ନୂଆଦିଲ୍ଲୀ: IPL 2026ର ଉଦଘାଟନୀ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁକୁ ଏକ ବଡ଼ ଝଟକା ଲାଗିଛି । ଷ୍ଟାର ବୋଲର ଜୋଶ ହାଜେଲଉଡ୍ ଆହତ ଥିବା କାରଣୁ ଆଜିର ମ୍ୟାଚ୍ ଖେଳିପାରିବେ ନାହିଁ । ୟଶ ଦୟାଲ ଦଳରୁ ବାହାରେ ଥିବା ବେଳେ, ଏବେ ନୁଓ୍ବାନ ତୁଷାରା ମଧ୍ୟ ପ୍ରଥମ ମ୍ୟାଚ୍ ପାଇଁ ଉପଲବ୍ଧ ନାହାନ୍ତି। ତେଣୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ସିଜିନର ଉଦଘାଟନୀ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଭଳି ଭଲ ବ୍ୟାଟିଂ ଲାଇନଅପ୍ ବିରୁଦ୍ଧରେ ୨୦ ଓଭର ବୋଲିଂ କରିବା ପାଇଁ RCB କେଉଁ ବୋଲରଙ୍କୁ ବ୍ୟବହାର କରିବ।

ଭୁବନେଶ୍ୱରଙ୍କ ଉପରେ ଦଳର ଆଶା

ବର୍ତ୍ତମାନ RCB ପାଇଁ ସବୁଠାରୁ ନିର୍ଭରଯୋଗ୍ୟ ବୋଲର ହେଉଛନ୍ତି ଭୁବନେଶ୍ୱର କୁମାର । ସେ ୟୁଜବେନ୍ଦ୍ର ଚହଲଙ୍କ ପରେ IPL ଇତିହାସରେ ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା ବୋଲର। IPLରେ ୨୦୦ ୱିକେଟ୍ ହାସଲ କରିବାରେ ଭୁବନେଶ୍ୱର ଦ୍ୱିତୀୟ ବୋଲର ହେବା ପାଇଁ ମାତ୍ର ଦୁଇ ୱିକେଟ୍ ଦୂରରେ ଅଛନ୍ତି। ସେ ଇକୋନୋମି ଦୃଷ୍ଟିରୁ ଚହଲଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। IPL ୨୦୨୫ରେ, ଭୁବନେଶ୍ୱର ୧୪ ମ୍ୟାଚରେ ୧୭ ୱିକେଟ୍ ନେଇଥିଲେ । ତଥାପି, ଭୁବନେଶ୍ୱର କେବଳ ଚାରି ଓଭର ବୋଲିଂ କରିବେ। ରଜତ ପାଟିଦାରଙ୍କ ପାଖରେ ବାକି ୧୬ ଓଭର ବୋଲିଂ କରିବାକୁ ନେଇ ବିକଳ୍ପ ଅଛି ସତ, କିନ୍ତୁ ଅନିଶ୍ଚିତତା ବି ରହିଛି।

Also Read: Tiger Woods Arrested: ମହଙ୍ଗା ପଡିଲା ନିଶା ଖାଇ ଗାଡ଼ି ଡ୍ରାଇଭିଂ, ବନ୍ଧାହେଲେ ଗଲ୍ଫର

ବାକି ୧୬ ଓଭର କିଏ ବୋଲିଂ କରିବ?

ପାଟିଦାରଙ୍କ ପାଖରେ ନ୍ୟୁଜିଲାଣ୍ଡର ୩୧ ବର୍ଷୀୟ ଜାକବ୍ ଡଫି ଅଛନ୍ତି । ଯିଏ ପ୍ରଥମ ଥର ପାଇଁ IPL ଖେଳୁଛନ୍ତି। ୪ ଟେଷ୍ଟ, ୧୯ ODI ଏବଂ ୪୮ ଟି20 ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଡଫି ୨୦୨୫ ରେ ୮୧ ୱିକେଟ୍ ସହିତ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଥିଲେ। ଡଫି ଗତ ବର୍ଷ ଏପ୍ରିଲରେ ଟି-20 ରାଙ୍କିଂରେ ବିଶ୍ୱର ନମ୍ବର ୱାନ୍ ହୋଇଥିଲେ। ସେତେବେଳେ ସେ ପାକିସ୍ତାନ ବିପକ୍ଷରେ ୫ଟି ମ୍ୟାଚରେ ୧୩ ୱିକେଟ୍ ନେଇଥିଲେ । ଭୁବନେଶ୍ବରଙ୍କ ପରେ ଆରସିବି ଡଫିଙ୍କ ଉପରେ ନିର୍ଭର କରିବ ।

ସେଫର୍ଡ-ସୁୟାଶ ଅଛନ୍ତି

ଅଲରାଉଣ୍ଡର ରୋମାରିଓ ସେଫର୍ଡଙ୍କ ପ୍ରଦର୍ଶନ ଖରାପ ରହିଛି । ତେଣୁ, ପାଟିଦାର ତାଙ୍କୁ କେତେ ଓଭର ବୋଲିଂ କରିବାକୁ ଦେବେ ତାହା ମ୍ୟାଚ୍ ସମୟରେ ତାଙ୍କର ପ୍ରଦର୍ଶନ ଉପରେ ନିର୍ଭର କରିବ। ସ୍ପିନ୍ ବିଭାଗରେ ସୁୟାଶ ଶର୍ମା ଏବଂ କୃଣାଲ ପାଣ୍ଡ୍ୟା ଅଛନ୍ତି। ଗତ ବର୍ଷ କ୍ୱାଲିଫାୟର ଭଳି କିଛି ମ୍ୟାଚରେ ସୁୟାଶ ହଇଚଇ ସୃଷ୍ଟି କରିଥିଲେ । ତଥାପି ତାଙ୍କର ପ୍ରଦର୍ଶନ ପରିବର୍ତ୍ତନଶୀଳ ।