କଟକ ୧୦/୧୨: ବାରବାଟୀରେ ବଢ଼ିବ ସିଟ୍, ଷ୍ଟାଡିୟମର ହେବ ଉନ୍ନତି । ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ବଡ଼ ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆଜିର ମ୍ୟାଚ୍ ବହୁତ ଉତ୍କଣ୍ଠା ଭରା ଥିଲା । ହଜାର ହଜାର ଦର୍ଶକ ଏହାକୁ ଦେଖି ଆନନ୍ଦିତ ହୋଇଛନ୍ତି । ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । ଏଥର ବାରବାଟୀରେ ମ୍ୟାଚ୍ ପରିଚାଳନା ଉନ୍ନତ ମାନର ଥିଲା ।

ଏଥିପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, ସହଯୋଗ କରୁଥିବା ପ୍ରଶାସନିକ ଟିମ୍, ପୂରା ପୁଲିସ ପ୍ରଶାସନ ଓ ଏଥିରେ ସାମିଲ ଅନ୍ୟ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ । ଆଗକୁ ଷ୍ଟାଡିୟମ୍‌ରେ ଆହୁରି ମ୍ୟାଚ୍ ହେବ । ସେସବୁର ପରିଚାଳନାକୁ ଅଧିକ ଉନ୍ନତ କରାଯିବ । ଏଥିପାଇଁ ସରକାର ପୂରା ତତ୍ପର ଅଛନ୍ତି । ଆଗକୁ ଷ୍ଟାଡିୟମ୍ କିଭଳି ଦର୍ଶକ ବସିବା କ୍ଷମତା ବଢ଼ାଯିବ ସେନେଇ ସରକାର ଯତ୍ନବାନ ରହିଛନ୍ତି । ରାଜ୍ୟ ସରକାରଙ୍କ ପାଖକୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପ୍ରସ୍ତାବ ଆସିଛି ।

 

ଏହାକୁ ସରକାର ଗୁରୁତ୍ୱର ସହିତ ନେଇଛନ୍ତି । ଯାହା ଆବଶ୍ୟକ କାର୍ଯ୍ୟ କରିବାକୁ ପଡ଼ିବ ତାହା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସୂର୍ଯ୍ୟକୁମାରଙ୍କୁ ବାରବାଟୀ ପାଇଁ ସେ ଲକି ବୋଲି କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏପରି ପ୍ରଶଂସା କରିଛନ୍ତି ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ସେ କହିଛନି ମୁଖ୍ୟମନ୍ତ୍ରୀ ଆମ ପାଇଁ ଲକି । ସେ ଆଜି ଷ୍ଟାଡିୟମ୍‌ରେ ଉପସ୍ଥିତ ରହିଥିବାରୁ ଭାରତ ଜିତିଲା ।

​​​​​​​

ଶେଷରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ଦକ୍ଷିଣର ଆଫ୍ରିକା ଅଧିନାୟକ ଆଡେନ ମାର୍କରମଙ୍କୁ ଓସିଏ ପକ୍ଷରୁ ରୁପାର କ୍ଲକ୍ ଟାୱାର ଉପହାର ଦିଆଯାଇଛି। ଖେଳ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଓସିଏ ସମ୍ପାଦକ ସଂଜୟ ବେହେରାଙ୍କ ଉପସ୍ଥିତିରେ ଉଭୟ ଅଧିନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସାଙ୍ଗରେ ବିଭିନ୍ନ ବିଧାୟକ ଓ ଓସିଏର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏଥିପୂର୍ବରୁ ଘଣ୍ଟି ବଜାଇ ମୁଖ୍ୟମନ୍ତ୍ରୀ ମ୍ୟାଚ୍ର ଶୁଭାରମ୍ଭ କରିଥିଲେ। ସାଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।