ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’କୁ ବର୍ଷେ ପୂରିବାକୁ ଯାଉଛି। ଆଉ ଏହାର ଠିକ୍ ପୂର୍ବରୁ ଭାରତ ବାୟୁ ସୁରକ୍ଷା ସହ ଜଡ଼ିତ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷ ବହୁ ପ୍ରତୀକ୍ଷିତ ଚତୁର୍ଥ S-400 ଏୟାର ଡିଫେନ୍ସ ସିଷ୍ଟମ ଭାରତ ପଠାଇଛି। ଏହା ମେ ମାସ ମଧ୍ୟ ଭାଗ ସୁଦ୍ଧା ଭାରତୀୟ ବନ୍ଦରରେ ପହଞ୍ଚିବା ନେଇ ଅନୁମାନ କରାଯାଉଛି। ସେହିଭଳି ପଞ୍ଚମ S-400 ସିଷ୍ଟମ ଚଳିତ ବର୍ଷ ନଭେମ୍ବରରେ ଭାରତ ଆସିବାର ସମ୍ଭାବନା ରହିଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଭାରତୀୟ ବାୟୁସେନା (IAF)ର ଅଧିକାରୀମାନେ ଚତୁର୍ଥ ସିଷ୍ଟମର ପ୍ରି- ଡିସପ୍ୟାଚ୍ (ଭାରତ ପଠାଇବା ପ୍ରକ୍ରିୟା) ନିରୀକ୍ଷଣ କରିବା ପରେ ଏହା ପଠାଯାଇଥିଲା। ପାକିସ୍ତାନ ବିରୁଦ୍ଧରେ ଏହାକୁ ରାଜସ୍ଥାନ ସେକ୍ଟରରେ ନିୟୋଜିତ କରାଯାଇପାରେ।

ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ S-400ର ଭୟ

‘ଅପରେସନ ସିନ୍ଦୂର’ ସମୟରେ ରୁଷ S-400 ପ୍ରଣାଳୀ ଏହାର ଘାତକ କ୍ଷମତାର ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲ। ଅପରେସନ ସମୟରେ ଏହି ସିଷ୍ଟମ ପାକିସ୍ତାନ ବିରୋଧରେ ୧୧ଟି ଅଧିକ ଦୂରଗାମୀ S-400 ମିସାଇଲ ମାଡ଼ କରିଥିଲା। ଏହି ମିସାଇଲ ଶତ୍ରୁ ଦେଶର ଲଢ଼ୁଆ ବିମାନ, ଏୟାରବର୍ନ ଅର୍ଲି ଓ୍ବାର୍ଣ୍ଣିଂ ସିଷ୍ଟମ (AWACS) ଏବଂ ପରିବହନ ବିମାନକୁ ଟାର୍ଗେଟ କରି ଖସାଇଥିଲା। ଆଉ ଏଥିରେ ଭୟଭୀତ ପାକିସ୍ତାନ ସିନ୍ଧୁ ନଦୀର ପୂର୍ବରେ ଥିବା ନିଜର ସବୁ ଏହାର ବେସକୁ କ୍ବେଟା ଏବଂ ପେଶାଓ୍ବର ଏୟାରବେସକୁ ସିଫ୍ଟ କରିଥିଲା। ଖାଲି ସେତିକି ନୁହେଁ ପାକିସ୍ତାନ ପଞ୍ଜାବ ଏବଂ ଗୁଜରାଟରେ ନିୟୋଜିତ ଭାରତର ଦୁଇଟି S-400 ସିଷ୍ଟମକୁ ଟାର୍ଗେଟ କରିବାକୁ ମଧ୍ୟ ଚେଷ୍ଟା କରି ବିଫଳ ହୋଇଥିଲା।

Also Read: ସାମରିକ ଶକ୍ତି ବୃଦ୍ଧି କରୁଛି ଭାରତ : ପ୍ରତିରକ୍ଷା ଖର୍ଚ୍ଚ କରିବାରେ ଟପ୍ ୫ ଦେଶ ତାଲିକାରେ ସାମିଲ୍

