ଦିଗପହଣ୍ଡି, ୨୧|୦୭: ପୁଅ ଭୁଲି ଗଲା ରକ୍ତ ସମ୍ପର୍କ । ଯିଏ ତାକୁ ଜନ୍ମ ଦେଇଥିଲା ତାକୁ ହିଁ ହାତ ଉଠାଇବାକୁ ପଛାଇଲାନି ନିର୍ଦ୍ଦୟ ପୁଅ । ଏପରି କିଛି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ । ପୁଅର ମାଡରେ ମାଆ ଲହୁଲୁହାଣ ହୋଇଥିବା ନେଇ ଥାନାରେ ମାମଲା ହୋଇଛି ।

ରିପୋର୍ଟ ଅନୁସାରେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ମଙ୍ଗରାଜପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ନିଜ ଜନ୍ମିତ ପୁଅର ମାଡ଼ରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ମହିଳାକୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Also Read :- ସ୍ତ୍ରୀଙ୍କ ଜନ୍ମଦିନରେ ମୃତ୍ୟୁ ମାମଲା : ମିଳିଲା ସୁଇସାଇଡ୍ ନୋଟ୍ କିନ୍ତୁ ବ୍ୟବହାର ହୋଇଛି ଦୁଇ କଲମ, ରହସ୍ୟ ବଢା଼ଇଲା ଧାଡି଼ଏ ଲେଖା !

କୁହାଯାଉଛି ଯେ, ପୁଅ ବାରମ୍ବାର ମାଆକୁ ସମ୍ପତ୍ତିର ଭାଗ ମାଗୁଥିଲା । କିନ୍ତୁ ଆଜି ମାଆକୁ ଗାଁ ଦାଣ୍ଡରେ ତଳେ ପକାଇ ମାଡ଼ ମରି ଗୁରୁତର କରି ପକାଇଛି । ତେବେ ଆକ୍ରମଣର ଶିକାର ମହିଳାଜଣଙ୍କ ହେଲେ ଲକ୍ଷ୍ମୀ ରେଡ୍ଡୀ । ଲକ୍ଷ୍ମୀଙ୍କୁ ସ୍ଥାନୀୟ ଲୋକେ ନିକଟସ୍ଥ ମେଡିକାଲରେ ଚିକିତ୍ସl ପାଇଁ ଭର୍ତ୍ତି କରିଛନ୍ତି । ଘଟଣାକୁ ନେଇ ପରେ ଦିଗପହଣ୍ଡି ଥାନାର ଲକ୍ଷ୍ମୀ ଅଭିଯୋଗ କରିଛନ୍ତି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।