ମସ୍କୋ, ୨୦/୦୯: ଋଷରେ ୟୁକ୍ରେନରେ ଭୟଙ୍କର ଆକ୍ରମଣ । ମସ୍କୋରେ ଚାଲିଥିବା ସଂସଦୀୟ ନିର୍ବାଚନ ପାଇଁ ଭୋଟିଂର ଶେଷ ଦିନରେ ୟୁକ୍ରେନ ଘନ ଘନ ମିସାଇଲ ଏବଂ ଡ୍ରୋନ୍ ମାଡ଼ କରିଛି । ଏଥିରେ ଏକ ତୈଳ ରିଫାଇନାରୀ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣ ପରେ ରିଫାଇନାରୀରେ ନିଆଁ ଲାଗି ଯାଇଥିଲା । ପ୍ରାୟକିଲୋମିଟର ଦୂରରେ ଥିବା ଲୋକେ ମଧ୍ୟ ମିସାଇଲ ମାଡ଼ ଶବ୍ଦ ଶୁଣିଥିଲେ ।

ମସ୍କୋ ମେୟର ସର୍ଗେଇ ସୋବ୍ୟାନିନ୍ କହିଛନ୍ତି ଯେ, ୟୁକ୍ରେନ୍ ଡ୍ରୋନ୍ ଦ୍ୱାରା ମସ୍କୋ ତୈଳ ରିଫାଇନାରୀକୁ ଟାର୍ଗେଟ୍ କରିଛି । କିନ୍ତୁ ଏଥିରେ କେହି ପ୍ରାଣ ହରାଇ ନାହାଁନ୍ତି । ଆକ୍ରମଣ ପରେ ଆକାଶ ଧୂଆଁମୟ ହୋଇଯାଇଥିଲା । ଅନ୍ୟ ଦିଗରେ ୟୁକ୍ରେନର କିଭରେ ଋଷିଆର ଆକ୍ରମଣରେ ତିନି ଜଣ ପ୍ରାଣ ହରାଇଛନ୍ତି ।

ଏହି ଆକ୍ରମଣ ସେହି ସମୟରେ ହୋଇଛି ଯେତେବେଳେ ଋଷରେ ମତଦାନ ଚାଲିଛି । ମତଦାନର ରବିବାର ହେଉଛି ଶେଷ ଦିନ । ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଚଳିତ ନିର୍ବାଚନକୁ ୟୁକ୍ରେନ ଯୁଦ୍ଧ ପାଇଁ ଜନତାଙ୍କ ସମର୍ଥନର ପରୀକ୍ଷା ବୋଲି କହି ସାରିଛନ୍ତି ।

Also Read :- ବଞ୍ଚାଇ ପାରିଲାନି ଦାମୀ କାର୍ : ବ୍ରିଜ୍ ତଳକୁ ଖସିପଡିଲା BMW, ୩ ଯୁବକ ମୃତ

ଆକ୍ରମଣକୁ ନେଇ ୟୁକ୍ରେନକୁ ଦୋଷ ଦେଇଛି ଋଷିଆ । ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଜାରି ରହିଛି । କିନ୍ତୁ ରବିବାର ଆକ୍ରମଣକୁ ନେଇ କିଭ୍ ମୁହଁ ଖୋଲିନି । ଏହାପୂର୍ବରୁ ବି କିଭ୍ ଉପରେ ମସ୍କୋ ଡ୍ରୋନ୍ ଆକ୍ରମଣ ନେଇ ଅଭିଯୋଗ ଲଗାଇଛି ।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନ ହେଉଛି ୟୁକ୍ରେନ ବିରୋଧରେ ଋଷର ଯୁଦ୍ଧ ପରର ପ୍ରଥମ ସଂସଦୀୟ ନିର୍ବାଚନ । ଏହାର ଫଳାଫଳ ଆସିବା ପରେ କ୍ରେମଲିନ୍ ଆଗାମୀ ଭବିଷ୍ୟତ ତଥା ଯୁଦ୍ଧର ଭବିଷ୍ୟତ ବାବଦରେ କିଛି ବଡ଼ ନିଷ୍ପତ୍ତି ନେଇପାରେ ।