ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ: ଅଗଷ୍ଟ ୧୨ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହି ସୂର୍ଯ୍ୟ ପରାଗ ପରେ ଶନିଦେବ ନିଜର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଅଗଷ୍ଟ ୨୦ରେ ଶନିଦେବ 'ରେବତୀ' ନକ୍ଷତ୍ରରେ ପ୍ରବେଶ କରିବେ ଏବଂ ଅକ୍ଟୋବର ୯ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ବିରାଜମାନ ରହିବେ ।

ଜ୍ୟୋତିଷଙ୍କ ଅନୁସାରେ, ଅଗଷ୍ଟର ୧୨ ସୂର୍ଯ୍ୟ ପରାଗ ଏବଂ ତା' ପରେ ହେବାକୁ ଥିବା ଶନିଙ୍କର ଏହି ନକ୍ଷତ୍ର ପରିବର୍ତ୍ତନର ସବୁଠାରୁ ଅଧିକ ପ୍ରଭାବ ୩ଟି ରାଶି ଉପରେ ପଡ଼ିପାରେ । ଏହା ଫଳରେ ସେମାନଙ୍କୁ ଆର୍ଥିକ କ୍ଷତି ଏବଂ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

ମେଷ ରାଶି

ଶନିଙ୍କର ଏହି ନକ୍ଷତ୍ର ଗୋଚର ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ କିଛିଟା କଠିନ ସାବ୍ୟସ୍ତ ହୋଇପାରେ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବ, ଯାହା ଆପଣଙ୍କ ବଜେଟ୍‌କୁ ବିଗାଡ଼ି ଦେଇପାରେ । ନୂଆ ବିନିଯୋଗ କିମ୍ବା ବ୍ୟବସାୟରେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ବାଧାବିଘ୍ନ ଆସିପାରେ ।

କର୍କଟ ରାଶି

କର୍କଟ ରାଶିର ଜାତକମାନଙ୍କ ପାଇଁ ଏହି ସମୟ ମାନସିକ ଚାପ ଏବଂ ଆର୍ଥିକ ଅସ୍ଥିରତା ଆଣିପାରେ । ଧନ ହାନିର ଯୋଗ ରହିଛି । ଟଙ୍କା-ପଇସା କାରବାର ବେଳେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ । ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ବାଦ-ବିବାଦରୁ ଦୂରେଇ ରୁହନ୍ତୁ ।

​​​​​​​Also Read: ପରାଗ ପରେ ସ୍ୱରାଶିକୁ ଫେରିବେ ସୂର୍ଯ୍ୟ, ଏହି ୪ ରାଶିଙ୍କ ଲାଗି ଆରମ୍ଭ ହେବ ଭଲ ଦିନ

ବିଛା ରାଶି

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁଁ ବିଛା ରାଶିର ବ୍ୟକ୍ତିମାନଙ୍କୁ କର୍ମକ୍ଷେତ୍ରରେ ଅଧିକ ସଂଘର୍ଷ କରିବାକୁ ପଡ଼ିପାରେ । ହାତକୁ ଆସୁଥିବା ପଇସା ଅଟକି ଯାଇପାରେ । କାହାକୁ ଧାର ଦେବାରୁ ବଞ୍ଚନ୍ତୁ । ନିଜର ବାଣୀ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଜରୁରି, ନଚେତ୍ ପାରିବାରିକ ଏବଂ ବୃତ୍ତିଗତ ସମ୍ପର୍କରେ ତିକ୍ତତା ଆସିପାରେ ।