ନୂଆଦିଲ୍ଲୀ, ୧୪ /୦୩:ସରିଛି ଟି୨୦ବିଶ୍ୱକପ୍ । ଚାମ୍ପିଅନ୍ ହୋଇଛି ଭାରତ । ଦଳର ପ୍ରଦର୍ଶନରେ ଖୁସି ଅଛନ୍ତି କୋଚ୍ ଗୌତମ ଗମ୍ଭୀର । ଫ୍ୟାନ୍ସ ଏବଂ ଅନେକ ଭେଟେରାନ ଭାରତୀୟ ଦଳର ସଫଳତା ପାଇଁ ଗମ୍ଭୀରଙ୍କୁ ସାବାସୀ ଦେଉଛନ୍ତି । କିନ୍ତୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ତଥା ଦାଦା ଭାବେ ପରିଚିତ ସୌରଭ ଗାଙ୍ଗୁଲି କିନ୍ତୁ ସେତେଟା ଖୁସି ନାହାଁନ୍ତି । ଗମ୍ଭୀରଙ୍କ ପାଇଁ ଅସଲି ପରୀକ୍ଷା ବାକି ଥିବା ଗାଙ୍ଗୁଲି କହିଛନ୍ତି ।

ଗାଙ୍ଗୁଲି କହିଛନ୍ତି ଯେ, ଗମ୍ଭୀରଙ୍କ କୋଚିଂରେ ଭାରତ ଚାମ୍ପିଅନ୍ସ ଟ୍ରଫି ଏବଂ ଟି୨୦ବିଶ୍ୱକପ୍ ଜିତିଛି । ହେଲେ ଅସଲି ପରୀକ୍ଷା ଏବେ ବାକି ଅଛି । ଯାହା ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ । ଏହି ଅସଲି ପରୀକ୍ଷା ହେଉଛି ଦିନିକିଆ ବିଶ୍ୱକପ୍ । ଦକ୍ଷିଣ ଆଫ୍ରିକାର ପରିବେଶ ଏବଂ ଭାରତର ପରିବେଶ ସମ୍ପୂର୍ଣ୍ଣ ଅଲଗା । ତେବେ ଗମ୍ଭୀର ଏହାର ଉଚିତ ମୁକାବିଲା କରିପାରିବେ ବୋଲି ସେ ଆଶା କରୁଛନ୍ତି ।

ଦାଦା ଆହୁରି କହିଛନ୍ତି ଯେ, ଗମ୍ଭୀରଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ । ରେଡ୍ ବଲ୍ କ୍ରିକେଟରେ ଭାରତ ଏବେ ଦୁର୍ବଳ ଅଛି । ଆଗାମୀ ଦିନରେ ଦଳ କିଛି ଟେଷ୍ଟ୍ ମ୍ୟାଚ୍ ଖେଳିବ । ଏଥିରେ ବୋଲରଙ୍କଭୂମିକା ଗୁରୁତ୍ୱପୂର୍ଣ୍ଣ । ଯେତେ ଶୀଘ୍ର ବୋଲରଙ୍କୁ ଓ୍ୱିକେଟ୍ ମିଳିବ ଦଳର ବିଜୟ ସେତେ ସହଜ ହେବ ।

ସେ ଆହୁରି କହିଛନ୍ତି ଯେ, ଗମ୍ଭୀର ଜଣେ ଭଲ କୋଚ୍ । ଦିନିକିଆରେ ସେ ଭଲ କୋଚିଂ କରନ୍ତି । ଟି୨୦ଫର୍ମାଟରେ ନିଜକୁ ପ୍ରମାଣିତ କରିଛନ୍ତି । ଟେଷ୍ଟ୍ ପାଇଁ ତାଙ୍କୁ ଆଉ କିଛି ସମୟ ଦେବା ଦରକାର । ତାଙ୍କ ପାଖରେ ଏକ ଭଲ ଟିମ୍ ରହିଥିବା ଗାଙ୍ଗୁଲି ପ୍ରକାଶ କରିଛନ୍ତି ।

୨୦୨୩ର ପରାଜୟ

ଭାରତ୨୦୨୩ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଅଷ୍ଟ୍ରେଲିଆଠୁ ଦଳ ମାତ୍ ଖାଇଥିଲା । ରନର୍ସ ଅପ୍ ରେ ଟିମ୍ କୁ ସନ୍ତୁଷ୍ଟ ହେବାକୁ ପଡିଥିଲା । ଟୁର୍ଣ୍ଣାମେଣ୍ଟ୍ ସାରା ଦଳ ଅପରାଜେୟ ରହିଥିଲେ ବି ଫାଇନାଲରେ ପରାସ୍ତ ହୋଇଥିଲା । ଗମ୍ଭୀର ପୂର୍ବରୁ୨୦୧୧ରେ ଖେଳାଳି ଭାବେ ବିଶ୍ୱକପ୍ ବିଜୟୀ ଟିମ୍ ର ସଦସ୍ୟ ଥିଲେ । ସେଫାଇନାଲରେ ଦମଦାର ପାଳି ଖେଳିଥିଲେ ।୨୦୨୭ରେ ସେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ଟ୍ରଫି ଉଠାଇବାକୁ ଲକ୍ଷ୍ୟ ରଖିବେ ।