ମୁମ୍ବାଇ: ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରାମାୟଣ' ରେ ରଣବୀର କପୁରଙ୍କୁ ଭଗବାନ ରାମଙ୍କ ଭୂମିକାରେ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ। ରଣବୀର ରାମଙ୍କ ଭୂମିକାରେ ଦର୍ଶକଙ୍କ ମନ ଜିଣିପାରୁଛନ୍ତି କି ନା, ତାହା ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା। ପ୍ରାୟ ୪,୦୦୦ କୋଟି ଟଙ୍କା ବଜେଟର ଏହି ମେଗା ପ୍ରୋଜେକ୍ଟକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଏହି ହାଇ ବଜେଟ୍ ରାମାୟଣ ଦୀପାବଳିରେ ମୁକ୍ତିଲାଭ କରିବ। ବିଶ୍ୱବ୍ୟାପୀ ଏହି ସିନେମା ନଭେମ୍ବର ୬ ତାରିଖରେ ମୁକ୍ତିଲାଭ କରିବ ବୋଲି ସୋନି ପିକ୍ଚର ଟ୍ୱିଟ୍ କରି ସୂଚନା ଦେଇ ସାରିଛି।

ହେଲେ ଏହାରି ଭିତରେ ବଲିଉଡର ଏକ ପୁରୁଣା କାହାଣୀ ପୁଣି ଥରେ ସାମ୍ନାକୁ ଆସିଛି। ଏହି କାହାଣୀ ଆଉ ଏକ ରାମାୟଣର। ଯେଉଁଠି ବଲିଉଡ୍ ଭାଇଜନା ସାଜିଥିଲେ ପ୍ରଭୂ ଶ୍ରୀରାମ ଓ ମାତା ସୀତା ଭୂମିକାରେ ଥିଲେ ଅଭିନେତ୍ରୀ ସୁନାଲୀ ବେନ୍ଦ୍ରେ। ଫିଲ୍ମର ପ୍ରାୟ ୪୦ ପ୍ରତିଶତ ସୁଟିଂ ମଧ୍ୟ ସରିଯାଇଥିଲା। କିନ୍ତୁ ହଠାତ୍ ଏମିତି କିଛି ଘଟିଲା…ଫିଲ୍ମଟି ସବୁଦିନ ପାଇଁ ଅଧାରେ ରହିଗଲା। ସୋହେଲ ଖାନଙ୍କର ଡ୍ରୀମ ପ୍ରୋଜେକ୍ଟରେ କେବେ ବି ରିଲିଜ୍ ହୋଇପାରିଲା ନାହିଁ।

ସୋହେଲ ଖାନଙ୍କ ଡ୍ରିମ୍ ପ୍ରୋଜେକ୍ଟ ଥିଲା 'ରାମାୟଣ'

୧୯୯୦ ଦଶକରେ ସଲମାନ ଖାନଙ୍କ ଭାଇ ସୋହେଲ ଖାନ୍ ଏକ ବଡ଼ ବଜେଟର 'ରାମାୟଣ' ନିର୍ମାଣ କରିବାକୁ ଯୋଜନା କରିଥିଲେ। ଏଥିରେ ସଲମାନ ଖାନ୍ ଭଗବାନ ରାମ, ସୋନାଲୀ ବେନ୍ଦ୍ରେ ସୀତା ଏବଂ ପୂଜା ଭଟ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଥିଲେ। ଫିଲ୍ମର ଶୁଟିଂ ଜୋରସୋରରେ ଚାଲିଥିଲା। ସଲମାନ ରାମଙ୍କ ବେଶଭୂଷା ପିନ୍ଧି ଧନୁ-ତୀର ଧରି ଅନେକ ଦୃଶ୍ୟର ସୁଟିଂ କରିଥିଲେ। ପ୍ରମୋସନ୍ ପାଇଁ ତାଙ୍କର ଫଟୋ ମଧ୍ୟ ଉଠାଯାଇଥିଲା।

ପ୍ରେମ ସମ୍ପର୍କ ପାଇଁ ଅଟକିଗଲା ଫିଲ୍ମ!

