ଭୁବନେଶ୍ୱର ୧୮।୦୯ : UPI ପ୍ରସଙ୍ଗରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ । ଦିଲ୍ଲୀରୁ ୧୦ ଦିନର ଗସ୍ତ ସାରି ଫେରିବା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, କ୍ଷୁଦ୍ର ବ୍ୟବସାୟୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଦରକାର । ଛୋଟ ଦୋକାନୀ ବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ସ୍ୱାର୍ଥ ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ଉଚିତ୍ ।

ସେହିପରି ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ଦିଲ୍ଲୀରୁ ଫେରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀରୁ ୧୦ ଦିନ ରହିବା ପରେ ଆଜି ଭୁବନେଶ୍ୱର ଫେରିଛନ୍ତି ନବୀନ ପଟ୍ଟନାୟକ । ତେବେ ନବୀନଙ୍କୁ ସ୍ୱାଗତ କରିବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଦଳୀୟ କର୍ମୀଙ୍କ ଭିଡ଼ ଲାଗିଛି । ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର, ଅଶୋକ ପଣ୍ଡା, ପ୍ରତାପ ଜେନା, ଅନନ୍ତ ନାରାୟଣ ଜେନା, ସୁଲଚନା ଦାସଙ୍କ ସହ ଅନେକ ବିଜେଡି ନେତୃତ୍ୱ ସ୍ୱାଗତ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ଦିଲ୍ଲୀରେ କିଛି ବରିଷ୍ଠ ନେତୃତ୍ୱଙ୍କ ସହ ନବୀନଙ୍କ ଆଲୋଚନା ହୋଇଥିବା ସୂଚନା ।

ଆସନ୍ତୁ ଜାଣିବା କଣ ରହିଛି ନିୟମ :-

୧. ବ୍ୟବସାୟୀଙ୍କ ପାଇଁ ଚାର୍ଜ ନିୟମ

୨,୦୦୦ ପର୍ଯ୍ୟନ୍ତ କାରବାର ସମ୍ପୂର୍ଣ୍ଣ ମାଗଣା, ବ୍ୟବସାୟୀଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ ।

୨,୦୦୦ ରୁ ଅଧିକ କାରବାରରେ ବଡ଼ ବ୍ୟବସାୟୀମାନଙ୍କ ପାଇଁ ୦.୪% MDR ଚାର୍ଜ ଲାଗିବ । ଏହି ଚାର୍ଜ ସର୍ବାଧିକ ୩୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ ରହିବ ।

ସ୍ୱତନ୍ତ୍ର ସେକ୍ଟର (ରେଳବାଇ, ତେଲ, ଇନସ୍ୟୁରାନ୍ସ, ଟେଲିକମ୍): ଏହି ସବୁ କ୍ଷେତ୍ରରେ ୨,୦୦୦ ରୁ ଅଧିକ କାରବାର ଉପରେ ମାତ୍ର ୫ ଟଙ୍କା ଫ୍ଲାଟ୍ ଚାର୍ଜ ଲାଗିବ ।

୨. କାହାକୁ ରିହାତି ମିଳିବ?

ଛୋଟ ବ୍ୟବସାୟୀ: ଯେଉଁ ଛୋଟ ଦୋକାନୀ ବା ରାସ୍ତାକଡ଼ର ବ୍ୟବସାୟୀମାନେ P2PM ବା ସ୍ୱଳ୍ପ କାରବାର ଶ୍ରେଣୀରେ ଆସନ୍ତି ଏବଂ ମାସକୁ ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ପାଆନ୍ତି, ସେମାନଙ୍କ ପାଇଁ ଏହି ଚାର୍ଜ ଲାଗୁ ହେବ ନାହିଁ ।

P2P (ଜଣଙ୍କ ଆକାଉଣ୍ଟରୁ ଅନ୍ୟଜଣଙ୍କ ଆକାଉଣ୍ଟକୁ): ସାଙ୍ଗସାଥୀ ବା ସମ୍ପର୍କୀୟଙ୍କୁ ୟୁପିଆଇ ମାଧ୍ୟମରେ ଟଙ୍କା ପଠାଇଲେ କୌଣସି ଚାର୍ଜ ଲାଗିବ ନାହିଁ, ଏହା ସମ୍ପୂର୍ଣ୍ଣ ମାଗଣା ରହିବ ।

ବ୍ୟାଙ୍କ ଓ ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ଦୋକାନୀମାନେ ଏହି MDR ଚାର୍ଜକୁ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ କିମ୍ବା ୟୁପିଆଇ ଆପ୍ଗୁଡ଼ିକ କୌଣସି ଲୁକ୍କାୟିତ ପ୍ଲାଟଫର୍ମ ଫି' ନେଇପାରିବେ ନାହିଁ ।