ନୂଆଦିଲ୍ଲୀ, ୨୧|୦୭ : ସିକ୍କିମରେ ବଡ଼ ଅଘଟଣ । ନିର୍ମାଣାଧିନ ଟନେଲରେ ଫସିଲେ ଶ୍ରମିକ । ଭୂସ୍ଖଳନ ପାଇଁ ଶ୍ରମିକମାନେ ଏକ ନିର୍ମାଣାଧିନ ଟନେଲରେ ଫସି ରହିଥିବା ଦେଖିବାକୁ ମିଳିଛି । ତେବେ ସେମାନଙ୍କୁ ଉଦ୍ଧାର କରିବାକୁ ଅଭିଯାନ ଜାରି ରହିଛି ।

ରିପୋର୍ଟ ଅନୁସାରେ, ରାଜ୍ୟର ନାମଚୀ ଜିଲ୍ଲାରେ ଏକ ଟନେଲ୍ ତିଆରି ଚାଲିଛି । ତେବେ ଟନେଲ ବାହାରେ ଭୂସ୍ଖଳନ ହୋଇଥିଲା । ଫଳରେ ୨୭ ଜଣ ଶ୍ରମିକ ଫସି ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୭ ଜଣ ପ୍ରାଣ ହରାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ମୃତଦେହକୁ ସ୍ଥାନୀୟ ହସ୍ପିଟାଲ ପଠାଯାଇଛି ।

କୁହାଯାଉଛି ଯେ, ଟନେଲ ଭିତରେ ମିଥେନ୍ ଗ୍ୟାସ୍ ଥିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେଣୁ ଉଦ୍ଧାରକାର୍ଯ୍ୟ ସହଜ ହେଉନି । ଟିମକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଉଦ୍ଧାରକାର୍ଯ୍ୟରେ ନିୟୋଜିତ କିଛି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ ଯାଇଥିବା ସୂଚନା ମିଳିଛି ।

Also Read :- ୟୁକ୍ରେନ ନିକଟ ସମୁଦ୍ରରେ ମାଲବାହୀ ଜାହାଜ ଉପରେ ମିସାଇଲ୍ ଆକ୍ରମଣ: ୪ ଭାରତୀୟ ମୃତ

ଏହା ମଧ୍ୟରେ ଜିଲ୍ଲା ପ୍ରଶାସନ, ଏନଏଚପିସି ଅଧିକାରୀ, ଏସଡିଆରଏଫ, ଏନଡିଆରଏଫ୍, ସିକ୍କିମ ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘଟଣାସ୍ଥଳରେ ପହଁଚିଛନ୍ତି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଥିବା ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି ।