LIVE TV

ପୀତବାସ ପଣ୍ଡା ମର୍ଡର ମାମଲା, ଏସ୍‌ପି କହିଲେ ହତ୍ୟାର A ଟୁ Z ...

NEWS7
sp

ଭୁବନେଶ୍ୱର ୨୨। ୧୦ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ବ୍ରହ୍ମପୁର ଏସ୍‌ପି ସାମ୍ବାଦିକ ସମ୍ମିଳନୀ ଜରିଆରେ ହତ୍ୟାକାଣ୍ଡର ପୁରା ପ୍ଲାନ ଜଣାଇଥିଲେ । କେମିତି ହତ୍ୟା କରିଥିଲେ...ଆଉ କିଏ କିଏ ଏହି ପ୍ଲାନରେ ସାମିଲ ଥିଲେ। ପୁରା ଘଟଣା ସଂପର୍କରେ ସବିଶେଷ ତଥ୍ୟ ରଖିଛନ୍ତି ବ୍ରହ୍ମପୁର ଏସ୍‌ପି । ଆସନ୍ତୁ ଜାଣିବା କେମିତି ହୋଇଥିଲା ଷଡଯନ୍ତ୍ର ମାୟା ଜାଲ....

ଅକ୍ଟୋବର ୬ ତାରିଖ । ବୈଦ୍ୟନାଥପୁର ଥାନା ଅଞ୍ଚଳରେ ପୀତବାସ ପଣ୍ଡାଙ୍କୁ ପାୟାରିଂ କରି ହତ୍ୟା କରାଗଲା । ଯାହାକୁ ନେଇ ବୈଦ୍ୟନାଥପୁର ଥାନାରେ ୫୧୮ କେସ୍ ନମ୍ବର ରେଜିଷ୍ଟ୍ରି ହେଲା। ଏହାପରେ ପୋଲିସ ଆରମ୍ଭ କଲା ତନାଘନା । ପୀତବାସ ପଣ୍ଡାଙ୍କୁ ହତ୍ୟା ପାଇଁ କୁଆଡେ ସେପ୍ଟେମ୍ବର ମାସରୁ ଯୋଜନା ହୋଇଥିଲା । ମଳୟ ବିଷୋୟୀ ଓ ମଦନ ପଲେଇ ପୁରା ଷଡଯନ୍ତ୍ର କରିଥିଲେ। ମଳୟ ବିଷୋୟୀ ଓ ମଦନ ଦଲେଇଙ୍କ ଜରିଆରେ ଷଡଯନ୍ତ୍ର କରିଥିଲେ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ । ସେପ୍ଟେମ୍ବର ୧୦ରୁ ୧୪ ତାରିଖ ମଧ୍ୟରେ ବିହାରରୁ ଏକ ଟିମ୍‌ ବ୍ରହ୍ମପୁର ଆସିଥିଲା । ସେମାନଙ୍କୁ ଆଣିଥିଲେ ମଳୟ ବିଷୋୟୀ ଓରଫ ଉମା । ବ୍ରହ୍ମପୁର ଆସିବା ପରେ ରେକି କରିଥିଲେ । ଉମା ବିଷୋୟୀଙ୍କ ସହଯୋଗୀ ଯୋଗେନ୍ଦ୍ର ରାଉତ ପଶ୍ଚିମବଙ୍ଗରେ ରହୁଥିବା ହିଞ୍ଜିଳିର ବିପିନ ସ୍ୱାଇଁଙ୍କୁ ଡାକିଥିଲେ । ବିପିନ ସ୍ୱାଇଁଙ୍କ କିଛି ସୁଟରଙ୍କ ସହିତ ଚିହ୍ନା ଜଣା ଥିବାରୁ, ସେମାନଙ୍କୁ ଡାକିଥିଲେ । ସେମାନଙ୍କୁ ସୀମାଞ୍ଚଳ ନାୟକ ଠିକ କରିଥିଲେ । ଯୋଗୀ ଓ ଉମାଙ୍କ ନିର୍ଦ୍ଦେଶରେ ମୋଟ୍ ୪ ଜଣ ଏକ ଅଳକାପୁରୀରେ ଏକ ଭଡା ଘରେ ରହୁଥିଲେ।

