ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀ ଏବଂ SIR ପ୍ରସଙ୍ଗରେ ଆୟୋଗର ତ୍ରୁଟି ସଂପର୍କିତ ମାମଲା ସଂପ୍ରତି ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଖାସ୍ କରି ଜ୍ଞାନେଶ କୁମାର ମନମୁଖୀ ଭାବେ ନେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଆବେଦନକାରୀ  ରାକେଶ କୁମାର ସିଂ ସୁପ୍ରିମକୋର୍ଟରେ ନୂଆ ସତ୍ୟପାଠ ଦାଖଲ କରି ନିର୍ବାଚନ ଆୟୋଗଙ୍କ ଦଲିଲ୍ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି। ଆବେଦନକାରୀଙ୍କ କହିବା କଥା ନିର୍ବାଚନ ଆୟୋଗ ବାରମ୍ବାର କହୁଛନ୍ତି ଯେ, SIR ସଂପର୍କିତ ସମସ୍ତ ନିଷ୍ପତ୍ତି ତିନି ନିର୍ବାଚନ ଆୟୋଗ ସର୍ବସମ୍ମତିକ୍ରମେ ନେଇଛନ୍ତି। ମାତ୍ର ଏହି ଦାବିକୁ ପ୍ରମାଣିତ କରିବା ପରି ସେମିତି ଦସ୍ତାବିଜ କି ରେକର୍ଡ କୋର୍ଟରେ ଏ ପର୍ଯ୍ୟନ୍ତ ଉପସ୍ଥାପନ କରିବାରେ ବିଫଳ ହୋଇଛି ଆୟୋଗ।

Also Read: ବହି ଲେଖିବାକୁ କିଏ ଦେଲା ପ୍ରେରଣା ? କେମିତି ଆରମ୍ଭ ହେଲା ଲେଖା ? ଅନେକ ଅକୁହା କଥା କହିଲେ ସୋନିଆ

ଆଡଭୋକେଟ୍ ଅନ ରେକର୍ଡ ମୁଦିତ ଗୁପ୍ତାଙ୍କ ଜରିଆରେ ଦାଖଲ ଏହି ସତ୍ୟପାଠରେ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଦାଖଲ ସତ୍ୟପାଠ ଉପରେ ପ୍ରଶ୍ନ ଉଠା ଯାଇଛି। ଆବେଦନକାରୀ ନିଜର ନୂଆ ସତ୍ୟପାଠରେ କହିଛନ୍ତି ଯେ, ପରବର୍ତ୍ତୀ ସମୟରେ ଅନେକ ସୁଧାରାତ୍ମକ ପଦକ୍ଷେପ ନିଆଯାଇଛି। କିନ୍ତୁ ପ୍ରଥମରୁ ନିଆଯାଇଥିବା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ବୈଧ୍ୟ ଦର୍ଶା ଯାଇ ପାରିବ ନାହିଁ। ୨୦୨୩ରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ନିର୍ବାଚନ ଆୟୁକ୍ତ ଆଇନର ଧାରା ୧୮ ଆଧାରରେ ନିର୍ଦ୍ଧାରିତ ପ୍ରକ୍ରିୟାର ପାଳନ ନ କରି SIR ସଂପର୍କରେ ନିଷ୍ପତ୍ତି ନେଇଥିଲେ। ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତଙ୍କ ସହମତି ବିନା ଏକତରଫା ନିଷ୍ପତ୍ତି ନେଇଥିଲେ।

ଯାଚିକାକର୍ତ୍ତା ନିଜର ସତ୍ୟପାଠରେ କଡ଼ା ଟିପ୍ପଣୀ କରିଛନ୍ତି ଯେ, ନିର୍ବାଚନ ଆୟୋଗରେ ସର୍ବସମ୍ମତିକ୍ରମେ ସବୁ କାମ ହୋଇଥିବା ଦାବି କରୁଛି, ମାତ୍ର ଏହାକୁ ପ୍ରମାଣିତ କରିବା ପାଇଁ ସମକାଳୀନ ରେକର୍ଡ ଉପସ୍ଥାପନ କରି ପାରିନି। ଏହା ପରିବର୍ତ୍ତେ ଏହା ସ୍ଵୀକାର କରାଗଲା ଯେ, ଅଧିକାରୀ ପରବର୍ତ୍ତୀ ସମୟରେ ଏମିତି ପଦକ୍ଷେପ ନେଲେ ଯେଉଁଠି ସୁଧାରର ଆବଶ୍ୟକତା ଥିଲା। ଅନଲାଇନ ବୈଧାନିକ ଫର୍ମରେ ଅନେକ ପରିବର୍ତ୍ତନ କରାଗଲା। ଜଣେ ଅଧିକାରୀ ଆୟୋଗଙ୍କ ଆଭ୍ୟନ୍ତରୀଣ କାର୍ଯ୍ୟକୁ ପୁଣି ବଣ୍ଟନ କଲେ।  ସର୍ବସମ୍ମତି  ଆଧାରରେ ନିଷ୍ପତ୍ତି ନିିଆଯାଇଥିବା ଆୟୋଗ ଡିଣ୍ଡିମ ପିଟୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରମାଣ ଦେଇ ପାରିନି। ପରେ କରାଯାଇଥିବା ସୁଧାର ନିଷ୍ପତ୍ତି ପୂର୍ବରୁ ନିଆଯାଇଥିବା ଭୁଲ୍ ନିଷ୍ପତ୍ତିର ସ୍ଥାନ ନେଇ ପାରିବନି ବୋଲି ଆବେଦନକାରୀ କହିଛନ୍ତି।

Also Read: ସୁପ୍ରିମକୋର୍ଟରେ ଇଣ୍ଡି ମେଣ୍ଟର ସାନି ପିଟିସନ, ECଙ୍କୁ ୪୮ ପ୍ରଶ୍ନ ପଚାରିବାକୁ ମାଗିଲେ ଅନୁମତି

ମୂଳ ରେକର୍ଡ ଓ ବୈଠକର ମିନିଟ୍ସ ଉପସ୍ଥାପନ କରିବାକୁ ଦାବି

ଆବେଦନକାରୀ ଦାବି କରିଛନ୍ତି ଯେ, ନିର୍ବାଚନ ଆୟୋଗ ଏହି ବିବାଦୀୟ ନିଷ୍ପତ୍ତି ସଂପର୍କିତ ମୂଳ ସାମ୍ବିଧାନିକ ରେକର୍ଡ ଯେମିତି ବୈଠକର ଏଜେଣ୍ଡା, ମିନିଟ୍ସ, ଫାଇଲ ନୋଟିଙ୍ଗ୍ସ, ସର୍କୁଲେସନ ସିଟ୍, ପ୍ରସ୍ତାବ ଓ ଇଲେକ୍ଟୋନିକ ମଞ୍ଜୁରୀ ସବୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରନ୍ତୁ।

ଅନଲାଇନ ଫର୍ମ-୬ରେ ପରିବର୍ତ୍ତନ ଓ ପରେ ସୁଧାର ଉପରେ ପ୍ରଶ୍ନ

SIR ସମୟରେ ନୂଆ ଭୋଟର ତିଆରି ପାଇଁ ଭରା ଯାଉଥିବା ଅନଲାଇନ ‘ଫର୍ମ-୬’ରେ ଯୋଡ଼ା ଯାଇଥିବା ଅତିରିକ୍ତ ଡିକ୍ଲେରେସନକୁ ମଧ୍ୟ କାଠଗଡ଼ାକୁ ଟଣା ଯାଇଛି। ଆବେଦନକାରୀଙ୍କ ମୁତାବକ, ୧୯୬୦ର ନିୟମ ଆଧାରରେ  ‘ଫର୍ମ-୬’ରେ ଆନୁଷ୍ଠାନିକ ସଂଶୋଧନ ବିନା ହିଁ ଆବେଦକଙ୍କ ମାଆ-ପିତା କିମ୍ବା ଅଜା-ଆଈର ପୁରୁଣା ଭୋଟର  ରେକର୍ଡ ସୂଚନା ଦେବା ବାଧ୍ୟତାମୂଳକ କରାଯାଇଥିଲା।

Also Read: ଅସଲି ‘ତୃଣମୂଳ କଂଗ୍ରେସ’ ପରିଚୟ ଦାବି,  ECଙ୍କ ନିକଟରେ ପହଞ୍ଚିଲା ଦୁଇ ଟ୍ରକ୍‌ ଭର୍ତ୍ତି ଆଫିଡେଭିଟ୍ 

ଗୋଆର ୯୭ ମତଦାତା ଓ ପଶ୍ଚିବମଙ୍ଗର ଅପିଲ୍ ପ୍ରସଙ୍ଗ ବି ଉଠାଇଲେ

ସତ୍ୟପାଠରେ ତୃଣମୂଳ ସ୍ତରରେ କେମିତି ତ୍ରୁଟି ରହିଛି ତାହାର ଉଦାହରଣ ଦେଇଛନ୍ତି ଆବେଦନକାରୀ। ଗୋଆରେ ୯୭ ଯୋଗ୍ୟ ଭୋଟରଙ୍କ ନାଁ କଟାଯିବା ପ୍ରସଙ୍ଗ ମଧ୍ୟ ଉଠିଛି। ECINet ପୋର୍ଟାଲ ଜଟିଳତା କାରଣରୁ ନିଜର ଫର୍ମ-୬ ପୂରା କରି ପାରି ନାହାନ୍ତି। ଫଳରେ ୯୭ ଭୋଟରଙ୍କ ନାଁ ଭୋଟର ତାଲିକାରୁ ହଟାଇ ଦିଆଗଲା। ଏସବୁ ଉପରେ ଆୟୋଗଙ୍କୁ ଉତ୍ତର ଦେବାକ ପଡ଼ିବ।