ଭୁବନେଶ୍ବର ୧୫।୧୦: ଆଉ ବଜ୍ରପାତରେ ଯିବନି କାହାର ଜୀବନ । ବଜ୍ରପାତ ପୂର୍ବରୁ ଗାଁ ଗାଁରେ ବାଜିବ ସାଇରନ୍ । ପ୍ରତି ପଞ୍ଚାୟତରେ ସାଇରନ ଦ୍ୱାରା ବଜ୍ରପାତ ନେଇ ଲୋକେ ପାଇବେ ସୂଚନା । ତେବେ କେମିତି ପ୍ରତି ପଞ୍ଚାୟତରେ ବଜ୍ରପାତ ପୂର୍ବରୁ ବାଜିବ ସାଇରନ ? କେମିତି କାମ କରିବ ଏହି ସାଇରନ୍ ? ଏହାସହ ଡିସେମ୍ବରରେ ଓଡ଼ିଶାରେ ଆଉ ଦୁଇଟି ଅତ୍ୟାଧୁନିକ ରାଡାର ଲାଗିବ, ଏହା ବଜ୍ରପାତ ପୂର୍ବରୁ କେମିତି କରିବ ସଚେତନ ? କେଉଁ ମାସରେ ବଜ୍ରପାତ ପାଇଁ ଅଧିକ ସତର୍କ ରହିବେ ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

* ଗୋଟିଏ ଗାଁର ନିର୍ଦ୍ଦିଷ୍ଟ ଅଞ୍ଚଳରେ ମାତ୍ର କିଛି ମିନିଟ୍, ଅଧଘଣ୍ଟା କିମ୍ବା ଏକ ଘଣ୍ଟା ମଧ୍ୟରେ ଘଟିପାରେ । ତେଣୁ ବଜ୍ରପାତକୁ ଚିହ୍ନଟ କରିବା ଏବଂ ଏହାର ପୂର୍ବାନୁମାନ କରିବା ଏକ ବଡ଼ ଆହ୍ୱାନ ।

* ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରୁ ବଜ୍ରପାତରେ ସର୍ବାଧିକ ପ୍ରଭାବିତ ହେଉଥିବା ବର୍ଗ ହେଉଛନ୍ତି ଚାଷୀ ଓ କୃଷି ଶ୍ରମିକ । ତେଣୁ ଏହି ବର୍ଗର ଲୋକଙ୍କ ସୁରକ୍ଷା ଉପରେ ଆମକୁ ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିବ ।

* ଓଡ଼ିଶାରେ ସାଧାରଣତଃ ଜୁନ୍, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବଜ୍ରପାତ ଅଧିକ ହୋଇଥାଏ । ଏହା ବ୍ୟତୀତ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ହେଉଥିବା ବାତ୍ୟା ଋତୁରେ ମଧ୍ୟ ବଜ୍ରପାତ ଦେଖାଯାଏ ।

* ଶୀତ ଋତୁରେ ପଶ୍ଚିମା ଝଡ଼ର ପ୍ରଭାବରେ ମଧ୍ୟ ପୂର୍ବ ଭାରତର କେତେକ ଅଞ୍ଚଳରେ ବଜ୍ରପାତ ହୋଇଥାଏ । ବେଳେବେଳେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ବଜ୍ରପାତ ଓ ବର୍ଷା ହୋଇଥାଏ ।

* ରାଡାର୍ ଓ ବଜ୍ରପାତ ଚିହ୍ନଟ ବ୍ୟବସ୍ଥାର ଉନ୍ନତି କରାଯାଉଛି । ବର୍ତ୍ତମାନ ଓଡ଼ିଶାରେ ତିନୋଟି ରାଡାର୍ କାର୍ଯ୍ୟ କରୁଛି । ଡିସେମ୍ବର ସୁଦ୍ଧା ଆଉ ଦୁଇଟି ରାଡାର କାର୍ଯ୍ୟ କରିବ । ଏହି ରାଡାର୍ ମାଧ୍ୟମରେ ପ୍ରାୟ ୧୫୦ କିଲୋମିଟର ପରିସର ମଧ୍ୟରେ ପାଣିପାଗ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସମ୍ଭବ ହେଉଛି ।

* ବିଭିନ୍ନ ରାଡାର୍‌ରୁ ମିଳୁଥିବା ତଥ୍ୟକୁ ଏକାଠି କରି ଏକ ସମନ୍ୱିତ ରାଡାର୍ ଚିତ୍ର ବା ମୋଜାଇକ୍ ପ୍ରସ୍ତୁତ କରାଯାଉଛି । ଏହା ମାଧ୍ୟମରେ ବଜ୍ରପାତ କିପରି ସୃଷ୍ଟି ହେଉଛି, କେଉଁ ଦିଗକୁ ଗତି କରୁଛି ଏବଂ ଏହାର ତୀବ୍ରତା କେତେ ରହିଛି, ସେ ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ ।

​​​​​​​Also Read:- ଭାରତରେ ଉଭେଇ ଯିବ କି ଥଣ୍ଡା ? ଡିସେମ୍ୱରରେ ଶୀର୍ଷରେ ରହିବ ଏଲ୍ ନିନୋର ପ୍ରଭାବ...ବଦଳିବ ତାପମାତ୍ରାର ପ୍ୟାଟର୍ଣ୍ଣ

* ଏଥିସହିତ ଭାରତୀୟ ଟ୍ରପିକାଲ୍ ମେଟିଓରୋଲୋଜି ପ୍ରତିଷ୍ଠାନ (IITM), ଭାରତୀୟ ପାଣିପାଗ ବିଭାଗ (IMD) ଓ ଅନ୍ୟାନ୍ୟ ସଂସ୍ଥାର ତଥ୍ୟକୁ ସମନ୍ୱିତ କରି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଜ୍ରପାତକୁ ଚିହ୍ନଟ ଓ ଅନୁଧ୍ୟାନ କରିବା ପାଇଁ ଏକ ବଜ୍ରପାତ ନିରୀକ୍ଷଣ ନେଟୱର୍କ ବିକଶିତ କରାଯାଉଛି ।

* ସାଇରନ୍ ବ୍ୟବସ୍ଥା ମଧ୍ୟ ପ୍ରାୟ ୩ କିଲୋମିଟର ପରିଧି ମଧ୍ୟରେ ସାଇରନ୍‌ର ଶବ୍ଦ ଶୁଣିହେବ । ଏହା ଶୁଣି ଲୋକମାନେ ସତର୍କ ହୋଇ ନିଜ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେଇପାରିବେ ।

* ଚାଷୀମାନଙ୍କ ବଜ୍ରପାତ ସମସ୍ୟାକୁ ବୁଝିବା ଆବଶ୍ୟକ । ଯେଉଁ ଚାଷୀମାନେ ଦୂରଦୂରାନ୍ତରେ ଥିବା ଚାଷଜମିରେ କାମ କରୁଛନ୍ତି, ସେମାନଙ୍କ ନିକଟରେ ହୁଏତ କୌଣସି ସୁରକ୍ଷିତ ଆଶ୍ରୟସ୍ଥଳ ନଥାଏ । ଚାରିପାଖରେ ଖୋଲା ପଡ଼ିଆ ଥିଲେ ସେମାନେ କେଉଁଠାକୁ ଯିବେ ? ବଜ୍ରପାତ ସମୟରେ କେଉଁଠାରେ ଆଶ୍ରୟ ନେବେ ? ଏହା ଏକ ବଡ଼ ପ୍ରଶ୍ନ । ଏହି କାରଣ ବଜ୍ରପାତଜନିତ ମୃତ୍ୟୁର ପ୍ରକୃତ କାରଣ ।

​​​​​​​Watch Video: