ନୂଆଦିଲ୍ଲୀ,୧୭/୦୮:ଭାଗ୍ୟଦେବୀ କେତେବେଳେ କାହା ଉପରେ ପ୍ରସନ୍ନ ହେବେ ତାହା କହିହେବ ନାହିଁ । ୟୁଏଇରେ ରହୁଥିବା କେରଳର ଜଣେ ୪୪ ବର୍ଷୀୟ ବ୍ୟକ୍ତି ନିକଟରେ ସେଠାରେ ଭାରତୀୟ ମୁଦ୍ରାରେ ପ୍ରାୟ ୨୬ ଲକ୍ଷର ଲଟେରି ଜିତିଛନ୍ତି। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଏବଂ ଆଲୋଚନା ।

ସୈଦାଲଭି କାରିଓଦାନ୍ ବରିଚଲିଲ ବିଗତ ୧୭ ବର୍ଷ ହେଲା ୟୁଏଇରେ ରହି ଆସୁଛନ୍ତି । ସେଠାକାର ଏକ ସ୍କୁଲରେ ସେ ଜଗୁଆଳି ଭାବେ କାର୍ଯ୍ୟ କରନ୍ତି। ସାଙ୍ଗମାନଙ୍କଠାରୁ ସେ ୟୁଏଇରେ ହେଉଥିବା ବିଗ୍ ଟିକଟ ଲଟେରି ସଂପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ଦୀର୍ଘ ୪ ବର୍ଷ ହେଲା ପ୍ରତିମାସରେ ସେମାନଙ୍କ ସହ ମିଶି ଲଟେରି ଟିକଟ କିଣି ଆସୁଥିଲେ। ଦିନେ ନା ଦିନେ ଭାଗ୍ୟଦେବୀ ତାଙ୍କ ଉପରେ କୃପା କରିବେ। ଲଟେରି ଟିକଟ ଜିତି ତାଙ୍କ ପରିବାରର ଆର୍ଥିକ ସ୍ଥିତି ସୁଧୁରିବ ବୋଲି ସେ ଆଶା ରଖିଥିଲେ।

Also Read :- ଆଜି ଓଡିଶା ବନ୍ଦ : ବିଭିନ୍ନ ଦାବିରେ ଓଡ଼ିଶା ଅନଲାଇନ୍ ଚାଳକ ମିଳିତ ମଞ୍ଚର ୧୨ ଘଣ୍ଟିଆ ହରତାଳ

ବର୍ତ୍ତମାନ ବିଗ୍ ଟିକଟ ଲଟେରି ସିରିଜ୍ ୨୮୯ ମାଧ୍ୟମରେ ତାଙ୍କର ସ୍ୱପ୍ନ ପୂରଣ ହୋଇଛି। ରାତାରାତି ସେ ଲକ୍ଷପତି ପାଲଟି ଯାଇଛନ୍ତି। ଲଟେରି ବାବଦରେ ଜିତିଥିବା ଅର୍ଥକୁ ସେ ଭାରତରେ ଥିବା ନିଜ ପରିବାରକୁ ପଠା ଠାଇବେ ବୋଲି କହିଛନ୍ତି । ସେହିପରି ଆଗକୁ ସୈଦାଲଭି ପୁଣି ନିଜ ଭାଗ୍ୟ ପରୀକ୍ଷା କରିବାକୁ ସ୍ଥିର କରିଛନ୍ତି। ପରବର୍ତ୍ତୀ ଲକି ତ୍ର ଲାଗି ସେ ଟିକଟ କିଣିସାରିଛନ୍ତି।

ସୂଚନାଥାଉକି,ସୈଦାଲଭି ଏକୁଟିଆ ଏହି ଲଟେରି ଜିତିନାହାନ୍ତି। ମୋଟ ୫ ଜଣ ବିଜେତା ମିଶି ୧.୩ କୋଟିର ପୁରସ୍କାର ଜିତିଛନ୍ତି। ସୈଦାଲଭିଙ୍କ ବ୍ୟତୀତ ବିଜେତାଙ୍କ ମଧ୍ୟରେ କେରଳର ୨ ଜଣ ବାସିନ୍ଦା ଏବଂ ୨ ବାଂଲାଦେଶୀ ନାଗରିକ ସାମିଲ ଅଛନ୍ତି।