ଭୁବନେଶ୍ୱର ୨୮।୧୦ : ଅତିଭୀଷଣ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳରେ ସ୍ଥଳଭାଗ ପ୍ରବେଶ କରୁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୟାନାମର ଦକ୍ଷିଣରେ ବାତ୍ୟାର କେନ୍ଦ୍ର ରହିଛି। ଆଗାମୀ ଏକ ଘଣ୍ଟା ମଧ୍ୟରେ ଶେଷ ହେବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ।

ସେହିପରି ବାତ୍ୟା କେନ୍ଦ୍ର ନିକଟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚୁଛି। ଆଗାମୀ ୨ ଘଣ୍ଟା ପର୍ଯ୍ୟନ୍ତ ତୀବ୍ର ପବନ ଜାରି ରହିବା ପରେ ଧୀରେ ଧୀରେ ବେଗ କମିବା ଆକଳନ କରାଯାଇଛି।

Also Read:-ଲ୍ୟାଣ୍ଡଫଲ୍ ବେଳେ ୧୫୦ କିମିର ପବନ ଝଟକା : ଆଜି ଓଡ଼ିଶାକୁ ବଡ଼ ବିପଦ, ଏହି ସବୁ ଜିଲ୍ଲା ସାବଧାନ !

ବାତ୍ୟା ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ବିଶାଖାପଟ୍ଟନମ୍ରେ ସର୍ବାଧିକ ୨୧୭ ମିଲିମିଟର ବର୍ଷା ହୋଇଥିବା ବେଳେ କଳିଙ୍ଗପାଟନମରେ ୧୪୭, ଟୁନିରେ ୧୨୩ ଏବଂ କାକିନାଡାରେ ୧୧୮ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଓଡ଼ିଶାର ଗୋପାଳପୁରରେ ୯୪ ଏବଂ ପୁରୀରେ ୭୨ ମିଲିମିଟର ବର୍ଷା ହୋଇଛି।

ଏହାସହ ଆନ୍ଧ୍ରପ୍ରଦେଶର ତଳିଆ ଅଞ୍ଚଳରେ ସ୍ୱାଭାବିକ ଜୁଆରଠାରୁ ୧ରୁ ୧.୫ ମିଟର ଉଚ୍ଚ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଦକ୍ଷିଣ ଓଡିଶାରେ ଆଜି ମଧ୍ୟ ବର୍ଷା ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

Watch Video:-