ଭୁବନେଶ୍ବର ୨୪।୯: ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ହଜାରେ ପାର୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ହଜାରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ହଜାର ପରେ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଜିଲ୍ଲାରୁ ପ୍ରତ୍ୟେକ ଦିନ ୧୦୦ ରୁ ୨୦୦ ଜଣରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଉଛି ।

ତେବେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢାଇବାରେ ଲାଗିଛି ସ୍କ୍ରବ୍ ଟାଇଫସ୍ । ଗାଁ ଗାଁରେ ଅଙ୍ଗନବାଡି, ଆଶା ଏବଂ ମେଡିକାଲ ଟିମ୍ ଲୋକଙ୍କୁ ସଚେତନତା କରାଇବା ସହ ଜଙ୍ଗଲ ଓ ବିଲକୁ ଗଲେ ଫୁଲ୍ ପୋଷାକ ପିନ୍ଧିବା ସହ ସତର୍କ ରହିବା ଏବଂ ଜ୍ବର ହେଲେ ତୁରନ୍ତ ଡାକ୍ତରଖାନା ଆସିବା ପାଇଁ ପରାମର୍ଶ ଦିଆଯାଉଛି ।

Also Read:- ରାମତରାରେ ସମୁଦ୍ରର ଉଗ୍ର ରୂପ, ବାଲିବସ୍ତା ଭାଙ୍ଗି ସୃଷ୍ଟି ହେଲା ବିରାଟ ଘାଇ

ସେପଟେ ମେଡିକାଲ ବିଭାଗ ସ୍କ୍ରବ୍ ଟାଇଫସ୍ ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

Watch Video: