ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଚଳନରେ ପରିବର୍ତ୍ତନକୁ ଖୁବ୍ ଖାସ୍ ତଥା ମହତ୍ବପୂର୍ଣ୍ଣ ବୋଲି ବିଶ୍ବାସ କରାଯାଏ। ସମସ୍ତ ୯ ଗ୍ରହ ନିର୍ଦ୍ଧାରିତ ସମୟରେ ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି। ଜ୍ୟୋତିର୍ବିଦଙ୍କ ଅନୁସାରେ, ୨୦୨୬ର ଅନ୍ତିମ ୬ ମାସ ଗ୍ରହ ଚଳନ ଦୃଷ୍ଟିରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ରହିବ। କାରଣ ଏହି ସମୟରେ ଦୁଇ ଗ୍ରହ ଏକ ବିଶେଷ ସ୍ଥିତି ଗୋଲ୍ଡେନ ଟ୍ରାଏଙ୍ଗଲ (ସ୍ବର୍ଣ୍ଣ ତ୍ରିଭୁଜ) ସୃଷ୍ଟି କରୁଛନ୍ତି। ଏହି ଗ୍ରହ ହେଉଛନ୍ତି ଶନି ଏବଂ ଗୁରୁ ବୃହସ୍ପତି।

ଜ୍ୟୋତିଷ ଶାସ୍ତ୍ର ଅସୁସାରେ ଶନି ହେଉଛନ୍ତି କର୍ମ ଫଳଦାୟୀ ତଥା ନ୍ୟାୟର ଦେବତା। ସେହିଭଳି ଗୁରୁ ବୃହସ୍ପତିଙ୍କୁ ସୌଭାଗ୍ୟ ଏବଂ ଜ୍ଞାନର କାରକ ବୋଲି ଧରାଯାଏ। ଯେତେବେଳେ ଏହି ଦୁଇ ଗ୍ରହ ଏକ ବିଶେଷ ସମୟରେ ତ୍ରିକୋଣ ସୃଷ୍ଟି କରନ୍ତି, ଏହି ସମୟ କ୍ୟାରିୟର, ଆର୍ଥିକ ସ୍ଥିତି ସ୍ବଚ୍ଛଳ ଏବଂ ଆତ୍ମବିଶ୍ବାସରେ ଖୁବ୍ ପରିବର୍ତ୍ତନ ହୋଇଥାଏ। ତେବେ ଆଗକୁ ଶନି ଏବଂ ଗୁରୁ ଯେଉଁ  କରିବେ ତାହା ବୃଷ, ସିଂହ, ବୃଷ ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କୁ ବିଶେଷ ଲାଭ ଦେବ।

Also Read: ଶୁକ୍ରଙ୍କ ସିଂହ ରାଶି ପ୍ରବେଶ: ଚମକିବ ଏହି ୩ଟି ରାଶିର ଭାଗ୍ୟ, ମିଳିବ ପ୍ରଚୁର ଧନ ଓ ଯଶ

ବୃଷ ରାଶି

ବୃଷ ଶୁକ୍ରଦେବଙ୍କ ରାଶି। ଏହି ରାଶିର ଜାତକଙ୍କ କ୍ୟାରିୟରରେ ସ୍ଥିରତା ଆସିପାରେ। ଚାକିରିରେ ପ୍ରମୋସନ ମିଳିପାରେ। ଦୀର୍ଘ ସମୟରୁ ଅଟକିଥିବା କାମ ପୂରା ହୋଇପାରେ।

ସିଂହ ରାଶି

ସିଂହ ସୂର୍ଯ୍ୟ ଦେବଙ୍କ ରାଶି। ସିଂହ ରାଶିର ଜାତକଙ୍କ ଉପରେ ଗୁରୁଙ୍କର ଶୁଭ ପ୍ରଭାବ ଦେଖିବାକୁ ମିଳିପାରେ। ଯାହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ନିବେଶରେ ଲାଭ ହୋଇପାରେ। ଆୟର ନୂଆ ପନ୍ଥା ସୃଷ୍ଟି ହୋଇପାରେ। ଧନ ଲାଭ ହୋଇପାରେ।

ବୃଷ ରାଶି

ବୃଷ ମଙ୍ଗଳ ଦେବଙ୍କ ରାଶି। ଶନିଙ୍କ କୃପାରୁ ଏହି ରାଶିର ଜାତକଙ୍କ ଆତ୍ମବିଶ୍ବାସ ବେଶ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ନିଜ ପରିଚୟ ସୃଷ୍ଟି କରିବା ଏବଂ କଡ଼ା ନିଷ୍ପତ୍ତି ନେବା ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିପାରେ।

କୁମ୍ଭ ରାଶି

କୁମ୍ଭ ରାଶି ଶନି ଦେବଙ୍କ ରାଶି ଏବଂ ଏହା ଶନି- ଗୁରୁଙ୍କ ତ୍ରିକୋଣର ମୁଖ୍ୟ କେନ୍ଦ୍ର ମଧ୍ୟ। ଏହି ସମୟ କୁମ୍ଭ ରାଶି ବ୍ୟକ୍ତିଙ୍କ ଜୀବନରେ ଉନ୍ନତିର ନୂଆ ଦ୍ବାର ଖୋଲିପାରେ। କ୍ୟାରିୟରେ ନୂଆ ସଫଳତା ହୋଇପାରେ।

ବି.ଦ୍ର: ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଆଧାରିତ। ପ୍ରମେୟନ୍ୟୁଜ୭ ଏହାର ସତ୍ୟତା ନେଇ କୌଣସି ଦାବି କରୁନାହିଁ।