କଟକ ୦୧।୦୬ : ବିତିଗଲା ସାତ ଘଣ୍ଟା । ତଥାପି ଲିଭୁନି ନିଆଁ । ଦମକଳ ବାହିନୀର ୮ରୁ ଅଧିକ ଗାଡ଼ି ନିୟୋଜିତ ରହିଛି । ତାପରେ ବି ଲିଭିନି ନିଆଁ । କଟକ ପ୍ରେସ୍ ଛକରେ ଥିବା ମାଛ ମାର୍କେଟରେ କିଛି ଏଭଳି ସ୍ଥିତି । ଯାହାକୁ ଦେଖିଲେ ଆଖିରେ ଝରିଆସୁଛି ଲୁହ ।

ଖବର ଅନୁଯାୟୀ, କଟକ ପ୍ରେସ୍ ଛକରେ ଥିବା ମାଛ ମାର୍କେଟରେ ବଡ଼ ଧରଣର ନିଆଁ ଲାଗିଛି । ଏହି ନିଆଁରେ ପୂରା ମାଛ ମାର୍କେଟ୍ ପୋଡି ପାଉଁଶ ହୋଇଯାଇଛି । ମାଛ ମାର୍କେଟ୍ ଉପରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ମଧ୍ୟ ନିଆଁ ଲାଗିଛି । ରାତି ପ୍ରାୟ ୨ଟାରୁ ନିଆଁ ଲାଗିଥିବା ସୂଚନା ମିଳିଠ୉ଛି । ନିଆଁ ଲାଗିଥିବା ବିଲ୍ଡିଂରେ ଏକ ରଙ୍ଗ ଗୋଦାମ ଥିବାରୁ ନିଆଁ ବ୍ୟାପିବାରେ ଲାଗିଛି। ସେଥିପାଇଁ ଅଗ୍ନିଶମ ବାହିନୀକୁ ନିଆଁ ଆୟତ୍ତ କରିବା କଷ୍ଟ ହେଉଛି । ଏବେ ନିଆଁ ଲିଭାଇବାକୁ ୧୦ଟି ଅଗ୍ନିଶମ ବାହିନୀ ଲାଗିଛନ୍ତି । ମାଛ ବ୍ୟବସାୟୀଙ୍କର ୫୦ରୁ ୬୦ ଲକ୍ଷ ଟଙ୍କା ନଗଦ କ୍ୟାସ୍ ଜଳି ଯାଇଛି । ବିଡା ବିଡା ଟଙ୍କା ପୋଡି ଯାଇଛି । ଗତକାଲି ରବିବାରରେ ଭଲ ବେପାର ହୋଇଥିବା ବେଳେ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ରଖି ପାରିନଥିଲେ । ସମ୍ଭବତଃ ଆଜି ଟଙ୍କା ଡିପୋଜିଟ୍ କରିଥାନ୍ତେ । ତେବେ ଗତ ରାତିରୁ ନିଆଁ ଲାଗି ଯାଇଛି । ମାଛ ମାର୍କେଟ୍ ଜଳିଯିବା ଫଳରେ ବ୍ୟବସାୟୀମାଙ୍କର ସର୍ବସ୍ବ ଜଳି ଯାଇଛି । ପ୍ରାୟ ୧୭ ଜଣ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି । ମାଛ ମାର୍କେଟ୍ ର ଆସବାବ ପତ୍ର ସହ ଡିପ୍ ଫ୍ରିଜର୍ ମଧ୍ୟ ଜଳି ଯାଇଛି । ଉପର ମହଲାରେ ଥିବା ବ୍ୟାଙ୍କରେ ମଧ୍ୟ ନିଆଁ ବ୍ୟାପିଛି । ବ୍ୟାଙ୍କର ଆସବାବପତ୍ରରେ ମଧ୍ୟ ନିଆଁ ଲାଗିଥିବା ଆଶଙ୍କା କରାଯାଉଚି । ନିଆଁ ଏବେ ଧୂଆଁ ବେଶ ଅଧିକ ଥିବାରୁ ଅଗ୍ନିଶମ ବାହିନୀ ପାଇଁ ଘର ଭିତରକୁ ପଶିବା ମୁସ୍କିଲ ହେଉଛି ।

Also Read:-IPL ବିଜୟ ପରେ ଏକାଠି ନାଚିଲେ ଅନୁଷ୍କା-କୋହଲି; ପାର୍ଟି ଭିଡିଓ ଭାଇରାଲ, ୟୁଜର୍ସ କହିଲେ ଡ୍ୟାନ୍ସ ଜବରଦସ୍ତ ! #Watch

ସେପଟେ ନିଆଁକୁ ଆୟତ୍ତ କରିବାକୁ ମୁସ୍କିଲ୍ ହେଉଥିବାର ବିଲ୍ଡିଂର କିଛି ଅଂଶକୁ ଜେସିପି ସହାୟତାରେ ଭଙ୍ଗା ହୋଇଛି । ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ ।