ନୂଆଦିଲ୍ଲୀ: ଶିକ୍ଷକ ନିଯୁକ୍ତି ଲାଗି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଆଶାୟୀମାନେ ଦାବି କରୁଛନ୍ତି । ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି କେବେ ପ୍ରକାଶ ପାଇବ ? ତାକୁ ନେଇ ଆଲୋଚନା ଜାରି ରହିଛି । ଏହାରି ମଧ୍ୟରେ ବିହାର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ସରକାର ୩୨ ହଜାରରୁ ଅଧିକ ଶିକ୍ଷକ ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ବିହାର ଲୋକସେବା ଆୟୋଗ (BPSC) ଦ୍ୱାରା ଶିକ୍ଷକ ନିଯୁକ୍ତି ପରୀକ୍ଷା (TRE 4) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୩୨,୩୮୮ଟି ସ୍କୁଲ ଶିକ୍ଷକ ପଦବୀ ପୂରଣ କରାଯିବ। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ bpsc.bihar.gov.in ମାଧ୍ୟମରେ ଆବେଦନ କରିପାରିବେ।

​​​​​​​

ସେପ୍ଟେମ୍ବର ପହିଲାରୁ ଆବେଦନ ଆରମ୍ଭ ହେବାକୁ ଥିବା ବେଳେ ଏହାର ଶେଷ ତାରିଖ ସେପ୍ଟମ୍ବର ୩୦ ତାରିଖ । ଫି’ ଦେବାର ଶେଷ ତାରିଖ ସେପ୍ଟେମ୍ବର ୨୯ ଧାର୍ଯ୍ୟ କରାଯାଇଛି । 

ଶ୍ରେଣୀ ଅନୁସାରେ ପଦବୀ:

ପ୍ରଥମରୁ ପଞ୍ଚମ ଶ୍ରେଣୀ (Class 1-5): ୩,୮୪୭ ପଦବୀ

ଷଷ୍ଠରୁ ଅଷ୍ଟମ ଶ୍ରେଣୀ (Class 6-8): ୮,୫୬୩ ପଦବୀ

ନବମରୁ ଦଶମ ଶ୍ରେଣୀ (Class 9-10): ୩,୮୭୭ ପଦବୀ

ଏକାଦଶରୁ ଦ୍ୱାଦଶ ଶ୍ରେଣୀ (Class 11-12): ୧୬,୧୦୧ ପଦବୀ

ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହାକୁ ରାଜ୍ୟର ଯୁବବର୍ଗଙ୍କ ପାଇଁ ଏକ "ଐତିହାସିକ ଭେଟି" ବୋଲି କହିଛନ୍ତି। ଏହି ନିଯୁକ୍ତି ଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ଯୁବପୀଢ଼ିଙ୍କୁ ରୋଜଗାର ମିଳିବ ।