ଭୁବନେଶ୍ୱର ୦୨।୦୬ : ଶିମିଳିପାଳ ଅଭୟାରଣ୍ୟରୁ ଆସିଲା ଖୁସିର ଖବର । ମା ହେଲା ବାଘୁଣୀ ଜିନ୍ନତ । ଏକାଥରକେ ୪ଟି ଛୁଆଙ୍କୁ ଜନ୍ମ କରିଛି ବାଘୁଣୀ ଜିନ୍ନତ । ଏନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମହାରାଷ୍ଟ୍ର ତଡ଼ବ-ଅନ୍ଧାରି ଅଭୟାରଣ୍ୟରୁ ନଭେମ୍ବର ୨୦୨୪ରେ ଶିମିଳିପାଳ ଅଣାଯାଇଥିଲା ।ସେଠାରେ କଡ଼ା ସୁରକ୍ଷା ଏବଂ ସୁବନ୍ଦୋବସ୍ତ ମଧ୍ୟରେ ରଖାଯାଇଥିଲା । ତଥାପି ମଝିରେ ମଝିରେ ଅପ୍ରୀତିକର ପରିସ୍ଥିତି ନେଇ ଖବର ସାମ୍ନାକୁ ଆସିଥାଏ । ତାପରେ ବି ଜିନ୍ନତର ବିଶେଷ ଧ୍ୟାନ ରଖାଯାଉଥିଲା ।Also Read:-ମାଆ ପୁଅଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ନିଲମ୍ବିତ ଆଇଆଇସିଙ୍କ ନାଁରେ ମାମଲା ରୁଜୁ, ଏଥର ଖସିବା ମୁସ୍କିଲ

ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ, ମାଆ ହୋଇଛି ଶିମିଳିପାଳ ବାଘୁଣୀ ଜିନତ। ସେ ଚାରୋଟି ବାଘ ଛୁଆ ଜନ୍ମ କରିଛି  ଏବଂ ବର୍ତ୍ତମାନ ସୁସ୍ଥ ଅଛି । ଏବେ ବାଘ ଛୁଆଙ୍କ ଆଖି ଫିଟିନି । ଆଶା କରାଯାଉଛି ଯେ ଖୁବ ଶୀଘ୍ର ସେମାନେ ଶିମିଳିପାଳ ପରିବେଶ ଓ ଜୈବ ବିବିଧତାରେ ଖାପ ଖୁଆଇବେ। ଶିମିଳିପାଳରେ ବର୍ତ୍ତମାନ ୪୦ଟି ବାଘ ଅଛି। ଏବେ ଚାରି ନୂଆ ବାଘ ଛୁଆ ଯୋଡ଼ି ହେଲେ। ସେମାନେ ଏବେ ଗପସ ଟ୍ରାକିଂରେ ଅଛନ୍ତି। ଏହା ବ୍ୟାଘ୍ର ସଂରକ୍ଷଣ ପାଇଁ ବଡ଼ ପଦକ୍ଷେପ ।

ସୂଚନା ଯୋଗ୍ୟ ଯେ, ବାଘୁଣୀ ଜିନ୍ନତ ବନ୍ଦୀମୁକ୍ତ ହେବା ପରେ ଶିମିଳିପାଳର ରାଜା ଟି-୧୨ ମହାବଳ କଳାବାଘ ସହ ଭେଟଘାଟ ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ସାଙ୍ଗ ହୋଇ ଜଙ୍ଗଲ ସାରା ବୁଲୁଥିଲେ । ଏହା ଭିତରେ ଗର୍ଭବତୀ ଥିବା ଜିନ୍ନତ ମା ହୋଇଛି। ଜିନ୍ନତ ନୂଆ ଶାବକକୁ ଜନ୍ମ ଦେଇଥିବାରୁ ଶିମିଳିପାଳରେ ବ୍ୟାଘ୍ର ବଂଶ ବୃଦ୍ଧି ହୋଇଛି । ଛୁଆ ଗୁଡିକ ମା' ଭଳି ହୋଇଛନ୍ତି। ମା' ଜିନ୍ନତ ଗୋଟିଏ ଛୁଆକୁ ପାଟିରେ ଧରି ଯାଉଥିବାର ଫଟୋ ସାମ୍ନାକୁ ଆସିଛି।