ସାଧାରଣତଃ ଫିଲ୍ମ ବଜେଟ୍ କିମ୍ବା କାହାଣୀ ସମସ୍ୟା ପାଇଁ ବନ୍ଦ ହୋଇଥାଏ। କିନ୍ତୁ ଏହି ଫିଲ୍ମର କାହାଣୀ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଶୁଟିଂ ସମୟରେ ସୋହେଲ ଖାନ୍ ଓ ପୂଜା ଭଟ୍ଟ ପରସ୍ପରଙ୍କ ନିକଟତର ହୋଇଯାଇଥିଲେ। ସେତେବେଳେ ପୂଜା ଭଟ୍ଟ ଗଣମାଧ୍ୟମରେ ସୋହେଲଙ୍କୁ ବିବାହ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଖାନ୍ ପରିବାରର ମୁଖ୍ୟ ତଥା ସୋହେଲ ସଲମାନ ଓ ଅରବାଜଙ୍କ ବାପା ସଲିମ ଖାନ୍ ଏହି ସମ୍ପର୍କକୁ ଗ୍ରହଣ କରିନଥିଲେ। ଏବଂ ସୋହେଲଙ୍କୁ ଏଥରୁ ବିରତ ରହିବାକୁ ପରାମର୍ଶ ଦେଇଥିଲେ। ଏହାପରେ ପରିସ୍ଥିତି ଏମିତି ବଦଳିଗଲା ଯେ, ପୂଜା ଭଟ୍ଟ ଫିଲ୍ମ ଛାଡ଼ି ଦେଲେ।

ସଲମାନଙ୍କ ଚେଷ୍ଟା ବି ବିଫଳ ହେଲା

ରିପୋର୍ଟ ଅନୁସାରେ, ସଲମାନ ଖାନ୍ ଏହି ବିବାଦର ସମାଧାନ କରି ଫିଲ୍ମ ଶୁଟିଂ ଜାରି ରଖିବାକୁ ବହୁ ଚେଷ୍ଟା କରିଥିଲେ। କିନ୍ତୁ ସମସ୍ତ ପ୍ରୟାସ ବିଫଳ ହେଲା। ପୂଜା ଭଟ୍ଟଙ୍କ ବିଦାୟ ପରେ ସମ୍ପୂର୍ଣ୍ଣ ପ୍ରୋଜେକ୍ଟ ବନ୍ଦ ହୋଇଗଲା ଏବଂ ବଲିଉଡ୍ର ଏହି ବହୁ ଚର୍ଚ୍ଚିତ 'ରାମାୟଣ' କେବେ ବି ପରଦାକୁ ଆସିପାରିଲା ନାହିଁ।

Also Read- 'ଆୱାରାପନ୍ ୨'ରେ ପୁଣି ଶୁଭିବ 'ତେରା ମେରା ରିସ୍ତା'ର ଯାଦୁ , ୧୯ ବର୍ଷ ପରେ ବଲିଉଡକୁ ଫେରିବେ ପାକିସ୍ତାନୀ ଗାୟକ !

ଏବେ ପୁଣି ଚର୍ଚ୍ଚାରେ 'ରାମାୟଣ'

ପ୍ରାୟ ତିନି ଦଶନ୍ଧି ପରେ ପୁଣି ଥରେ ରାମାୟଣ ଉପରେ ବଡ଼ ବଜେଟର ଫିଲ୍ମ ତିଆରି ହେଉଛି। ନିତେଶ ତିୱାରୀଙ୍କ 'ରାମାୟଣ'ର ପ୍ରଥମ ଭାଗ ୬ ନଭେମ୍ବର ୨୦୨୬, ଦୀପାବଳି ଅବସରରେ ରିଲିଜ୍ ହେବାକୁ ଥିବାବେଳେ, ଏସ୍.ଏସ୍. ରାଜାମୌଲୀଙ୍କ ଆଗାମୀ ପ୍ରୋଜେକ୍ଟରେ ମଧ୍ୟ ରାମାୟଣର କିଛି ପ୍ରସଙ୍ଗ ରହିବ ବୋଲି ଚର୍ଚ୍ଚା ହେଉଛି। ସେହିପରି ରିଷଭ ଶେଟ୍ଟୀ ମଧ୍ୟ 'ଜୟ ହନୁମାନ'ରେ ନଜର ଆସିବେ।