନୁରୋଧ କରିଥିଲେ। ଉଭୟ ଯୁଦ୍ଧ ବିମାନର ଅନୁରୋଧ ପ୍ରତ୍ୟାଖ୍ୟାନ କରାଯାଇଥିଲା ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି କହିଛନ୍ତି।

ପଢ଼ନ୍ତୁ- India Diplomatic Win in Iran: ମୋଦୀ ସରକାରଙ୍କ ବଡ଼ କୂଟନୈତିକ ବିଜୟ: ହର୍ମୁଜ୍ ଜଳପଥରୁ ମୁକୁଳିଲା ୨୨ ଭାରତୀୟ ଜାହାଜ​​​​​​​

ମଧ୍ୟପ୍ରାଚ୍ୟ ସଂଘର୍ଷରୁ ଉପୁଜିଥିବା ଚାପ ମଧ୍ୟରେ ନିରପେକ୍ଷତା ବଜାୟ ରଖିବା ପାଇଁ ଶ୍ରୀଲଙ୍କାର ପ୍ରତିବଦ୍ଧତା ଉପରେ ଦିସାନାୟକ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ “ଅନେକ ଚାପ ସତ୍ତ୍ୱେ ଆମେ ଆମର ନିରପେକ୍ଷତା ବଜାୟ ରଖିବାକୁ ଚାହୁଁଛୁ। ଆମେ ହାର ମାନିବୁ ନାହିଁ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଚ୍ୟାଲେଞ୍ଜ ସୃଷ୍ଟି କରୁଛି, କିନ୍ତୁ ଆମେ ନିରପେକ୍ଷ ରହିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବୁ।” ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ସ୍ୱତନ୍ତ୍ର ଦୂତ ସର୍ଗିଓ ଗୋରଙ୍କ ସହ ସାକ୍ଷାତ କରିବାର ଗୋଟିଏ ଦିନ ପରେ ଦିସାନାୟକେ ସଂସଦରେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଶ୍ରୀଲଙ୍କା ଆମେରିକାର ସ୍ୱତନ୍ତ୍ର ଦୂତଙ୍କ ସହ ସମ୍ପର୍କ ମଜଭୁତ ଦିଗରେ ଆଲୋଚନା କରିଥିଲା। ଏନେଇ ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥଗୁଡ଼ିକୁ ସୁରକ୍ଷିତ ରଖିବା, ବନ୍ଦରଗୁଡ଼ିକୁ ସୁରକ୍ଷିତ ରଖିବା, ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଏକ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତ ମହାସାଗରକୁ ଆଗକୁ ବଢ଼ାଇବା ଉପରେ ଆଲୋଚନା ହୋଇଥିଲା। ଏହା ସତ୍ତ୍ୱେ ଶ୍ରୀଲଙ୍କାର ନିରପେକ୍ଷତାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ସମସ୍ତ ବାହ୍ୟ ଚାପକୁ ଦେଶ ପ୍ରତିରୋଧ କରିବ ବୋଲି ଶ୍ରୀଲଙ୍କା ନେତୃତ୍ୱ ସୂଚାଇ ଦେଇଛନ୍ତି।

ଶ୍ରୀଲଙ୍କାର ଦକ୍ଷିଣ ଉପକୂଳରେଆମେରିକାର ହୀନ କର୍ମ

ମାର୍ଚ୍ଚ ୪ ତାରିଖରେ, ଏକ ଆମେରିକୀୟ ବୁଡ଼ାଜାହାଜ ଗାଲେ ନିକଟରେ ଇରାନୀ ଫ୍ରିଗେଟ୍ IRIS ଡେନାକୁ ଟର୍ପିଡୋରେ ଆଟାକ କରି ବୁଡ଼ାଇ ଦେଇଥିଲା। ଯାହା ଫଳରେ ୮୪ ଜଣ ନାବିକଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୩୨ ଜଣଙ୍କୁ ଶ୍ରୀଲଙ୍କା ନୌସେନା ଦ୍ୱାରା ଉଦ୍ଧାର କରିଥିଲ। ରିପୋର୍ଟ ଅନୁଯାୟୀ ଜାହାଜଟି ଭାରତରେ ଏକ ନୌସେନା ଅଭ୍ୟାସରୁ ଫେରୁଥିବା ବେଳେ ଆମେରିକା ଏଭଳି ଆଟାକ କରିଥିଲା। ଯାହା ସମ୍ପୂର୍ଣ୍ଣ ବେଆଇନ।