ଭଞ୍ଜନଗର ୨।୧୧: ମାଟି ତଳେ ଚାଲିଛି ମଣିଷ ଖୋଜା । ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ଗିଡ଼ିପାବାଲି ଗାଁରେ ଘଟିଥିବା ଭୀଷଣ ଭୂସ୍ଖଳନକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିରାଟ ମାଟି ଅତଡ଼ା ଏବଂ ବିଶାଳକାୟ ପଥର ତଳେ ଚାପି ହୋଇ ଏହି ଗାଁଟି ନିଶ୍ଚିହ୍ନ ହୋଇଯାଇଥିବା ବେଳେ ୧୩ ଜଣ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତଦେହ ଠାବ କରାଯାଇଥିବା ବେଳେ ଅନ୍ୟ ୧୧ ଜଣଙ୍କର କୌଣସି ପତ୍ତା ମିଳିପାରି ନାହିଁ ।

ଦୀର୍ଘ ସମୟ ବିତିଯାଇଥିବାରୁ ମାଟିତଳେ ଚାପି ହୋଇ ରହିଥିବା ଏହି ୧୧ ଜଣଙ୍କ ବଞ୍ଚିବାର ଆଶା କ୍ଷୀଣ ହେବାରେ ଲାଗିଛି । ତଥାପି ବୈଷୟିକ ଟିମ୍ ସମେତ ବିଭିନ୍ନ ଉଦ୍ଧାରକାରୀ ଦଳ ନିଖୋଜମାନଙ୍କ ସନ୍ଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

Also Read:- ରାତିରେ ଆନ୍ଧ୍ର ଉପକୂଳ ଛୁଇଁବ ବାତ୍ୟା, ଓଡ଼ିଶାର ୫ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ସୋମବାର ଭୋରରୁ ଜି. ଉଦୟଗିରି ବ୍ଲକ କିଲାପାଙ୍ଗା ଠାରୁ ୨୦୦ ଜଣିଆ ଏକ ବିଶେଷ ଟିମ୍ ସନ୍ଧାନୀ କୁକୁର ସହ ଗିଡ଼ିପାବାଲି ଅଭିମୁଖେ ବାହାରିଛନ୍ତି । NDRF, ଓଡ୍ରାଫ୍, SOG, ପୋଲିସ ଏବଂ ଅଗ୍ନିଶମ ବାହିନୀ ମିଳିତ ଅପରେସନରେ ସାମିଲ ହୋଇଛନ୍ତି । କନ୍ଧମାଳ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ ଜି. ଉଦୟଗିରି ପ୍ରଶାସନ ସ୍ଥିତି ଉପରେ ନଜର ରଖିଛନ୍ତି ।

Watch Video: