ବ୍ରହ୍ମପୁର ୨୭।୦୬ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା । ସାମ୍ନାକୁ ଆସିଲା ନୂଆ ଖୁଲାସା । ଚାର୍ଜସିଟ୍ରେ ଉଲ୍ଲେଖ ଥିବା ଦୁଇ ସାକ୍ଷୀଙ୍କ ବୟାନ ଆଧାରରେ ଏହି ତଥ୍ୟ ବାହାରକୁ ଆସିଛି । ପୀତବାସଙ୍କୁ ହତ୍ୟା କରିବା ପାଇଁ ବିଜିପୁର କାଳୁଆ ଯାତ୍ରା ହୋଇଥିଲା ପ୍ଲାନ । ଆଉ ସେହି ପ୍ଲାନ ଅନୁସାରେ ହତ୍ୟା କରିଥିଲେ ଅଭିଯୁକ୍ତ ।

୨୦୨୫ ମସିହା । ବିଜିପୁରର କାଳୁଆ ଯାତ୍ରାରେ ଏକାଠି ହୋଇଥିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ, ବିଜେଡି ନେତା ମଦନ ଦଳେଇ, କର୍ପୋରେଟର ମଳୟ ବିଷୋୟୀ, ଶୂନ୍ୟ ଚନ୍ଦ୍ର ଦାସ । ଏଥିରେ ବିକ୍ରମ ପଣ୍ଡା ବିରକ୍ତ ହୋଇ ମଦନ ଦଳେଇ, ମଳୟ ବିଷୋୟୀ, ପିଣ୍ଡୁ ଦାସଙ୍କୁ କହୁଥିଲେ କି ୬ରୁ ୭ ମାସ ହେଲାଣି ଗୋଟିଏ କାମ କରିପାରୁନ । ଯାହାର ଉତ୍ତରରେ ମଦନ, ମଳୟ, ପିଣ୍ଟୁ କହିଥିଲେ କି, ବ୍ୟସ୍ତ ହେବାର ନାହିଁ । ଏହି କୁମାର ପୂର୍ଣ୍ଣିମା ଦିନ ପୀତବାସ ପଣ୍ଡାର ଲେଖା ଛିଡିଯିବ । ସେପଟେ ମଦନ ଦଳେଇ କହିଥିଲେ କି, ସେ ସବୁ ସେଟ୍ କରି ଓଡ଼ିଶା ବାହାରକୁ ପଳାଇବ । ହତ୍ୟା ପରେ ନିଜ ଫୋନରୁ ଓ୍ୱାଟସପପ୍ ଚାର୍ଟିଂ, କଲ୍ ଲଗ ଡିଲିଟ୍ କରିବା କଥା ହେଉଥିଲା । ଯେପିରିକି ପିଣ୍ଟୁ ଓ ବିକ୍ରମଙ୍କର ସଂପୃକ୍ତିର କୌଣସି ଗନ୍ଧ ପାଇବନି ପୋଲିସ । ସେହିପରି ଏହି ହତ୍ୟା କେସ୍ ଟି ରମେଶ ଜେନା ଆଡେ ଯିବ । ପୋଲିସ କିଛି ଜାଣିପାରିବ ନାହିଁ । କାମ କରିବା ଲୋକଙ୍କୁ ଠିକଣା ଜାଗାରେ ରଖାଯିବ ।

Also Read:-ପୀତବାସ ପଣ୍ଡା ମର୍ଡର ମାମଲା, ଏସ୍‌ପି କହିଲେ ହତ୍ୟାର A ଟୁ Z ...

ଦୁଇ ଜଣ ସାକ୍ଷୀ ଏଭଳି ପୋଲିସ ନିକଟରେ ନିଜର ବୟାନ ଦେଇଥିଲା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି । ଗୁରୁବାର ୩୯୬ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଏଡିଜି-୩ କୋର୍ଟରେ ଦାଖଲ କରିଥିଲା ପୋଲିସ । ଅକ୍ଟୋବର ୬ ତାରିଖରେ ବୈକୁଣ୍ଠନଗରରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା ।