ଭୁବନେଶ୍ୱର-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହଙ୍କ ଚଳନର ବିଶେଷ ମହତ୍ତ୍ୱ ରହିଛି। ଶନିଙ୍କ ଚଳନ ବଦଳିଲେ ଏହାର ପ୍ରଭାବ ଅନେକ ରାଶି ଉପରେ ପଡ଼ିଥାଏ ବୋଲି ଜ୍ୟୋତିଷମାନେ କହନ୍ତି। ବର୍ତ୍ତମାନ ଶନି ବକ୍ର ଚଳନରେ ରହିଛନ୍ତି। କିନ୍ତୁ ଆସନ୍ତା ୧୧ ଡିସେମ୍ବର ୨୦୨୬ରେ ଶନି ପୁଣି ମାର୍ଗୀ ହେବେ, ଅର୍ଥାତ୍ ସିଧା ଚଳନ କରିବେ। ଏହା ପରେ କିଛି ରାଶିଙ୍କ ଜୀବନରେ ଅଟକି ରହିଥିବା କାମ ଆଗକୁ ବଢ଼ିବା ସହ ଚାକିରି, ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ଆଶ୍ୱସ୍ତ ମିଳିପାରେ ବୋଲି ଜ୍ୟୋତିଷୀୟ ମତ ରହିଛି l ବିଶେଷ କରି ବୃଷ, ମିଥୁନ, କନ୍ୟା, ତୁଳା, ମକର ଓ କୁମ୍ଭ ଏହି ୬ଟି ରାଶି ପାଇଁ ଶନିଙ୍କ ମାର୍ଗୀ ଚଳନ ଶୁଭ ରହିପାରେ।

read also -Horoscope Today : ସେପ୍ଟେମ୍ବର ୨୫ ତାରିଖ, ଶୁକ୍ରବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

♉ ବୃଷ ରାଶି

ଶନି ଚଳନ ହେବା ପରେ ବୃଷ ରାଶିଙ୍କ ଚାକିରି କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ନୂଆ ଦାୟିତ୍ୱ ମିଳିବା ସହ କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ମିଳିପାରେ। ଏବେ ଯେଉଁ କାମଗୁଡ଼ିକ ଅଟକି ରହିଛି କିମ୍ବା ବାରମ୍ବାର ବାଧା ଆସୁଛି, ସେଗୁଡ଼ିକରେ ଧୀରେ ଧୀରେ ଗତି ଆସିପାରେ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିବା ସହ ସମ୍ମାନ ମଧ୍ୟ ବଢ଼ିପାରେ।

♊ ମିଥୁନ ରାଶି

ମିଥୁନ ରାଶିଙ୍କ ପାଇଁ ଶନିଙ୍କ ଚଳନ ଅଟକିଥିବା କାମକୁ ଆଗକୁ ନେଇପାରେ। ଦୀର୍ଘ ସମୟ ଧରି ଚାକିରି ବଦଳାଇବାକୁ ଚିନ୍ତା କରୁଥିବା ଲୋକଙ୍କୁ ଭଲ ସୁଯୋଗ ମିଳିପାରେ। ଆର୍ଥିକ ଦିଗରେ ଚାଲିଥିବା ଚିନ୍ତା କମିବାର ସମ୍ଭାବନା ରହିଛି। ଜରୁରୀ କାମଗୁଡ଼ିକ ଗୋଟିଏ ପରେ ଗୋଟିଏ ସମ୍ପୂର୍ଣ୍ଣ ହେବାର ରାସ୍ତା ଖୋଲିପାରେ। ତେବେ ଏଥିପାଇଁ ଧୈର୍ଯ୍ୟ ରଖିବା ଆବଶ୍ୟକ।