ଭାରତ କିଣିବ ଆଉ ୫ ନୂଆ ସିଷ୍ଟମ ଏବଂ ୨୮୦ ମିସାଇଲ

ସେହିଭଳି କେନ୍ଦ୍ର ସରକାର ବାୟୁ ସୁରକ୍ଷାକୁ ଅଧିକ ବିସ୍ତାର କରି ଆଉ ୫ଟି S-400 ସିଷ୍ଟମ କିଣିବାକୁ ମଞ୍ଜୁରୀ ଦେଇଛନ୍ତି। ଏହାର ରେଞ୍ଜ ୪୦୦ କିଲୋମିଟର ପର୍ଯ୍ୟନ୍ତ ହେବ। ସେହିଭଳି ୨୮୦ ଛୋଟ ଏବଂ ଅଧିକ ଦୂରତାର S-400 ମିସାଇଲ ମଧ୍ୟ କିଣାଯିବ।

ଚୀନ ସୀମା ଉପରେ ନଜର ଏବଂ ମେକ ଇନ ଇଣ୍ଡିଆ ଦିଗରେ ପଦକ୍ଷେପ

ତେବେ ଚତୁର୍ଥ ସିଷ୍ଟମ ପାକିସ୍ତାନ ସୀମାରେ ନିୟୋଜିତ କରାଯିବାକୁ ଥିବା ବେଳେ, ୫ମ S-400 ସିଷ୍ଟମ ଚୀନ ସହ ସଂଲଗ୍ନ ସୀମାରେ ନିୟୋଜିତ କରିବା ସମ୍ଭାବନା ରହିଛି। ଭାରତ ଘରୋଇ କ୍ଷେତ୍ରର ସହଯୋଗରେ S-400 ପାଇଁ ଦେଶରେ ରକ୍ଷଣାବେକ୍ଷଣ, ମରାମତି ସୁବିଧା ସ୍ଥାପନ କରିବାକୁ ଯୋଜନା କରୁଛି। ଏଥିରେ ‘ଟ୍ରାନ୍ସଫର ଅଫ୍ ଟେକ୍ନୋଲୋଜି’ ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଛି । ଯାହାଦ୍ବାରା ଭବିଷ୍ୟରେ ଭାରତ ଏହି ଟେକ୍ନୋଲୋଜି ଉପରେ ଆତ୍ମନିର୍ଭର ହୋଇପାରିବ।

Also Read: Russia Oil Imports ଋଷିଆରୁ ଆମଦାନୀ ତୈଳର ତଥ୍ୟ ଦେବନି ଭାରତ, ଜାଣନ୍ତୁ କାହିଁକି?

S-400ର ସୁରକ୍ଷା ପାଇଁ ‘ପେଣ୍ଟସିର’ ସିଷ୍ଟମ

ଅନ୍ୟପକ୍ଷରେ S-400 ଭଳି ବହୁମୂଲ୍ୟ ସିଷ୍ଟମକୁ ଶତ୍ରୁ ଡ୍ରୋନ କିମ୍ବା ଲୋଇଟରିଂ ମ୍ୟୁନିଶନ (ଆତ୍ମଘାତୀ ଡ୍ରୋନ) ଠାରୁ ରକ୍ଷା ପାଇଁ ଭାରତ ସୁରକ୍ଷା କବଚକୁ ମଧ୍ୟ ମଜଭୁତ କରୁଛି। ଭାରତ ରୁଷରୁ ସରକାରରୁ- ସରକାର (G2G) ଚୁକ୍ତି ଅନୁସାରେ ସର୍ବନିମ୍ନ ୧୨ ପେଣ୍ଟସିର ଏୟାର ଡିଫେନ୍ସ ସିଷ୍ଟମ କିଣିବା ଯୋଜନା କରୁଛି। ଏହା ବ୍ୟତୀତ ‘ମେକ ଇନ୍ ଇଣ୍ଡିଆ’ ପଦକ୍ଷେପ ଅନୁସାରେ ଭାରତରେ ହିଁ ଏଭଳି ୪୦ ଆଉ ସିଷ୍ଟମ ତିଆରି କରାଯିବ। ଏହାଦ୍ବାରା ବିଦେଶୀ ପ୍ରତିରକ୍ଷା ଉତ୍ପାଦନକୁ ମଧ୍ୟ ବଢ଼ାଇବାକୁ ପ୍ରୋତ୍ସାହନ ମିଳିବ।