ନୂଆଦିଲ୍ଲୀ: କଂଗ୍ରେସ ବୈଠକକୁ ଯାଉନାହାନ୍ତି ବରିଷ୍ଠ ନେତା ଶଶି ଥରୁର । ଥରେ କିମ୍ବା ଦୁଇ ଥର ନୁହେଁ, ଲଗାତାର କଂଗ୍ରେସର ବୈଠକରେ ଅନୁପସ୍ଥିତ ରହୁଛନ୍ତି ଥରୁର । ଏହାକୁ ନେଇ ରାଜନୀତି ସରଗରମ ହୋଇଛି । ମଙ୍ଗଳବାର ଆୟୋଜିତ କଂଗ୍ରେସର ବୈଠକରେ ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଭଳି ବରିଷ୍ଠ ନେତା ସାମିଲ ହୋଇଥିଲେ । କିନ୍ତୁ ଶଶି ଥରୁର ଅନୁପସ୍ଥିତ ଥିଲେ । ଥରୁର ଏହା ପୂର୍ବରୁ ଜାନୁଆରୀ ୨୩ରେ ଦଳୀୟ ବୈଠକକୁ ଯାଇ ନଥିଲେ । ଆୟୋଜିତ କଂଗ୍ରେସ ବୈଠକରେ ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ପି. ଚିଦାମ୍ବରମ, ଜୟରାମ ରମେଶ, ପ୍ରମୋଦ ତିୱାରୀ, ମନୀଷ ତିୱାରୀ ଏବଂ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶଶି ଥରୁର ପ୍ରାୟତଃ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ କଂଗ୍ରେସର ମତଠାରୁ ଭିନ୍ନ ମତ ଦେଇ ଆସିଛନ୍ତି । ଏପରିକି ସେ, ଜାନୁଆରୀ ୨୧ରେ ସେ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର (ପୂର୍ବତନ ବିଜେପି ସାଂସଦ) ଙ୍କୁ ଖୋଲାଖୋଲି ପ୍ରଶଂସା କରିଥିଲେ। ସେ ଗମ୍ଭୀରଙ୍କୁ ‘ପ୍ରଧାନମନ୍ତ୍ରୀଙ୍କ ପରେ ଭାରତର ସବୁଠାରୁ କଠିନ ପରିଶ୍ରମୀ ବ୍ୟକ୍ତି...ଅଗଣିତ ସମାଲୋଚକଙ୍କ ସତ୍ତ୍ୱେ ଜଣେ ଶାନ୍ତ ଏବଂ ନିର୍ଭୀକ ନେତା’ ବୋଲି ବର୍ଣ୍ଣନା କରିଥିଲେ । ଏହାକୁ କଂଗ୍ରେସ ଭିତରେ ଏହାକୁ ଏକ ରାଜନୈତିକ ବାର୍ତ୍ତା ଭାବରେ ଦେଖାଯାଇଥିଲା।

ଗତ ଡିସେମ୍ବରରେ, ସାଂସଦ ଶଶି ଥରୁର କଂଗ୍ରେସ ବୈଠକରେ ବିଳମ୍ବରେ ପହଞ୍ଚିଥିଲେ। ତିରୁଅନନ୍ତପୁରମ ସାଂସଦ ପୂର୍ବରୁ ଅନେକ ଥର କୌଣସି ନା କୌଣସି କାରଣରୁ ବୈଠକକୁ ଏଡ଼ାଇ ଯାଇଥିଲେ। ଏହା ବ୍ୟତୀତ, ଗତ କିଛି ଦିନ ମଧ୍ୟରେ ସେ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଥିଲେ। ଥରୁର ଦଳ ଉପରେ ଅସନ୍ତୁଷ୍ଟ ଥିଲେ ବୋଲି ଗୁଜବ ହୋଇଥିଲା। ତଥାପି, ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବାକୁ ପହଞ୍ଚିଥିଲେ ଥରୁର ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଥରୁର ଗତ ଦୁଇଟି କଂଗ୍ରେସ ବୈଠକକୁ ଯାଇ ନଥିଲେ। ସେ ସଂସଦର ଶୀତକାଳୀନ ଅଧିବେଶନ ପାଇଁ ରଣନୀତି ବୈଠକକୁ ମଧ୍ୟ ଯାଇ ନଥିଲେ। ଏହା ବ୍ୟତୀତ, ସେ ନଭେମ୍ବର ୧୮ ତାରିଖରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦଳୀୟ ବୈଠକକୁ ଯାଇ ନଥିଲେ। ସଂସଦ ଅଧିବେଶନ ସମୟରେ, ରାହୁଲ ଗାନ୍ଧୀ କଂଗ୍ରେସ ଲୋକସଭା ସାଂସଦମାନଙ୍କର ଏକ ବୈଠକ ଡାକିଥିଲେ, କିନ୍ତୁ ଥରୁର ଅନୁପସ୍ଥିତ ଥିଲେ।