ଭୁବନେଶ୍ୱର ୨୪।୦୨ : ଫାଟିଲା ସୁପର ମାର୍ଟ ଛାତ । ବାହାରୁଛି କଳା ଧୁଆଁ । ଭୁବନେଶ୍ୱର ଲିଙ୍ଗିପୁର ସୁପର ମାର୍ଟରେ ଏପରି ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବି ଆୟତ୍ତ ହେଲାନି ନିଆଁ । ଶେଷରେ ବିଲ୍ଡିଂକୁ ଅସୁରକ୍ଷିତ ଘୋଷଣା କଲା ଅଗ୍ନିଶମ ବାହିନୀ । ଆଗ୍ନିକମାନଙ୍କୁ ତୁରନ୍ତ ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦେଇଛି ଅଗ୍ନିଶମ ବାହିନୀ ।

ଏ ଖବର ବି ପଢନ୍ତୁ:- ସୋମବାର ରାତିରୁ ଜଳୁଛି ସୁପର ମାର୍ଟ, ନାକେଦମ ହେଲାଣି ଅଗ୍ନିଶମ ବାହିନୀ

ଗତ ୧୩ ଘଣ୍ଟାରୁ ଅଧିକ ସମୟ ହେଲା ଜଳୁଛି ଭୁବନେଶ୍ଵର ଲିଙ୍ଗିପୁର ନିକଟ ସୁପର ମାର୍ଟ। ହୁତୁହୁତୁ ହୋଇ ଜଳୁଛି ବିଲ୍ଡିଂ। ଆଡଭାନ୍ସ ଟେକ୍ନୋଲୋଜି ସହ ୪୦ରୁ ଉର୍ଦ୍ଧ୍ଵ ଦମକଳ ଗାଡି ନିଆଁ ଲିଭାଇବାରେ ଲାଗିଛନ୍ତି। ପାଣି କି ଫୋମ୍ କେଉଁଥିରେ ବି ନିଆଁ ଲିଭୁନି। ନାକେଦମ ହେଇସାରିଲାଣି ଅଗ୍ନିଶମ ବାହିନୀ। ଅତ୍ୟଧିକ ଦହନଶୀଳ ସାମଗ୍ରୀ ଥିବାରୁ ନିଆଁ ଆୟତ୍ତକୁ ଆସୁନି। ବର୍ତ୍ତମାନ ଯାଏଁ ୬ଲକ୍ଷ ଲିଟର ପାଣି ସ୍ପ୍ରେ କରାସରିଲାଣି । ତଥାପି ନିଆଁକୁ ଆୟତ୍ତ କରାଯାଇପାରୁନାହିଁ । ଗୋଟିଏ ପାଣି ଟାଙ୍କିରେ ୧୫ ହଜାର ଲିଟର ପାଣି ରହିଥାଏ । ବର୍ତ୍ତମାନ ଯାଏଁ ୪୦ ଟ୍ୟାଙ୍କର ପାଣି ସ୍ପ୍ରେ ସରିଲାଣି । ଲଗାତର ପାଣି ମାଡ଼ ଏବେ ନିଆଁ ଲାଗିବା ଦ୍ୱାରା ତରଳିଗଲାଣି ଛାତ ରଡ୍, କାନ୍ଥ ଫାଟି ବାହାରୁଛି ନିଆଁ। ତେଣୁ କେଉଁ ସମୟରେ ବି ଭୁଶୁଡ଼ିଯିବ ସୁପରମାର୍ଟ ବିଲ୍ଡିଂ। ଯାହାଫଳରେ ସୁପର ମାର୍ଟ ବିଲ୍ଡିଂକୁ ଅସୁରକ୍ଷିତ ଘୋଷଣା କରାଯାଇଛି । ଯାହାଫଳରେ ବିଲ୍ଡିଂରେ ଥିବା ଆଗ୍ନିକମାନଙ୍କୁ ତୁରନ୍ତ ବିଲ୍ଡିଂ ବାହାରକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏ ଖବର ବି ପଢନ୍ତୁ:- ୬ ଲକ୍ଷ ଲିଟର ପାଣିରେ ଲିଭିଲାନି ସୁପର ମାର୍ଟ ନିଆଁ, ଭୁଶୁଡ଼ିପାରେ ପୁରା ବିଲ୍ଡିଂ, ବାହାରକୁ ଆସିଗଲେ ଆଗ୍ନିକ

ତେବେ ସୁପର ମାର୍ଟରେ ଲାଗିଥିବା ନିଆଁରେ ଜଳିପୋଡ଼ି ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍, ଷ୍ଟିଲ୍ ଆଦି ଘରୋଇ ଉପକରଣ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ପ୍ଲାଷ୍ଟିକ ସାମଗ୍ରୀ ଥିବାରୁ ନିଆଁ ବ୍ୟାପିବାରେ ଏହା ସହାୟକ ହୋଇଛି। ମାତ୍ରାଧିକ ପ୍ଲାଷ୍ଟିକ୍  ସାମଗ୍ରୀ ଥିବାରୁ ନିଆଁ ଆୟତ୍ତ ହେଉନଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି।

 

​​​​​​​