ମଳୟ ବିଷୋୟୀଙ୍କ ପରିଚିତ ଶୂନ୍ୟଚନ୍ଦ୍ର ଦାସଙ୍କୁ କୁହାଯାଇଥିଲା ଯେ, ଏକ ମେଡିକାଲ କାମ ପାଇଁ ସେମାନେ ଆସିଛନ୍ତି । ଏଠାରେ କିଛି ଦିନ ରହିବେ। ମଳୟ ବିଷୋୟୀ ତାଙ୍କୁ କହିଥିଲେ ଯେ, ଏହି ୪ ଜଣଙ୍କ ଏମକେସିଜିରେ କାମ ଅଛି ବୋଲି ରହିବେ। କିନ୍ତୁ ଉକ୍ତ ୪ ଜଣଙ୍କୁ ପଚାରିବାରୁ ସେମାନେ ଏକ ଘରୋଇ ହସ୍ପିଟାଲରେ କାମ ଥିଲା ବୋଲି କହିଥିଲେ। ଯାହା ପରେ ଶୂନ୍ୟଚନ୍ଦ୍ରଙ୍କ ସନ୍ଦେହ ବଢିଥିଲା । କିନ୍ତୁ ମଳୟ ବିଷୋୟୀ କହିଥିବାରୁ ସେ ବେଶୀ କିଛି କହିନଥିଲେ। ମାତ୍ର ଶୂନ୍ୟଚନ୍ଦ୍ର ଦାସଙ୍କର ଏହି ହତ୍ୟାକାଣ୍ଡରେ କୌଣସି ସମ୍ପୃକ୍ତି ନାହିଁ। ଏହି ୪ ଜଣଙ୍କ ରହିବା ଖାଇବା ଓ ଗାଡି ସୁବିଧା ମଧ୍ୟ ଉମା ଓ ଯୋଗୀ ବୁଝିଥିଲେ। ଏସବୁ ଭିତରେ ସେମାନ ରେକି କରିଥିଲେ । ଆଉ ପୀତବାସଙ୍କ ଚ୍ୟାମ୍ବର ଦେଖିଥିଲେ । କିପରି ହତ୍ୟା କରିବେ ଓ ପରେ କିପରି ଘଟଣାସ୍ଥଳରୁ ଫେରାର ହେବେ । ସେନେଇ ପୁରା ପ୍ଲାନ କରିଥିଲେ । ହେଲେ ବିହାରରୁ ଆସିଥିବା ସୁଟର ସ୍ତ୍ରୀଙ୍କ ଦେହ ଖରାପ କହି ନିଜ ରାଜ୍ୟକୁ ଫେରିଯାଇଥିଲେ । ତେଣୁ ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ହୋଇଥିବା ଷଡଯନ୍ତ୍ର କାର୍ଯ୍ୟକାରୀ ହୋଇନଥିଲା । ପ୍ରଥମ ପ୍ଲାନ ଫେଲ ପରେ ସେମାନେ ସବୁ ରେକି କରି ଅକ୍ଟୋବର ୬ରେ କାର୍ଯ୍ୟକାରୀ କରିଥିଲେ। ଏଥିପାଇଁ ସେମାନେ ଆଉ ଏକ ଟିମ୍ ଆଣିଥିଲେ। ନିଜ ଘର ବନ୍ତପଲେଇରୁ ଦୁଇ ଜଣ ପିଲାଙ୍କୁ ଠିକ୍ କରିଥିଲେ ଉମା ବିଷୋୟୀ।ସେମାନେ ହେଲେ କ୍ରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ। ଚିଣ୍ଟୁ ପ୍ରଧାନ ବେଙ୍ଗାଲୁରୁରେ କାମ କରୁଥିବା ବେଳେ ସେଠାରୁ ଆସିଥିଲେ। ଏହା ପରେ ତାଙ୍କ ସହ ଯୋଡ଼ି ହୋଇଥିଲେ କ୍ରୁପତି ଭୂୟାଁ। ପୀତବାସଙ୍କ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଏକ ଘର ନେଇଥିଲେ । ସେଠାରେ ସେମାନେ ପୁଣି ଥରେ ରେକି କରିଥିଲେ । ଏହାପରେ ଯୋଗୀ ଓ ଉମା ସେମାନଙ୍କୁ କହିଥିଲେ ଯେ, ଯିଏ ଗାଡି ଚଲାଇବେ ତାଙ୍କୁ ୩ ଲକ୍ଷ ଓ ଯିଏ ଗୁଳି ଚଳାଇବ ତାଙ୍କୁ ୫ ଲକ୍ଷ ଦିଆଯିବ। ଘଟଣା ଦିନ ସେମାନେ ଏକ ନିର୍ମାଣାଧୀନ ବିଲ୍ଡିଂରେ ରହିଥିଲେ। ସେମାନଙ୍କୁ ନୂଆ ଡ୍ରେସ, ନୂଆ ଜୋତା ଓ ଦୁଇଟି ନୂଆ ବନ୍ଧୁକ ଦେଇଥିଲେ। ସେମାନେ ବାଇକରେ ଆସିଥିଲେ। ପୀତବାସଙ୍କ ଘର ପାଖରେ ଗାଡି ଅଟକାଇଥିଲେ। ପୀତବାସ ଚ୍ୟାମ୍ବରରୁ ବାହାରିବା ପରେ, ଠିକ୍ ୧୦ଟା ୧ରେ ଗୁଳି ଚଳାଇଥିଲେ। ପ୍ରଥମେ ସେମାନେ ପୀତବାସଙ୍କୁ ଅଟକାଇ ନମସ୍କାର ହୋଇଥିଲେ। ଏହା ପରେ ପୀତବାସ କିଏ ବୋଲି ପଚାରିବାରୁ ପଏଣ୍ଟ ବ୍ଲାଙ୍କରୁ ଫାୟାରିଂ କରିଥିଲେ। ଚିଣ୍ଟୁ ପ୍ରଧାନ ଗାଡ଼ି ଚଳାଇଥିଲେ, କ୍ରୁପତି ଭୂୟାଁ ଗୁଳି ଚଳାଇଥିଲେ। ସେଠାରୁ ସିଧା ରାମେଶ୍ବରମ ଅଭିମୁଖେ ଯାଇଥିଲେ। ପୁରୀରେ ଗାଡ଼ି ଛାଡି ଫେରାର ହୋଇଯାଇଥିଲେ। ଉମା ବିଷୋୟୀ ପାଖରେ ସବୁ ଡିଲ୍ ଟଙ୍କା ରହିଛି। ସେହିପରି ବ୍ରହ୍ମପୁର ଏସପ କହିଛନ୍ତି ଯେ, ପିଣ୍ଟୁ ଦାସଙ୍କ ନାଁରେ ୩୮ଟି ମାମଲା ରହିଛି। ବିକ୍ରମ ପଣ୍ଡାଙ୍କ ନାଁରେ ଅପରାଧୀକ ଷଡ଼ଯନ୍ତ୍ର ପ୍ରମାଣ ମିଳିଛି। ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରାଯାଇଛି, ଆଉ ୩ ଫେରାର ଅଛନ୍ତି।​​​​​​​