ଆଠଗଡ଼ ୧୮।୦୯ : ଯାତ୍ରାରେ ଚେୟାର ମାଡ଼ର ଟ୍ରେଣ୍ଡ । କଟକ ତିଗିରିଆ ଥାନା ନୂଆପାଟଣାରେ ଯାତ୍ରା ଚାଲିଥିବା ବେଳେ ମଞ୍ଚ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗିଛନ୍ତି ଦର୍ଶ। ଅପେରା ଯାଜ୍ଞସେନୀର ନାଟକ ସନାତନୀ ପରିବେଷଣ ବେଳେ ଏଭଳି ଚେୟାର ମାଡ଼ ହୋଇଛି।

ଖବର ଅନୁଯାୟୀ, । କଟକ ତିଗିରିଆ ଥାନା ନୂଆପାଟଣାରେ ଅପେରା ଯାଜ୍ଞସେନୀ ପକ୍ଷରୁ ଚାଲିଥିଲା ନାଟକ ‘ସନାତନୀ’ । ଏହି ଯାତ୍ରା ଚାଲୁଥିବା ସମୟରେ ଏକ ଆପତ୍ତି ଜନକ ଦୃଶ୍ୟ ପରିବେଶଣ କରିଥିଲେ କଳାକାର । ଯାହାକୁ ଦେଖି ଉପସ୍ଥିତ ଥିବା ଯାତ୍ରାପ୍ରେମୀମାନେ ରାଗିଯାଇଥିଲା । ଏପିରିକି ବସିଥିବା ଚେୟାରକୁ ଷ୍ଟେଜ୍ ଉପରକୁ ଫିଙ୍ଗିଥିଲେ । ଏହାସହିତ ନିଜ ପିନ୍ଧିଥିବା ଚପଲ ମଧ୍ୟ ଫୋପାଡିଥିଲେ । କିଛି ସମୟ ଧରି ଏହିପରି ଚାଲିଥିଲା । ପରେ କମିଟି ସଦସ୍ୟ ଏବଂ ଯାତ୍ରା ପାର୍ଟିର କଳାକାରମାନେ ବୁଝାସୁଝା କରିଥିଲେ । ଯାହାପରେ ବିବାଦ ଥମିଥିଲା । ଆଉ ପୁଣି ଥରେ ଯାତ୍ରା ଆରମ୍ଭ ହୋଇଥିଲା । ସେପଟେ ଏନେଇ କମିଟି ଓ କଳାକାର ମାନଙ୍କ ପକ୍ଷରୁ କୌଣସ ପ୍ରତିକ୍ରିୟା ମିଳି ପାରିନାହିଁ ।

Also Read:-ପ୍ରେମିକା ଘରେ ପ୍ରେମିକକୁ ମାରିବା ଘଟଣା, ବିଭତ୍ସ ହତ୍ୟା ପଛର କାରଣ କ'ଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ...

ତେବେ ଯାତ୍ରାରେ ଚେୟାର ମାଡ କୋଉ ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଯାତ୍ରାରେ ଚେୟାର ମାଡ଼, ବୋତଲ ଫିଙ୍ଗା, ଚପଲ ଫୋପାଡିବା ଆଦି ଘଟଣା ନଜିର ରହିଛି । ତେଣୁ କଳାକାରର ଜୀବନ୍ତ ଅଭିନୟ ପାଇଁ ଚେୟାର ମାଡ଼ ହେଉଛି, ନା ରାତାରାତ ଫେମସ୍ ପାଇଁ ଏସବୁ ଯୋଜନା ବଦ୍ଧ ।

Watch Video:-