ମୁମ୍ବାଇବଲିଉଡରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ଚୌହାନ’ର ଟିଜର ଡାଇଲଗ । ଯେଉଁଥିରେ ସେ ଏକ ଡାଇଲଗ କହିଛନ୍ତି ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଝଡ଼ । ବଲିଉଡ୍ର ଆକ୍ସନ ଷ୍ଟାର୍ ଅଜୟ ଦେବଗନ୍ ପୁଣିଥରେ ବଡ଼ ପରଦାରେ ନିଜର ଦମଦାର୍ ଆକ୍ସନ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି ଅଜୟ । ଟିଜରର ଶେଷରେ ଅଜୟଙ୍କ ଏକ ଡାଏଲଗ୍ ରହିଛି ଯେଉଁଥିରେ ସେ କହିଛନ୍ତି ଯେ "ପଠାନୋଁ ସେ କହନା, ଚୌହାନ ଆ ରହା ହୈ" ଯାହା ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ସୃଷ୍ଟି କରିଛି। ଅନେକ ନେଟିଜେନଙ୍କ ମତରେ, ଏହି ଡାଏଲଗ୍ କେଉଁଠି ନା କେଉଁଠି ଶାହରୁଖ ଖାନଙ୍କ ସୁପରହିଟ୍ ଫିଲ୍ମ ‘ପଠାନ’କୁ ଇଙ୍ଗିତ କରୁଛି। ଆଉ କିଛି ୟୁଜର୍ସଙ୍କ କହିବା କଥା ଯେ ଏହା ଏକ ପ୍ରକାର କଳ୍ପନା ଜଳ୍ପନା

ନିକଟରେ ଅଜୟ ତାଙ୍କର ଆଗାମୀ ଆକ୍ସନ ଫିଲ୍ମ 'ଚୌହାନ'ର ଅଫିସିଆଲ୍ ଟିଜର୍ ରିଲିଜ୍ କରିଛନ୍ତି। ଆସନ୍ତା ବର୍ଷ ଅକ୍ଟୋବର ୧ରେ ଏହା ମୁକ୍ତିଲାଭ କରିବ। ଫିଲ୍ମର ଟିଜର କାଶ୍ମୀରର ଏକ ଦମଦାର କାହାଣୀ ଉପରେ ପର୍ଯ୍ୟବେସିତ । ୨ ମିନିଟ୍ ୨୪ ସେକେଣ୍ଡର ଏହି ପାୱାର୍-ପ୍ୟାକ୍ଡ୍ ଟିଜର ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଚଳଚ୍ଚିତ୍ରଟି ୨୦୧୮ ମସିହାର ଜମ୍ମୁ-କାଶ୍ମୀର ଏବଂ ପୁଲୱାମା ଅଞ୍ଚଳରେ ଘଟିଥିବା ପଥରମାଡ଼ ଘଟଣା ଉପରେ ଆଧାରିତ। ଏଥିରେ ଅଜୟଙ୍କୁ ଆର୍ମି-ଷ୍ଟାଇଲ୍ ଲୁକ୍ରେ ଦେଖିବାକୁ ମିଳିଛି । ଟିଜର୍ର ଆରମ୍ଭରେ ଆର୍ମି ଫୋର୍ସ ଏବଂ ସ୍ଥାନୀୟ ବିକ୍ଷୋଭକାରୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଗମ୍ଭୀର ପରିସ୍ଥିତି ମଧ୍ୟରେ ଅଜୟ ଦେବଗନ୍ ଜଣେ ଭାରତୀୟ ସେନା ଅଧିକାରୀ 'ଚୌହାନ' ଭୂମିକାରେ ଏଣ୍ଟ୍ରି କରୁଛନ୍ତି, ଯେଉଁଥିରେ ସେ ଆକ୍ସନ ଫାଇଟ ସିନରେ ନଜର ଆସୁଛନ୍ତି।

ଟିଜର ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ଏହାର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଏବଂ ଏକ ଡାଇଲଗ୍ । ଭିଡିଓ ପଛରେ ୧୯୯୧ର ବିଗ ବି ଅମିତାବଙ୍କ ସୁପରହିଟ୍ ଗୀତ ‘ଜୁମ୍ମା ଚୁମ୍ମା ଦେ ଦେ’ର ଧୂନ୍ ବାଜୁଥିବା ବେଳେ, ଅଜୟଙ୍କ ଡାଇଲଗ ସିନେପ୍ରେମୀଙ୍କ ମଧ୍ୟରେ ରୋମାଞ୍ଚ ଭରିଦେଇଛି। ସେଥିରେ ଅଜୟ ଦମଦାର ଅନ୍ଦାଜରେ କହିଛନ୍ତି : “୭୫ ସାଲ୍ ବାଦ୍ ଜବାବ୍ ଆ ରହା ହୈ.. ‘ପଠାନୌ ସେ କେହନା, ଚୌହାନ ଆ ରହା ହୈ’ । ଏହି ଡାଇଲଗ ଇଣ୍ଟରନେଟ୍ରେ ଏବେ ନିଆଁ ଭଳି ଭାଇରାଲ୍ ହେଉଛି ଯାହାକୁ ଦେଖିବା ପରେ ଲୋକଙ୍କ ମଧ୍ୟରେ କ୍ରେଜ ବଢିଛି