ମୁମ୍ବାଇ: ଦକ୍ଷିଣ ଭାରତୀୟ ସିନେମାରୁ ବଲିଉଡ୍ ପର୍ଯ୍ୟନ୍ତ ନିଜ ଅଭିନୟର ଛାପ ଛାଡ଼ିଥିବା ଅଭିନେତ୍ରୀ ଶ୍ରୁତି ହାସନ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ନିକଟରେ ସେ ଦେଇଥିବା ଏକ ବୟାନ ଏବେ ସୋସିଆଲ ମିଡିଆରେ ଖୁବ ହାଇଲାଇଟ ହୋଇଛି । ୪୦ ବର୍ଷ ବୟସରେ ବିବାହ ନକରି ମା’ ହେବାକୁ ଇଛା ପ୍ରକାଶ କରିଥିବା ନେଇ ତାଙ୍କ ମତାମତ ସାମ୍ନାକୁ ଆସିଛି। ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଥମୁନି ଚର୍ଚ୍ଚା । ଗ୍ଲାମର ଦୁନିଆରେ ବିବାହ ଓ ପରିବାରକୁ ନେଇ ଅଭିନେତ୍ରୀ ନିଜ ମତ ଖୋଲାଖୋଲି ଭାବେ ରଖିଛନ୍ତି ।

ସୂଚନା ଥାଉ କି, ଏକ ସାକ୍ଷାତକାରରେ ଶ୍ରୁତି ହାସନ ମାଆ ହେବା ନେଇ ନିଜ ଇଚ୍ଛା ପ୍ରକାଶ କରିଥିଲେ । ସେ ଭବିଷ୍ୟତରେ ଏକ ପୋଷ୍ୟ ସନ୍ତାନ ନେବାକୁ ଚାହୁଁଥିବା କହିଛନ୍ତି। ତାଙ୍କ ମତରେ, ମା’ ହେବା ପାଇଁ ବିବାହ ହିଁ ଏକମାତ୍ର ରାସ୍ତା ନୁହେଁ। ଶ୍ରୁତିଙ୍କ ଏହି ମତାମତ ପରେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତ୍ରୀ ନିଜ ଜୀବନର ନିଷ୍ପତ୍ତି ନିଜେ ନେବାକୁ ପସନ୍ଦ କରନ୍ତି ଏବଂ ବିବାହ ଓ ପରିବାର ସମ୍ପର୍କରେ ପାରମ୍ପରିକ ଧାରଣାଠାରୁ ନିଜ ଇଚ୍ଛାକୁ ଗୁରୁତ୍ୱ ଦେଇଆସିଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ, ମା’ ହେବାର ଅନୁଭବ ତାଙ୍କ ପାଇଁ ଖୁବ୍ ମହତ୍ତ୍ୱପୂର୍ଣ୍ଣ । ସମାଜର ପାରମ୍ପରିକ ଧାରଣା ଅନୁସାରେ ବିବାହ ପରେ ହିଁ ପରିବାର ଆରମ୍ଭ ହେବା ଆବଶ୍ୟକ, ଏହି ଧାରଣା ସହ ସେ ସହମତ ନୁହନ୍ତି । ଜଣେ ଶିଶୁକୁ ଭଲପାଇବା, ସୁରକ୍ଷା ଓ ଭଲ ଭବିଷ୍ୟତ ଦେବା ହିଁ ତାଙ୍କ ପାଇଁ ଅଧିକ ଜରୁରୀ। ଅଭିନେତ୍ରୀଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି।

ତେବେ ଶ୍ରୁତି ହାସନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ନିଜେ ନିଷ୍ପତ୍ତି ନେବାକୁ ଚାହୁଁଥିବା କଥା ସ୍ପଷ୍ଟ କରିଛନ୍ତି। ବାସ୍ତବରେ ସେ କେବେ ଏବଂ କିପରି ମାତୃତ୍ୱ ଗ୍ରହଣ କରିବେ, ସେନେଇ କୌଣସି ଘୋଷଣା କରିନାହାନ୍ତି। ବିବାହ ଓ ମାତୃତ୍ୱକୁ ନେଇ ତାଙ୍କର ଏହି ଭିନ୍ନ ଚିନ୍ତାଧାରା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।