♍ କନ୍ୟା ରାଶି

କନ୍ୟା ରାଶିଙ୍କ ପାଇଁ ମଧ୍ୟ ଶନିଙ୍କ ଚଳନ ଅନୁକୂଳ ହୋଇପାରେ। ଦୀର୍ଘ ଦିନର ପରିଶ୍ରମର ଫଳ ମିଳିବାର ସମ୍ଭାବନା ରହିଛି। ଚାକିରି କରୁଥିବା ଲୋକଙ୍କୁ ନୂଆ ଦାୟିତ୍ୱ କିମ୍ବା ଉନ୍ନତିର ସୁଯୋଗ ମିଳିପାରେ। ବ୍ୟବସାୟୀମାନଙ୍କୁ ପୁରୁଣା କୌଣସି ସମ୍ପର୍କ କିମ୍ବା କନେକ୍ସନ୍ରୁ ଲାଭ ମିଳିପାରେ। ଜୀବନରେ ଧୀରେ ଧୀରେ ସ୍ଥିରତା ଆସିବାର ସଙ୍କେତ ମିଳୁଛି ବୋଲି ଜ୍ୟୋତିଷୀୟ ମତ।

♎ ତୁଳା ରାଶିତୁଳା ରାଶିଙ୍କ କ୍ୟାରିୟରରେ ଚାଲିଥିବା ଚାପ ଏବଂ ଅସୁବିଧା କମିପାରେ। କାର୍ଯ୍ୟକ୍ଷେତ୍ରରେ ଯେଉଁ ଅସନ୍ତୁଳନ ଦେଖାଯାଉଛି, ତାହା ଧୀରେ ଧୀରେ ଠିକ୍ ହୋଇପାରେ। ବ୍ୟବସାୟ ସହ ଜଡ଼ିତ ଲୋକଙ୍କର ପୁରୁଣା କୌଣସି ପ୍ରୋଜେକ୍ଟ ପୁଣି ଆରମ୍ଭ ହୋଇପାରେ। ନୂଆ ଲୋକଙ୍କ ସହ ପରିଚୟ ମଧ୍ୟ ଭବିଷ୍ୟତରେ ଲାଭ ଦେଇପାରେ। ଟଙ୍କାପଇସା ଦିଗରେ ପୂର୍ବାପେକ୍ଷା ସ୍ଥିତି ଭଲ ହେବାର ଆଶା ରହିଛି।

♑ ମକର ରାଶିଶନି ଚଳନ ହେବା ପରେ ମକର ରାଶିଙ୍କ ଜୀବନରେ ଅନେକ ସମସ୍ୟା କମିପାରେ। ଦୀର୍ଘ ଦିନ ଧରି ଯେଉଁ ପ୍ଲାନିଂ କରୁଛନ୍ତି, ତାହାର ଫଳ ମିଳିବା ଆରମ୍ଭ ହୋଇପାରେ। ଚାକିରି କରୁଥିବା ଲୋକଙ୍କୁ ଗ୍ରୋଥ୍ ସହ ନୂଆ ଦାୟିତ୍ୱ ମିଳିପାରେ। କାମରେ ସ୍ଥିରତା ଆସିଲେ ମାନସିକ ଚାପ ମଧ୍ୟ କମିବାର ସମ୍ଭାବନା ରହିଛି।

♒ କୁମ୍ଭ ରାଶି

କୁମ୍ଭ ରାଶି ପାଇଁ ମଧ୍ୟ ଶନିଙ୍କ ଚଳନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଥିବା ବାଧା ଧୀରେ ଧୀରେ କମିପାରେ। ସମ୍ପର୍କରେ ଚାଲିଥିବା ଭୁଲ ବୁଝାବୁଝି ଦୂର ହେବାର ସୁଯୋଗ ରହିଛି। ପୁରୁଣା କୌଣସି ନିବେଶରୁ ଲାଭ ମିଳିପାରେ ବୋଲି ଜ୍ୟୋତିଷୀୟ ମତ ରହିଛି। ଆର୍ଥିକ ସ୍ଥିତିରେ ମଧ୍ୟ ଡିସେମ୍ବର ୧୧ ପରେ ପରିବର୍ତ୍ତନ ଦେଖାଯାଇପାରେ।

ତେବେ ଆଉ କେତେ ଦିନ ଅପେକ୍ଷା?ଶନିଙ୍କ ଚଳନକୁ ନେଇ ଜ୍ୟୋତିଷୀୟ ଗଣନା ଅନୁସାରେ ୧୧ ଡିସେମ୍ବର ୨୦୨୬ ଏକ ଗୁରୁତ୍ୱପୂର୍ଣ୍ଣ ତାରିଖ। ଏହି ଦିନ ଶନି ବକ୍ର ଚଳନରୁ ସିଧା ଚଳନ କରିବେ ବୋଲି କୁହାଯାଉଛି।