ଦେବଗଡ ୧୮।୦୯ : ଦେବଗଡ ରିଆମାଳ ଥାନାଞ୍ଚଳ ଲକ୍ଷ୍ମୀ ସାହିରେ ପ୍ରେମିକା ଘରେ ପ୍ରେମିକଙ୍କୁ ଜୀବନ୍ତ ଜାଳିଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରିଆମାଳ ବାବରାକୋଟ ଗାଁର ଯୁବ ଇଞ୍ଜିନିୟର ସିଲୁ ରାୟଙ୍କ ମୃତ୍ୟୁ ହୋଇଛି। ଗତକାଲି ଫୋରେନସିକ ଟିମ ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି। ଆଜି ମୃତଦେହର ପୋଷ୍ଟମର୍ଟମ କରାଯିବ।

ଖବର ଅନୁଯାୟୀ, ସିଲୁ ମୁମ୍ବାଇର ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ଥିଲେ । ଗୁରୁବାର ପୂର୍ବାହ୍ନରେ ସେ ମୁମ୍ବାଇରୁ ଫେରିଥିଲେ। ରାତିରେ ସେ ଘରୁ ଦେବଗଡ ଅଭିମୁଖେ ଯାଉଥିବା ନେଇ ସୂଚନା ଦେଇଥିଲେ। ରାତିରେ ପ୍ରେମିକାଙ୍କୁ ଭେଟିବାକୁ ରିଆମାଳ ଲକ୍ଷ୍ମୀ ଛକ ଠାରେ ଥିବା ତାଙ୍କ ବାସଭବନକୁ ଯାଇଥିବା ବେଳେ ଯୁବତୀଙ୍କ ପରିବାର ଲୋକ ଦେଖି ଦେଇଥିଲେ। ସେମାନେ ମିଳିତ ଭାବରେ ସିଲୁଙ୍କୁ ଆକ୍ରମଣ କରିବା ସହ ପିଟିପିଟି ରକ୍ତାକ୍ତ କରିଦେଇଥିଲେ । ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

Also Read:-Asim Mandal arrested: ୨.୨୦ କୋଟିର ମୋଷ୍ଟ ୱାଣ୍ଟେଡ୍ ମାଓନେତା ଗିରଫ, ବଡ଼ ବଡ଼ ହିଂସାକାଣ୍ଡ ଘଟାଇବାରେ ଥିଲା ମାଷ୍ଟରମାଇଣ୍ଡ

ସେପଟେ ଏନେଇ ରିଆମାଳ ଥାନାରେ ୭ ଜଣଙ୍କ ନାମରେ ଅଭିଯୋଗ କରାଯାଇଛି। ରିଆମାଳ ପୋଲିସ ଯୁବତୀଙ୍କ ସହ ତାଙ୍କ ବାପା ଓ ମାଆ ଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ତେବେ ଅନ୍ୟ ୪ ଜଣ କିଏ ଏବଂ ସେମାନେ କୁଆଡେ ଗଲେ । ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି । ଏମିତି ବୀଭତ୍ସ ହତ୍ୟା ପଛରେ କାରଣ କଣ । ପୂରା ଘଟଣା ପଛରେ ଆଉ କିଛି ରହସ୍ୟ ଅଛି କି ।

Watch Video:-