ନୂଆଦିଲ୍ଲୀ ୧୮।୦୩; ଭାତ ଓ ରୁଟି ବିନା ଆମ ଭାରତୀୟଙ୍କ ଖାଦ୍ୟ ଅସମ୍ପୂର୍ଣ୍ଣ । ମଧ୍ୟାହ୍ନ ଭୋଜନ ହେଉ ବା ରାତ୍ରିଭୋଜନ ପ୍ରତ୍ୟେକ ଘରେ ଭାତ କିମ୍ବା ରୁଟି ଖାଉଥିବା ଲୋକ ନିହାତି ମିଳିବେ । ତେବେ ଏଥିପାଇଁ ମଧ୍ୟ ଏକ ଉପଯୁକ୍ତ ସମୟ ରହିଛି । ବର୍ତ୍ତମାନର ଜୀବନଶୈଳୀ ଆମକୁ ସେଭଳି ନଥିଲେ ମଧ୍ୟ ଆମକୁ ତାହା ପାଳନ କରିବାକୁ ପଡ଼ିବ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ରୁଟି ଖାଇବା ଅଧିକ ଲାଭଦାୟକ । ଏଥିପାଇଁ ଖାଦ୍ୟ ତାଲିକାରେ ଆପଣ ଭାତ ଓ ରୁଟିକୁ ସମାନ ପରିମାଣରେ ନେଇପାରିବେ। କିନ୍ତୁ ଅଧିକ ଧଳା ଦିଶୁଥିବା ଭାତ ଠାରୁ ଦୂରେଇବା ଭଲ। ଯଦି ଆପଣଙ୍କର ଭାତ ପସନ୍ଦ, ତେବେ ସେଥିରେ ସନ୍ତୁଳା ବା ତରକାରୀ ମିଶାଇ ଖାଇବା ଆବଶ୍ୟକ।

-ରାତିରେ କେବଳ ରୁଟି ହିଁ ଖାଇବା ଦରକାର। କାରଣ ଏହା ଅଧିକ ପୁଷ୍ଟିକର ଥାଏ । ଏହାଛଡ଼ା ରୁଟିରେ ଫାଇବର୍ ମାତ୍ରା ଅଧିକ ପିରିମାଣର ଥାଏ। ତେଣୁ ଏହା ଶୀଘ୍ର ହଜମ ହୋଇଥାଏ। ସେହିପରି ରାତିରେ ରୁଟି ଖାଇଲେ ନିଦ ମଧ୍ୟ ଭଲ ହୋଇଥାଏ।

-ପୋଷଣ ଅନୁଯାୟୀ ଦେଖିଲେ, ୧/୩ କପ୍ ଭାତରେ ୮୦ କ୍ୟାଲୋରି, ୧ ଗ୍ରାମ୍ ଫ୍ୟାଟ୍ ଓ ୧୮ ଗ୍ରାମ କାର୍ବୋହାଇଡ୍ରେଟ୍ ରହିଥାଏ। ସେହିଭଳି ଗୋଟିଏ ରୁଟିରେ ୭୧ କ୍ୟାଲୋରି, ୩ ଗ୍ରାମ୍ ପ୍ରୋଟିନ୍, ୦.୪ ଗ୍ରାମ୍ ଫ୍ୟାଟ୍ ଓ ୧୫ ଗ୍ରାମ୍ କାର୍ବୋହାଇଡ୍ରେଟ୍ ଥାଏ। ଏହାଛଡ଼ା ରୁଟିରେ କ୍ୟାଲସିୟମ୍ ଓ ଆଇରନ୍ ମଧ୍ୟ ରହିଥାଏ।

-ରୁଟିରେ ଭାତ ଠାରୁ ଅଧିକ ଫାଇବର୍ ଥାଏ। ଏହାଦ୍ବାରା ପାଚନ ପ୍ରକ୍ରିୟା ସଂପାଦନ କରୁଥିବା ନଳୀ ଗୁଡ଼ିକ ସଫା ହୋଇଥାଏ। ଏହା ସହ ଅପଚ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ବି ମୁକ୍ତି ମିଳିଥାଏ। ରୁଟି ଖାଇବା ଦ୍ବାରା ଆଳସ୍ୟ ଓ ନିଦ ଭଳି ସମସ୍ୟା ହୋଇ ନଥାଏ। ଯଦି ଆପଣ ଭାତ ଖାଇବେ ତାହାଲେ ଏହି ଦୁଇଟି ସମସ୍ୟା ଦେଖାଦେଇଥାଏ।

-ଯଦି ଆପଣ ଓଜନ ହ୍ରାସ କରିବା ପାଇଁ ଚାହୁଛନ୍ତି। ତେବେ ରୁଟି ଖାଇବା ଆପଣଙ୍କ ପାଇଁ ବହୁତ ଲାଭଦାୟକ। ରୁଟିରେ ଥିବା କାର୍ବୋହାଇଡ୍ରେଟ୍କୁ ଜୀର୍ଣ୍ଣ କରିବା ପାଇଁ ଶରୀର ଅଧିକ ଶକ୍ତି ନେଇଥାଏ। ଯାହା ଫଳରେ ଓଜନ କମିଥାଏ। ଭାତକୁ କୁକର୍ ବଦଳରେ ଅଧିକ ପାଣି ଦେଇ ହାଣ୍ଡିରେ ରୋଷେଇ କରନ୍ତୁ। ଏହାଦ୍ବାରା ନ୍ୟୁଟ୍ରିସନ୍ ବଢ଼ି ଯାଇଥାଏ। ଏହାପରେ ଭାତକୁ ଡାଲି ସହିତ ଖାଆନ୍ତୁ। ଏହାଦ୍ବାରା ଶରୀରକୁ ଜରୁରି ଆମିନୋ ଏସିଡ୍ ମିଳିଥାଏ।

Also Read- Sabja Seeds Benefits: ନାଣ୍ଡିବଗୁଲି ମଞ୍ଜିର ଅଦ୍ଭୁତ ଫାଇଦା, ଓଜନ କମେଇବାରୁ ମଧୁମେହ ନିୟନ୍ତ୍ରଣ ପର୍ଯ୍ୟନ୍ତ ପୁରା ଗାଇଡ୍