ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ସଂଘର୍ଷ ବଢିବା ଭୟରେ ଘରୋଇ ଇକ୍ୱିଟି ବେଞ୍ଚମାର୍କ ଇଣ୍ଡେକ୍ସ ସେନ୍‌ସେକ୍ସ ଓ ନିଫ୍ଟି ଲାଲ୍ ସଂକେତରେ ବନ୍ଦ ହୋଇଛି । ଇଣ୍ଟ୍ରା-ଡେ'ର ସର୍ବୋଚ୍ଚ ସ୍ତରଠାରୁ ସେନ୍‌ସେକ୍ସ ୭୦୦ ପଏଣ୍ଟରୁ ଅଧିକ ହ୍ରାସ ହୋଇଛି । ଅନ୍ୟପଟେ ନିଫ୍ଟି ମଧ୍ୟ ଖସି ୨୩,୯୦୦ ତଳକୁ ଖସି ବନ୍ଦ ହୋଇଛି । ବ୍ରର୍ଡର ମାର୍କେଟରେ ମିଡ୍‌କ୍ୟାପ୍ ଏବଂ ସ୍ମଲ୍‌କ୍ୟାପ୍ ଷ୍ଟକ୍ ମୋର୍ଚ୍ଚା ସମ୍ଭାଳିବାକୁ ପ୍ରୟାସ କରିଥିଲେ କିନ୍ତୁ ପରେ ସ୍ମଲ୍‌କ୍ୟାପରେ ହ୍ରାସ ଘଟିଥିଲା ।

ନିଫ୍ଟି ଆଇଟି ଅନେକ ମାତ୍ରରେ ବଜାର ସ୍ଥିତିକୁ ସମ୍ଭାଳିବା ପାଇଁ ପ୍ରୟାସ କରିଥିଲା, କିନ୍ତୁ ଆଧା ପ୍ରତିଶତରୁ ଅଧିକ ବୃଦ୍ଧିକୁ ହରାଇ ଫ୍ଲାଟ୍ ବନ୍ଦ ହୋଇଥିଲା । ଅନ୍ୟପଟେ ପିଏସୟୁ ବ୍ୟାଙ୍କ ସବୁଜରୁ ଲାଲ୍ ହୋଇଥିଲା । ଏଥିରେ ବି ପ୍ରାୟ ଅଧା ପ୍ରତିଶତ ହ୍ରାସ ଘଟିଥିଲା । ନିଫ୍ଟି ପ୍ରାଇଭେଟ୍ ବ୍ୟାଙ୍କ ମଧ୍ୟ ଅଧା ପ୍ରତିଶତରୁ ଅଧିକ ହ୍ରାସ ସହିଥିଲା । ନିଫ୍ଟି ଲିୟଲ୍ଟିରେ ମଧ୍ୟ ଆଧା ପ୍ରତିଶତର ହ୍ରାସ ଘଟିଥିଲା ।

ଘରୋଇ ଇକ୍ୱିଟି ବେଞ୍ଚମାର୍କ ସୂଚକାଙ୍କ ବିଷୟରେ କହିବାକୁ ଗଲେ, କାରବାର ଶେଷରେ ସେନ୍‌ସେକ୍ସ ୪୭୯.୨୬ ପଏଣ୍ଟ ବା ୦.୬୩% ହ୍ରାସ ପାଇ ୭୬,୦୦୯.୭୦ ସ୍ତରରେ ଏବଂ ନିଫ୍ଟି ୧୧୮.୦୦ ପଏଣ୍ଟ ବା ୦.୪୯% ହ୍ରାସ ପାଇ ୨୩,୯୧୩.୭୦ରେ ବନ୍ଦ ହୋଇଛି । ଦିନ ମଧ୍ୟରେ, ସେନ୍‌ସେକ୍ସ ୧୩୮.୦୮ ପଏଣ୍ଟ ବୃଦ୍ଧି ପାଇ ୭୬,୬୨୭.୦୪ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା, ପରେ ଏହା ୭୧୭.୩୬ ପଏଣ୍ଟ ହ୍ରାସ ପାଇ ୭୫,୯୦୯.୬୮ରେ ପହଞ୍ଚିଥିଲା । ଅନ୍ୟପକ୍ଷରେ, ନିଫ୍ଟି ମଧ୍ୟ ୫୮.୧୦ ପଏଣ୍ଟ ବୃଦ୍ଧି ପାଇ ୨୪,୦୮୯.୮୦ର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା, ଏହା ପରେ ଏହା ୨୦୪.୩୫ ପଏଣ୍ଟ ହ୍ରାସ ପାଇ ୨୩,୮୮୫.୪୫ ସ୍ତରକୁ ଖସିଥିଲା । ଏହି ଟଣାଓଟରା ମଧ୍ୟରେ, ଆଜି ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାର ପୁଞ୍ଜି ୧ ଲକ୍ଷ କୋଟିରୁ ଅଧିକ ବୃଦ୍ଧି ପାଇଛି, ଅର୍ଥାତ୍ ନିବେଶକଙ୍କ ସମ୍ପତ୍ତି ୧ ଲକ୍ଷ କୋଟିରୁ ଅଧିକ ବୃଦ୍ଧି ପାଇଛି ।