କୋରାପୁଟ: କୋରାପୁଟ- କିରୁଣ୍ଡଲ ରେଳପଥରେ ଖସିଲା ମାଟି ଅତଡ଼ା । ଏହା ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ମାଳିପୁଟ- ଛତ୍ରିପୁଟ ମଧ୍ୟରେ ମାଟି ଅତଡ଼ା ଖସି ରେଳଧାରଣା ଉପରେ ପଡ଼ିଥିବା ଜଣାପଡ଼ିଛି।

ସେପଟେ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ତାରିଖ ପାଇଁ କିରଣ୍ଡୁଲ- କୋରାପୁଟ- ବିଶାଖାପାଟଣା ରୁଟ୍ର ୪ଟି ଟ୍ରେନ୍ ବାତିଲ୍ କରାଯାଇଛି। ଏହା ସହ ରେଳପଥରୁ ମାଟି ହଟାଇ ଯାତାୟାତ ସ୍ୱାଭାବିକ କରିବା ନେଇ ରେଳ ବିଭାଗ ପକ୍ଷରୁ ପଦକ୍ଷେପ ଜାରି ରହିଛି। କୋରାପୁଟ ରେଳ ଷ୍ଟେସନରୁ ଉଦ୍ଧାରୀଦଳ ଘଟଣା ସ୍ଥଳ ଅଭିମୁଖେ ଗସ୍ତ କରିଛନ୍ତି।

ସେହିପରି ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ହାଓ୍ବଡ଼ା ଏକ୍ସପ୍ରେସ, ରାଉରକେଲା ଇଣ୍ଟରସିଟି ଏବଂ ହୀରାଖଣ୍ଡ ଏକ୍ସପ୍ରେସ ଉଭୟ ପଟରୁ କୋରାପୁଟ ଷ୍ଟେସନ୍ରୁ ପର୍ଯ୍ୟନ୍ତ ଚଳାଚଳ କରିବ।