ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ଙ୍କ ପ୍ରଶଂସକମାନଙ୍କ ପାଇ ଖୁସି ଖବର । ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍'କୁ ମିଳିବାକୁ ଯାଉଛି ସେନ୍ସର ବୋର୍ଡଂ ପ୍ରମାଣପତ୍ର । ଏହି ଚଳଚ୍ଚିତ୍ରଟି ପୂର୍ବରୁ ୨୦୨୬ ଏପ୍ରିଲ ୧୭ ରେ ମୁକ୍ତିଲାଭ କରିବାର  ଥିଲା। କିନ୍ତୁ ସେନ୍ସର ବୋର୍ଡ ସାର୍ଟିଫିକେଟ୍ ଏବଂ କେତେକ ଅନୁମୋଦନ ଜନିତ ସମସ୍ୟା ଯୋଗୁଁ ଫିଲ୍ମର ମୁକ୍ତିଲାଭ ପ୍ରକ୍ରିୟା ଅଟକି ରହିଥିଲା। 

ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଏହି ସପ୍ତାହରେ ଫିଲ୍ମଟିକୁ ଦେଖିବାର ଯୋଜନା କରୁଥିବାରୁ ଖୁବ୍‌ଶୀଘ୍ର ଏହାକୁ ସେନ୍ସର ସାର୍ଟିଫିକେଟ୍ ମିଳିବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ, CBFC ଟିମ୍ ଏହି ସପ୍ତାହରେ 'ମାତୃଭୂମି' ଫିଲ୍ମର ସ୍କ୍ରିନିଂ କରିବେ। 

ସାଧାରଣତଃ ସଲମାନ ଖାନ୍‌ଙ୍କ ସିନେମାଗୁଡ଼ିକ ପାରିବାରିକ ମନୋରଞ୍ଜନଧର୍ମୀ ହୋଇଥିବାରୁ ସେନ୍ସର ବୋର୍ଡ ପକ୍ଷରୁ କୌଣସି ବଡ଼ ଆପତ୍ତି ଆସିବାର ସମ୍ଭାବନା ନାହିଁ । ସେନ୍ସର ବୋର୍ଡରୁ ସବୁଜ ସଙ୍କେତ ମିଳିବା ପରେ ଫିଲ୍ମ ନିର୍ମାତାମାନେ ଏହାକୁ ଚଳିତ ବର୍ଷ ଦୀପାବଳି କିମ୍ବା କ୍ରିସମାସ ଅବସରରେ ମୁକ୍ତିଲାଭ କରାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ପୂର୍ବରୁ ଗୁଜବ ଉଠିଥିଲା ଯେ, ଚୀନ୍-ବିରୋଧୀ ବିଷୟବସ୍ତୁକୁ ନେଇ ସରକାରୀ ସ୍ତରରେ ଆପତ୍ତି ପରେ ଫିଲ୍ମର ପୁନଃ ସୁଟିଂ କରାଯାଉଛି । କିନ୍ତୁ ସରକାର କେବେବି ଏହି ଫିଲ୍ମକୁ ଅଟକାଇ ନାହାନ୍ତି ବୋଲି ନିର୍ମାଣ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି।