ଭଦ୍ରକ ୨୬।୦୫ : ଭତ୍ତା ପାଇଁ ବୁଢୀ ମାଆଙ୍କୁ ଭାରରେ ବୋହିଆଣିଲେ ପୁଅ । ଭତ୍ତା ଓ ଆବାସ ନମିଳିବା ପ୍ରତିବାଦରେ ଧାରଣା ଦେଲେ । ଭଦ୍ରକ ରାମଚନ୍ଦ୍ରପୁର ପଞ୍ଚାୟତ ଆଗରେ ଚାଲିଥିବା ଗଣଧାରଣା ସ୍ଥଳରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ରାମଚନ୍ଦ୍ରପୁର ପଞ୍ଚାୟତ ୬ ନମ୍ୱର୍ ୱାର୍ଡର ଚନ୍ଦ୍ରମଣି ମାଝୀ ସରକାରଙ୍କ ଆବାସ ଯୋଜନା ଏବଂ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ତାଙ୍କ ୮୨ ବର୍ଷୀୟ ମାଆ ବଞ୍ଚିତ ବୋଲି ଅଭିଯୋଗ କରିଛନ୍ତି । ସ୍ଥାନୀୟ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଆବେଦନ କରିବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ବ୍ୟବସ୍ଥା ଉପରେ ଅତିଷ୍ଠ ହୋଇ ଚନ୍ଦ୍ରମଣି ନିଜ ମା’ଙ୍କୁ ଏକ ଭାରରେ ବସାଇ କାନ୍ଧରେ ବୋହି ଆନ୍ଦୋଳନ ସ୍ଥଳକୁ ନେଇ ଆସିଥିଲେ। ପ୍ରକୃତ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଥିବା ନେଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଚାଲିଥିବା ବେଳେ ଚନ୍ଦ୍ରମଣି ଏଠାକୁ ନିଜ ମାଆଙ୍କୁ ଆଣିଥିଲେ। ଧାରଣା ସ୍ଥଳରେ ଭଣ୍ଡାରିପୋଖରୀ ବିଧାୟକଙ୍କ ପ୍ରତିନିଧି ସ୍ମୁତି ରଞ୍ଜନ ସ୍ବାଇଁ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ଧାରଣା ସ୍ଥଗିତ ରହିଛି। ତେବେ ଖୁବଶୀଘ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି ସୂଚନା ମିଳିଛି।

Watch Video:-