Royal Enfield Strongest Auto Brandଭାରତର ଲୋକପ୍ରିୟ ମୋଟରସାଇକେଲ ନିର୍ମାତା, ରୟାଲ ଏନଫିଲ୍ଡ, ବିଶ୍ୱ ସ୍ତରରେ ଏକ ପ୍ରମୁଖ ଉପଲବ୍ଧି ହାସଲ କରିଛି। ବ୍ରାଣ୍ଡ ଫାଇନାନ୍ସ ଅଟୋମୋଟିଭ୍ ଇଣ୍ଡଷ୍ଟ୍ରି ୨୦୨୬ (Brand Finance Automotive Industry 2026) ରିପୋର୍ଟରେ ରୟାଲ ଏନଫିଲ୍ଡକୁ ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ଅଟୋମୋବାଇଲ୍ ବ୍ରାଣ୍ଡ ଭାବରେ ସ୍ଥାନ ଦିଆଯାଇଛି। ସବୁଠାରୁ ବଡ଼ କଥା ହେଲା ଭାରତର ଏହି କମ୍ପାନୀ ବିଦେଶର ଅଡି ଓ ଫରାରି ଭଳି ବଡ଼ ବଡ଼ କମ୍ପାନୀକୁ ପଛରେ ପକାଇ ଦେଇ ତୃତୀୟ ସ୍ଥାନ ଅଧିକାର କରିଛି। ରିପୋର୍ଟ ଅନୁଯାୟୀ, ମଝବୁତରେ କେବଳ ଟୟୋଟା ଏବଂ ବିଏମଡବ୍ଲୁ, ରୟାଲ ଏନଫିଲ୍ଡ ଆଗରେ ରହିଛନ୍ତି।

ବ୍ରାଣ୍ଡ ଷ୍ଟ୍ରେନ୍ଥ ଇଣ୍ଡେକ୍ସ (BSI)ରେ ରୟାଲ ଏନଫିଲ୍ଡକୁ୧୦୦ରୁ ୮୮.୯ ସ୍କୋର ମିଳିଛି। କମ୍ପାନୀକୁ AAA ବ୍ରାଣ୍ଡ ରେଟିଂ ମଧ୍ୟ ଦିଆଯାଇଛି। ରିପୋର୍ଟ ଅନୁସାରେ,କମ୍ପାନୀର ବ୍ରାଣ୍ଡ ମୂଲ୍ୟ ମଧ୍ୟ ୩୦ପ୍ରତିଶତ ବୃଦ୍ଧି ପାଇ ୧.୨ ବିଲିୟନ ଡଲାରରେ ପହଞ୍ଚିଛି।

ଏହି ବିଶ୍ୱସ୍ତରୀୟ ରାଙ୍କିଂରେ ଅନ୍ୟ ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ଭଲ ସ୍ଥାନରେ ଅଛନ୍ତି। ଏଥିରେ ଟାଟା ମୋଟର୍ସ ପଞ୍ଚମ ସ୍ଥାନ ହାସଲ କରିଥିବା ବେଳେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ୨୫ତମ ସ୍ଥାନରେ ରହିଛି। ସେହିଭଳି ମାରୁତି ସୁଜୁକି ମଧ୍ୟ ୩୪ତମ ସ୍ଥାନରେ ରହିଛି। ଏହାକୁ ଭାରତର ଅଟୋ କ୍ଷେତ୍ର ପାଇଁ ଏକ ପ୍ରମୁଖ ସଫଳତା ବୋଲି କୁହାଯାଉଛି।

ବିଶ୍ୱରେ ବଢ଼ୁଛି Royal Enfieldର ଲୋକପ୍ରିୟତା

ସାରା ବିଶ୍ୱରେ ବର୍ତ୍ତମାନ ରୟାଲ ଏନଫିଲ୍ଡର ଲୋକପ୍ରିୟତା ବଢ଼ିବାରେ ଲାଗିଛି। କମ୍ପାନୀ ବର୍ତ୍ତମାନ ୮୦ରୁ ଅଧିକ ଦେଶରେ ବ୍ୟବସାୟ କରୁଥିବାବେଳେ ସାରା ବିଶ୍ୱରେ ୩,୨୦୦ରୁ ଅଧିକ ରିଟେଲ ଆଉଟଲେଟ୍ସ(ଖୁଚୁରା ବିକ୍ରୟ ଶୋ ରୁମ) ପରିଚାଳନା କରୁଛି। ସେହିଭଳି ୭ଟି ଆନ୍ତର୍ଜାତୀୟ CKD ଆସେମ୍ବଲି ପ୍ଲାଣ୍ଟ ପରିଚାଳନା କରୁଛି ରୟାଲ ଏନଫିଲ୍ଡ କମ୍ପାନୀ। ୟୁରୋପ,ଦକ୍ଷିଣ ଆମେରିକା,ଦକ୍ଷିଣ ପୂର୍ବ ଏସିଆ ଏବଂ ଅଷ୍ଟ୍ରେଲିଆ ଭଳି ବଜାରରେ କମ୍ପାନୀର ଚାହିଦା ଧୀରେ ଧୀରେ ବଢ଼ିବାରେ ଲାଗିଛି।

Also Read- Petrol Crisis: ପେଟ୍ରୋଲ ଓ ଡିଜେଲକୁ ନେଇ ଆସିଲା ନିର୍ଦ୍ଦେଶ, ଲିମିଟ୍ ଠାରୁ ପକାଇ ପାରିବେନି ଅଧିକ ତେଲ

ରୟାଲ ଏନଫିଲ୍ଡ ନିଜର କ୍ଲାସିକ୍ ଏବଂ ରେଟ୍ରୋ ଡିଜାଇନବାଲା ମୋଟୋରସାଇକେଲକୁ ନିଜର ସବୁଠାରୁ ବଡ଼ ପରିଚୟ ଭାବରେ ବଜାୟ ରଖିଛି। କମ୍ପାନୀର ଆଧୁନିକ ଟେକ୍ନୋଲୋଜୀ ସହ ପୁରୁଣା ଡିଜାଇନର ମିଶ୍ରଣକୁ ବିଶ୍ୱବ୍ୟାପୀ ସ୍ୱୀକୃତି ମିଳୁଛି। ତେଣୁ କମ୍ପାନୀ ବିଶେଷକରି ମିଡ-ସାଇଜ ମୋଟର ସାଇକେଲ୍ ସେଗମେଣ୍ଟରେ ଏକ ଦୃଢ଼ ଉପସ୍ଥିତି କାଏମ ରଖିଛି

ଏହିସବୁ ମୋଟରସାଇକେଲ ଖୁବ୍ ଲୋକପ୍ରିୟ

କମ୍ପାନୀର ଲୋକପ୍ରିୟ ବାଇକ୍ ମଧ୍ୟରେ Hunter 350Super Meteor 650ଓ Himalayan 450 ରହିଛି। ଏହି ବାଇକଗୁଡ଼ିକ ଅନେକ ଆନ୍ତର୍ଜାତୀୟ ବଜାରରେ ଭଲ ପ୍ରଦର୍ଶନ କରୁଛନ୍ତି। ବିଶେଷକରି Himalayan 450ଆଡଭେଞ୍ଚର ବାଇକ୍ ସେଗମେଣ୍ଟରେ କମ୍ପାନୀକୁ ଏକ ନୂଆ ପରିଚୟ ଦେଇଛି । ସୂଚନା ଥାଉକି ରୟାଲ ଏନଫିଲ୍ଡ ବିଶ୍ୱର ସବୁଠାରୁ ପୁରୁଣା ମୋଟରସାଇକେଲ କମ୍ପାନୀ ମଧ୍ୟରୁ ଗୋଟିଏଯାହା ଆଜି ମଧ୍ୟ ଉତ୍ପାଦନରେ ଅଛି। ଏହି କମ୍ପାନୀ ୧୯୦୧ ମସିହାରେ ବ୍ରିଟେନରେ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ପରେ ଏହା ଭାରତକୁ ସ୍ଥାନାନ୍ତରିତ ହୋଇଥିଲା

Royal Enfield କମ୍ପାନୀର ଇତିହାସ
ରୟାଲ ଏନଫିଲ୍ଡ (Royal Enfield) ର ଭାରତୀୟ କମ୍ପାନୀ ହେବାର ଯାତ୍ରା ବେଶ୍ ରୋଚକ। ଏହାର ସଂକ୍ଷିପ୍ତ ଇତିହାସ ଜାଣନ୍ତୁ

୧. ବ୍ରିଟିଶ୍ ଆରମ୍ଭ (୧୯୦୧)

ରୟାଲ ଏନଫିଲ୍ଡ ମୂଳତଃ ଏକ ବ୍ରିଟିଶ୍ ବ୍ରାଣ୍ଡ ଥିଲା। ଏହାର ପ୍ରତିଷ୍ଠା ଇଂଲଣ୍ଡର ଏନଫିଲ୍ଡ ସାଇକେଲ କମ୍ପାନୀ (The Enfield Cycle Company Limited) ଦ୍ୱାରା ହୋଇଥିଲା।

୨. ଭାରତରେ ପ୍ରବେଶ (୧୯୫୫)

ଭାରତ ସରକାର ସେନାବାହିନୀ ପାଇଁ ଏକ ଶକ୍ତିଶାଳୀ ମୋଟରସାଇକେଲ ଖୋଜୁଥିବା ବେଳେ 'ବୁଲେଟ୍ ୩୫୦' (Bullet 350) କୁ ଚୟନ କରିଥିଲେ। ଏଥିପାଇଁ ବ୍ରିଟେନର ଏନଫିଲ୍ଡ ସାଇକେଲ କମ୍ପାନୀ ଏବଂ ଭାରତର ମାଦ୍ରାସ ମୋଟର୍ସ ମିଳିତ ଭାବେ 'ଏନଫିଲ୍ଡ ଇଣ୍ଡିଆ' (Enfield India) ଗଠନ କରିଥିଲେ। ପ୍ରଥମେ ଏହା କେବଳ ଚେନ୍ନାଇରେ ବାଇକ୍ ଅସେମ୍ବଲ୍ (Assemble) କରୁଥିଲା।

୩. ବ୍ରିଟିଶ୍ କମ୍ପାନୀ ବନ୍ଦ ହେବା (୧୯୭୦)

୧୯୭୦ ଦଶକ ବେଳକୁ ବ୍ରିଟେନରେ ଥିବା ମୂଳ ରୟାଲ ଏନଫିଲ୍ଡ କମ୍ପାନୀ ବନ୍ଦ ହୋଇଗଲା। କିନ୍ତୁ ଭାରତରେ ଏହାର ଚାହିଦା ଅଧିକ ଥିବାରୁ 'ଏନଫିଲ୍ଡ ଇଣ୍ଡିଆ' ବାଇକ୍ ତିଆରି ଜାରି ରଖିଥିଲା।

Also Read- Tata Company: ୭୦ ବର୍ଷରେ ପାଦ ଦେବେ ନୋଏଲ ଟାଟା, କିଏ ନେବେ ତାଙ୍କ ସ୍ଥାନ ?

୪. ଆଇଚର ଗ୍ରୁପର ଅଧିଗ୍ରହଣ (୧୯୯୪)

୧୯୯୪ ମସିହାରେ ଭାରତୀୟ ଅଟୋମୋବାଇଲ୍ କମ୍ପାନୀ ଆଇଚର ଗ୍ରୁପ୍ (Eicher Group), ଏନଫିଲ୍ଡ ଇଣ୍ଡିଆକୁ କିଣି ନେଇଥିଲା। ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ କରାଯାଇ ପୁଣି 'ରୟାଲ ଏନଫିଲ୍ଡ' ରଖାଗଲା।